ଲକ୍ଷ୍ୟ କେତେ ଦୂର

ନୂଆଦିଲ୍ଲୀ/ କୋଲକାତା,୩ା୬: ୨୦୨୧ ଡିସେମ୍ବର ସୁଦ୍ଧା କେନ୍ଦ୍ର ସରକାର ୧୦୦ କୋଟି ଭାରତୀୟଙ୍କୁ ଟିକା ଦେବା ପାଇଁ ସ୍ଥିର କରିଛନ୍ତି। ତେବେ ବର୍ତ୍ତମାନର ମନ୍ଥର ଟିକାକରଣକୁ ଦେଖିଲେ ଏହି ଲକ୍ଷ୍ୟ ଏତେ ସହଜରେ ପୂରଣ ହେବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଭାରତରେ ପ୍ରସ୍ତୁତ କୋଭିଡ୍‌ ଭାକ୍ସିନ ଦେଶବାସୀଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ। ଟିକାକରଣ ଜାରି ରଖିବା ପାଇଁ ଆବଶ୍ୟକ ପରିମାଣର ଭାକ୍ସିନ ଉପଲବ୍ଧ ନାହିଁ। ତେଣୁ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଏବଂ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଲେରିଆ ରିସର୍ଚ୍ଚର ବିଶେଷଜ୍ଞମାନେ କେନ୍ଦ୍ରର ଦୁର୍ବଳ ଟିକାକରଣ ଯୋଜନାକୁ ସମାଲୋଚନା କରିଛନ୍ତି।
ଶେଷ ସୁଦ୍ଧା ୧୦୦ କୋଟି ଭାରତୀୟଙ୍କୁ ଟିକା ଦେବା ପାଇଁ ଦେଶରେ କୋଭାକ୍ସିନ ଓ କୋଭିଶିଲ୍ଡ ଟିକା ଉତ୍ପାଦନକୁ ତ୍ୱରାନ୍ବିତ କରିବା ଲାଗି କେନ୍ଦ୍ର ସରକାର ଯୋଜନା କରିଛନ୍ତି। କିନ୍ତୁ ଏହା ଅସମ୍ଭବ ମନେହେଉଛି ବୋଲି ବୁଧବାର ବିଜିଏମ୍‌ ଗ୍ଲୋବାଲ ହେଲ୍‌ଥ ଜର୍ନାଲରେ ଏକ ରିପୋର୍ଟ ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ଦେଶର ମୋଟ ଜନସଂଖ୍ୟାର ମାତ୍ର ୩% ଲୋକଙ୍କୁ ଟିକା ଦିଆଯାଇପାରିଛି। ତେଣୁ ବିଦେଶୀ କମ୍ପାନୀଗୁଡ଼ିକୁ ଭାରତରେ ଭାକ୍ସିନ ଯୋଗାଣ ପାଇଁ ଅନୁମତି ଦିଆଯାଉ ବୋଲି ବିଶେଷଜ୍ଞମାନେ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି। ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଦୁଇଟି ଯାକ ଡୋଜ୍‌ ନେବାର ୨ ସପ୍ତାହ ପରେ ସ୍ବାସ୍ଥ୍ୟଗତ ସୁରକ୍ଷା ମିଳିଥାଏ। ଭାକ୍ସିନର ଚାହିଦା ଅଧିକ ଥିବାରୁ ସଂକ୍ରମଣ ରୋକିବାକୁ ହେଲେ ଆଗାମୀ ଦିନରେ ଭାରତକୁ ଭାକ୍ସିନର ଅଧିକ ଉତ୍ସ ଖୋଜିବାକୁ ପଡ଼ିବ। ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବା ପାଇଁ ସରକାର ଘରୋଇ ହସ୍ପିଟାଲଗୁଡ଼ିକୁ ଟିକାକରଣ ଅନୁମତି ଦେଇଛନ୍ତି। ହସ୍ପିଟାଲଗୁଡ଼ିକ ଏଥିଲାଗି ଡୋଜ୍‌ ପିଛା ପ୍ରାୟ ୨୨୦ରୁ ୧,୦୯୮ ଟଙ୍କା ନେଉଛନ୍ତି। ଅର୍ଥାତ୍‌ ଲୋକେ ମଧ୍ୟ ଜୀବନ ବଞ୍ଚାଇବା ପାଇଁ ଏତେ ଟଙ୍କା ପଇଠ କରିବାକୁ ସକ୍ଷମ। ତେଣୁ ଭାରତକୁ କରୋନା ମୁକ୍ତ କରିବାକୁ ହେଲେ ଟିକାକରଣକୁ ତ୍ୱରାନ୍ବିତ କରିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

 

ମାସକୁ ୨୩୮ ନିୟୁତ ଡୋଜ୍‌ ଦରକାର

୨୦୨୧ ସୁଦ୍ଧା ଦେଶର ସମସ୍ତ ସାବାଳକଙ୍କୁ ଟିକା ଦେବାକୁ ହେଲେ ଭାରତକୁ ମୋଟ ୧.୮୮ ବିଲିୟନ୍‌ ଡୋଜ୍‌ ଆବଶ୍ୟକ। ଏଥିରୁ ୧.୬୭ ବିଲିୟନ୍‌ ଅର୍ଥାତ୍‌ ୮୯% ଡୋଜ୍‌ ଟିକା ଦିଆଯିବା ବାକି ଅଛି। ଅର୍ଥାତ୍‌ ଦେଶରେ ଜୁନ୍‌ରୁ ପ୍ରତିମାସ ୨୩୮ ନିୟୁତ ଡୋଜ୍‌ ଟିକା ଦିଆଯିବା ଦରକାର। ଏହି ଅବଧି ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସ୍କଙ୍କ ସମେତ ସମସ୍ତଙ୍କୁ ଟିକା ଦେବାକୁ ହେଲେ ଭାରତକୁ ଜୁନ୍‌ରୁ ଡିସେମ୍ବର ପର୍ଯ୍ୟନ୍ତ ମାସିକ ୨.୫୧ ବିଲିୟନ୍‌ ଡୋଜ୍‌ ଭାକ୍ସିନ ଲୋଡ଼ା ପଡ଼ିବ। କୋଓ୍ବିନ୍‌ ଡ୍ୟାଶ୍‌ବୋର୍ଡ ଅନୁସାରେ ବର୍ତ୍ତମାନ ଦୈନିକ ୩.୮ ନିୟୁତ ଡୋଜ୍‌ ଟିକା ଦିଆଯାଉଛି। ଜୁନ୍‌ ୧ ସୁଦ୍ଧା ଦେଶରେ ମୋଟ ୨୧୬ ନିୟୁତ ଡୋଜ୍‌ ଟିକା ଦିଆଯାଇଛି। ତେଣୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

 

ଭାର୍ଗବଙ୍କ ଦାବି ଗୁଜବ

ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସାରା ଦେଶରେ ଟିକାକରଣ ଶେଷ ହୋଇଯାଇଥିବ ବୋଲି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଅଧ୍ୟକ୍ଷ ଡ. ବଳରାମ ଭାର୍ଗବଙ୍କ ଦାବିକୁ ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଗୁଜବ ବୋଲି ଅଭିହିତ କରିଛନ୍ତି। ଏଥିସହ କେନ୍ଦ୍ର ଭାକ୍ସିନ କିଣି ରାଜ୍ୟଗୁଡ଼ିକୁ ମାଗଣାରେ ଯୋଗାଇବା ଆବଶ୍ୟକ ବୋଲି ଏକ ଖବରଦାତା ସମ୍ମିଳନୀରେ ସେ ଦାବି କରିଛନ୍ତି। ମମତାଙ୍କ ମତରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ୨୦୨୧ ଡିସେମ୍ବର ସୁଦ୍ଧା ସମସ୍ତ ନାଗରିକଙ୍କ ଟିକାକରଣ ଶେଷ ହେବ ବୋଲି ଯେଉଁ ଦାବି କରୁଛନ୍ତି, ତାହା କେବଳ ଏକ ପରିହାସ ମୂଳକ ପ୍ରତାରଣା। ସେମାନେ ଭିତ୍ତିହୀନ ଦାବି କରୁଛନ୍ତି। ଭାରତରେ ୧୪୦ କୋଟି ଲୋକ ଅଛନ୍ତି। ସମସ୍ତଙ୍କୁ ଟିକା ଦେବା ଛୋଟ କଥା ନୁହେଁ। ପ୍ରକାଶ ଯେ, ଆସନ୍ତା ଜୁଲାଇ ଶେଷ କିମ୍ବା ଅଗଷ୍ଟ ମାସ ଆରମ୍ଭ ବେଳକୁ ଦିନକୁ ୧ କୋଟି ଲୋକଙ୍କୁ କୋଭିଡ୍‌ ଟିକା ଦିଆଯିବ। ଏଥିପାଇଁ ଧୈର୍ଯ୍ୟ ଧରିବାକୁ ପଡ଼ିବ ବୋଲି ମଙ୍ଗଳବାର ଭାର୍ଗବ କହିଥିଲେ।

 

‘ସମସ୍ତଙ୍କୁ ମାଗଣା ଦିଅ’

ମାଗଣାରେ ସାର୍ବଜନୀନ ଟିକାକରଣ ପାଇଁ କେନ୍ଦ୍ର ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚାପ ଅଭିଯାନ ଆରମ୍ଭ କରିଛନ୍ତି। ଟୁଇଟରରେ ହାଶଟ୍ୟାଗ୍‌ ସ୍ପିକ୍‌ଅପ୍‌ ଫର୍‌ ଫ୍ରି ୟୁନିଭର୍ସାଲ ଭାକ୍ସିନେଶନ ଶୀର୍ଷକ କ୍ୟାମ୍ପେନ ଆରମ୍ଭ କରି ରାହୁଲ ଲେଖିଛନ୍ତି, ଟିକା ହେଉଛି ମହାମାରୀ କରୋନା ବିରୋଧରେ ଲଢ଼ିବା ପାଇଁ ସବୁଠୁ ବଡ଼ ସୁରକ୍ଷା କବଚ। କେନ୍ଦ୍ର ସରକାର କୋଭିଡ୍‌ ମୃତ୍ୟୁର ପ୍ରକୃତ ସଂଖ୍ୟା ଲୁଚାଉଛନ୍ତି। ଲୋକେ ସରକାରଙ୍କଠାରୁ ସାର୍ବଜନୀନ ମାଗଣା ଟିକା ପାଇଁ ସ୍ବର ଉତ୍ତୋଳନ କରନ୍ତୁ।

ପିଲାଙ୍କଠାରେ କୋଭାକ୍ସିନ ପରୀକ୍ଷା ଆରମ୍ଭ

୨ରୁ ୧୮ ବର୍ଷ ବୟସ ବର୍ଗର ପିଲାମାନଙ୍କଠାରେ ଭାରତର ସ୍ବଦେଶୀ କୋଭିଡ୍‌ ଟିକା କୋଭାକ୍ସିନ୍‌ର କ୍ଲିନିକାଲ ପରୀକ୍ଷା ବୁଧବାର ପାଟନାସ୍ଥିତ ଏମ୍ସରେ ଆରମ୍ଭ ହୋଇଛି। ଏଥିପାଇଁ ଗତ ସପ୍ତାହରୁ ନାମ ପଞ୍ଜୀକରଣ ଚାଲିଥିଲା। ପିଲାମାନଙ୍କଠାରେ କୋଭାକ୍ସିନ୍‌ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା କରିବାକୁ ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ମଞ୍ଜୁରୀ ପ୍ରଦାନ କରିବା ପରେ ଏମ୍ସ ପାଟନା, ଏମ୍ସ ଦିଲ୍ଲୀ ଏବଂ ମେଡିଟ୍ରିନା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ନାଗପୁରରେ ଏହି ପରୀକ୍ଷା କରାଇବାକୁ ସ୍ଥିର ହୋଇଥିଲା। ୭୦ରୁ ୮୦ ଜଣ ପିଲାଙ୍କଠାରେ ପରୀକ୍ଷା କରାଇବାକୁ ଲକ୍ଷ୍ୟ ରଖାଯାଇଥିବା ପାଟନା ଏମ୍ସ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି। ପଞ୍ଜୀକରଣ କରିଥିବା ପିଲାମାନଙ୍କର ଆର୍‌ଟି-ପିସିଆର ଏବଂ ଆଣ୍ଟିବଡ଼ି ପରୀକ୍ଷା ପରେ ନେଗେଟିଭ୍‌ ରିପୋର୍ଟ ଆସିଥିବା ପିଲାଙ୍କୁ ଟିକା ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri