କୋଭିଡ୍‌ ପରିଚାଳନାରେ ବିଫଳତା ନେଲାଣି ୮ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପଦ

ନୂଆଦିଲ୍ଲୀ,୨।୬: କୋଭିଡ୍‌ ପରିଚାଳନା ତ୍ରୁଟି ପାଇଁ ଗତ ୫ ମାସ ମଧ୍ୟରେ ବିଭିନ୍ନ ଦେଶର ୮ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ବ୍ରାଜିଲରେ କୋଭିଡ୍‌ ପରିଚାଳନାରେ ବିଫଳତାକୁ ନେଇ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇବା ସହ ପ୍ରଧାନମନ୍ତ୍ରୀ ଜୈର ବଲସୋନାରୋଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଇକ୍ୱାଡର ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ରୋଡଲ୍ଫ ଫାର୍‌ଫାନ ନିଯୁକ୍ତ ହେବାର ୩ ସପ୍ତାହ ପରେ ଗତ ମାର୍ଚ୍ଚରେ ଇସ୍ତଫା ଦେଇଥିଲେ। ଟିକାକରଣ ଅଭିଯାନରେ ତାଙ୍କ ବିରୋଧରେ ପ୍ରିୟାପ୍ରୀତି ତୋଷଣ ଅଭିଯୋଗ ହୋଇଥିଲା, ଯାହାର ତଦନ୍ତ ଜାରି ରହିଛି। ତାଙ୍କ ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ଜୁଆନ୍‌ କାର୍ଲୋସ ଜେଭାଲୋସ୍‌ ମଧ୍ୟ ମାସେ ପୂର୍ବରୁ ଟିକାକରଣ ଅନିୟମିତତାକୁ ନେଇ ଇସ୍ତଫା ଦେଇଥିଲେ।

କୋଭିଡ୍‌କୁ ନେଇ ଅତ୍ୟଧିକ ଚାପ ହେତୁ ଏପ୍ରିଲ ୧୩ରେ ଅଷ୍ଟ୍ରିଆ ସ୍ବାସ୍ଥ୍ୟମନ୍ତ୍ରୀ ରୁଡଲ୍ଫ ଆନ୍‌ସୋବର ଇସ୍ତଫା ଦେଇଥିଲେ। ଇରାକର ଏକ କୋଭିଡ୍‌ ହସ୍ପିଟାଲରେ ନିଆଁ ଲାଗି ୮୦ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀ ହାସନ ଅଲତାମିମି ଗତ ମେ’ରେ ଇସ୍ତଫା ଦେଇଥିଲେ। ଟିକାକରଣ କାର୍ଯ୍ୟକ୍ରମରେ ଅନିୟମିତତା ଅଭିଯୋଗରେ ଆର୍ଜେଣ୍ଟିନା ସ୍ବାସ୍ଥ୍ୟମନ୍ତ୍ରୀ ଗତ ଫେବୃୟାରୀରେ ଇସ୍ତଫା ଦେଇଥିଲେ। ସରକାରୀ ହସ୍ପିଟାଲରେ ୬ ରୋଗୀଙ୍କ ମୃତ୍ୟୁ ହେବାରୁ ମାର୍ଚ୍ଚ ମାସରେ ଜୋର୍ଡାନ ସ୍ବାସ୍ଥ୍ୟମନ୍ତ୍ରୀ ନାଜିର ଓବେଇଡାଟ୍‌ ପଦ ଛାଡ଼ିଥିଲେ। ପେରୁରେ ସାଧାରଣ ଜନତାଙ୍କୁ ଟିକା ମିଳିବା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଟିକା ନେବାକୁ ନେଇ ସମାଲୋଚନା ହେବାରୁ ସ୍ବାସ୍ଥ୍ୟମନ୍ତ୍ରୀ ଡ. ପିଲାର ମାଜେଟ୍ଟି ଇସ୍ତଫା ଦେଇଥିଲେ। ମହାମାରୀ ପରିଚଳାନାରେ ବିଫଳତା ଅଭିଯୋଗ ହେବାରୁ ସ୍ଲୋଭାକିଆ ସ୍ବାସ୍ଥ୍ୟମନ୍ତ୍ରୀ ମାରେକ୍‌ କ୍ରାଜି ପଦ ଛାଡ଼ିଥିଲେ। ସ୍ବାସ୍ଥ୍ୟ ଅଧିକାରୀମାନଙ୍କ ବେପରୁଆ ମନୋଭାବ ଯୋଗୁ ମଙ୍ଗୋଲିଆରେ ଜଣେ ମହିଳା ଓ ତାଙ୍କ ନବଜାତ ଶିଶୁ କୋଭିଡ୍‌ରେ ପ୍ରାଣ ହରାଇବାରୁ ପ୍ରଧାନମନ୍ତ୍ରୀ ଖୁରେଲସୁଖ ଉଖ୍‌ନା କ୍ୟାବିନେଟ ସହ ଇସ୍ତଫା ଦେଇଥିଲେ। ସେହିପରି ୨୦୨୦ରେ ମଧ୍ୟ ମହାମାରୀ ପରିଚାଳନାଗତ ତ୍ରୁଟିକୁ ନେଇ ନ୍ୟୁଜିଲାଣ୍ଡ, ବ୍ରାଜିଲ, ଚେକ୍‌ ଗଣରାଜ୍ୟ ସମେତ ବିଭିନ୍ନ ଦେଶରେ ସ୍ବାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ପରିମଳ କର୍ମଚାରୀଙ୍କ ଅନର୍ଦ୍ଦିିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ

କବିସୂର୍ଯ୍ୟନଗର,୨୨ା୧୨(କୃପାସିନ୍ଧୁ ସ୍ୱାଇଁ): ୧୦ ମାସର ବକେୟା ଦରମା ପ୍ରଦାନ ଓ ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଦାବିନେଇ କବିସୂର୍ଯନଗର ଏନ୍‌ଏସିର ପରିମଳ କର୍ମଚାରୀମାନେ ଅନର୍ଦ୍ଦିିଷ୍ଟ କାଳ ପାଇଁ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri