Posted inଖେଳ

କ୍ୟାରିୟରରେ ଗୋଟିଏ ବି ନୋ ବଲ୍‌ ପକାଇନାହାନ୍ତି ଏହି ୫ ବୋଲର୍‌: ତାଲିକାରେ କପିଲ-ଇମ୍ରାନଙ୍କ ସହ…

ନୂଆଦିଲ୍ଲୀ,୩।୬: ଅନିଶ୍ଚିତତାର ଖେଳ ହେଉଛି କ୍ରିକେଟ। କାରଣ କେଉଁ ମୂହୁର୍ତ୍ତରେ କ’ଣ ହେବ କୁହାଯାଇ ନ ପାରେ। ଅନେକ ସମୟରେ ଗୋଟିଏ ଭୂଲ, ତାହା ନୋ ବଲ୍‌ ହେଉ ଅଥବା ଓ୍ବାଇଡ୍‌ ବଲ୍‌, କୌଣସି ଟିମ୍‌କୁ ଅଡ଼ୁଆରେ ପକାଇପାରେ। ବିଶେଷକରି ନୋ ବଲ୍‌ ପକାଇବା କ୍ରିକେଟରେ ଅପରାଧ ବୋଲି ବିବେଚନା କରାଯାଏ। ଏଥିପାଇଁ ବୋଲର୍‌ମାନେ ଯଥାସମ୍ଭବ ଏଭଳି ବଲ୍‌ ନ ପକାଇବାକୁ ଚେଷ୍ଟା କରିଥାନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ, କ୍ରିକେଟ ଇତିହାସରେ ଏଭଳି ୫ ବୋଲର ଅଛନ୍ତି ଯେଉଁମାନେ ନିଜ କ୍ୟାରିୟରରେ କେବେହେଲେ ନୋ ବଲ୍‌ ପକାଇନାହାନ୍ତି। ସେମାନେ ହେଲେ ଇୟାନ ବୋଥମ୍‌, ଲାନ୍ସ ଗିବ୍ସ, ଡେନିସ୍‌ ଲିଲି, କପିଲ ଦେବ, ଇମ୍ରାନ ଖାନ୍‌।

ଇଂଲଣ୍ଡ ପାଇଁ ୧୦୨ ଟେଷ୍ଟ ଏବଂ ୧୧୬ ଦିନିକିଆ ମ୍ୟାଚ୍‌ ଖେଳିଥିବା ଇୟାନ ଯଥାକ୍ରମେ ୩୮୩ ଏବଂ ୧୪୫ ଉଇକେଟ ନେଇଛନ୍ତି। ସେ ଅନେକ ସମୟରେ ମ୍ୟାଚ୍‌କୁ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି। ହେଲେ ସେ ନିଜ କ୍ୟାରିୟରରେ ଗୋଟିଏ ବି ହେଲେ ନୋ ବଲ୍‌ ପକାଇ ନାହାନ୍ତି।

ଓ୍ବେଷ୍ଟଇଣ୍ଡିଜ୍‌ ବୋଲର୍‌ ଲାନ୍ସଙ୍କୁ ଟେଷ୍ଟ କ୍ରିକେଟର ସବୁଠାରୁ ସଫଳ ସ୍ପିନରଙ୍କ ମଧ୍ୟରେ ବିବେଚନା କରାଯାଏ। ସେ ନିଜ କ୍ୟାରିୟରରେ ୭୯ ଟେଷ୍ଟ ଏବଂ ୩ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି, ହେଲେ କେବେହେଲେ ନୋ ବଲ୍‌ ପକାଇନାହାନ୍ତି।
ଡେନିସ ଅଷ୍ଟ୍ରେଲିଆର ଉଲ୍ଲେଖନୀୟ ବୋଲରମାନଙ୍କ ମଧ୍ୟରୁ ଜଣେ। ନିଜ ସମୟରେ ତାଙ୍କର ବେଶ ଦବ୍‌ଦବା ରହିଥିଲା। ସେ ୭୦ ଟେଷ୍ଟ ଖେଳିଥିଲେ ହେଁ ଗୋଟିଏ ନୋ ବଲ୍‌ ଫିଙ୍ଗିନାହାନ୍ତି।

ଭାରତୀୟ ଅଧିନାୟକ କପିଲ ଦେବ ଭଲ ଅଲରାଉଣ୍ଡର ଥିଲେ। ସେ ୧୩୧ ଟେଷ୍ଟରେ ୪୩୪ ଉଇକେଟ ଏବଂ ୨୨୫ ଦିନିକିଆରେ ୨୫୩ ଉଇକେଟ ନେଇଛନ୍ତି। ହେଲେ କ୍ୟାରିୟରରେ ଗୋଟିଏ ବି ନୋ ବଲ୍‌ ପକାଇ ନାହାନ୍ତି।
ସେହିଭଳି ପାକିସ୍ତାନର ବର୍ତ୍ତମାର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ନିଜ ସମୟରେ ଭଲ ଅଲରାଉଣ୍ଡର ଥିଲେ। ସେ ନିଜ କ୍ୟାରିୟରରେ ୮୮ ଟେଷ୍ଟ ଏବଂ ୧୭୫ ଦିନିକିଆ ଖେଳିଛନ୍ତି। ହେଲେ ସେ କ୍ୟାରିୟରରେ ଗୋଟିଏ ବି ନୋ ବଲ୍‌ ପକାଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଟର ତାଡି ନେଇଗଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର, ସକାଳେ ଦୋକାନୀ ମାଲିକ ପହଞ୍ଚିଲା ପରେ…

ଲୋଇସିଂହା, ୧୮।୧୨( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବସଷ୍ଟାଣ୍ଡ ସ୍ଥିତ ଜେଶ୍ମିନ ଅଳଙ୍କାର ଦୋକାନରୁ ବୁଧବାର ରାତିରେ ଚୋରି ହୋଇଥିବା ନେଇ ଦୋକାନ ମାଲିକ...

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

‘ମୁଁ ଇସ୍ତଫା ଦେଇଦେବି’, କାହିଁକି ଏମିତି ଘୋଷଣା କଲେ FBI ଡେପୁଟି ଡାଇରେକ୍ଟର? ଟ୍ରମ୍ପଙ୍କୁ ଲେଖିଲେ ଏମିତି ପତ୍ର

ଓ୍ବାଶିଂଟନ,୧୮।୧୨: ଏଫବିଆଇର ଡେପୁଟି ଡାଇରେକ୍ଟର ଡାନ ବୋଙ୍ଗିନୋ ବୁଧବାର ଘୋଷଣା କରିଛନ୍ତି ଯେ ସେ ଚାକିରି ଆରମ୍ଭ କରିବାର ୧୦ ମାସରୁ କମ ସମୟ ପରେ...

ୟୁନୁସ ସରକାରଙ୍କୁ ପାନେ ଦେବ ଭାରତ: ନେଲା ବଡ଼ ନିଷ୍ପତ୍ତି

ଓ୍ବାଶିଂଟନ୍‌,୧୮।୧୨: ଡିସେମ୍ବର ୧୭ରେ ବାଂଲାଦେଶରେ ଭାରତୀୟ ହାଇକମିଶନ ସମ୍ମୁଖରେ ଯାହା ଘଟିଥିଲା ତାହା କୌଣସି ଦୁର୍ଘଟଣା ନୁହେଁ। ଏହା ଏକ ସୁଚିନ୍ତିତ ରଣନୀତିର ଅଂଶ ଭାବରେ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ଆମେରିକାର ସବୁଠାରୁ ବଡ଼ ନ୍ୟୁଜ ନେଟୱାର୍କ, CNN ର ଭବିଷ୍ୟତ କ’ଣ ହେବ? ଟ୍ରମ୍ପଙ୍କ ଚାପ ପରେ ଉଠିଲାଣି ପ୍ରଶ୍ନ

ଓ୍ବାଶିଂଟନ,୧୮।୧୨: CNN ଏକ ଅନିଶ୍ଚିତ ଭବିଷ୍ୟତର ସମ୍ମୁଖୀନ ହେଉଛି, ଏହାର ମୂଳ କମ୍ପାନୀ, ୱାର୍ନର ବ୍ରଦର୍ସ ଡିସ୍କଭରୀ (WBD), ଏକ ସମ୍ଭାବ୍ୟ ଅଧିଗ୍ରହଣର ସମ୍ମୁଖୀନ ହେଉଛି।...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri