ସଂକ୍ରମଣ ପୁଣି ବଢ଼ିବା ଆଶଙ୍କା

ନୂଆଦିଲ୍ଲୀ, ୨ା୬: କୋଭିଡ୍‌ ମୁକାବିଲା ପାଇଁ ବିଭିନ୍ନ ରାଜ୍ୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ସୁଫଳ ଦେଖିବାକୁ ମିଳିଛି। ୨୪ ଘଣ୍ଟାରେ ଦେଶରେ ୧,୨୭,୫୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୫୪ ଦିନରେ ଏହି ସଂଖ୍ୟା ସର୍ବନିମ୍ନ। ଦୈନିକ ସଂକ୍ରମଣ ହାର ୬.୬୨ ପ୍ରତିଶତକୁ ହ୍ରାସ ପାଇଛି। ସେହିପରି ଦିନକରେ ୨,୭୯୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖି ରାଜ୍ୟଗୁଡ଼ିକ ଲକ୍‌ଡାଉନ୍‌ ନିୟମକୁ କୋହଳ କରିଛନ୍ତି। ତେବେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ନ ହେଉଣୁ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ଲୋକେ ସାମାଜିକ ଦୂରତ୍ୱ ସମେତ କୋଭିଡ୍‌ ଗାଇଡଲାଇନକୁ ଯେଭଳି ଖୋଲାଖୋଲି ଉଲ୍ଲଂଘନ କରୁୁଛନ୍ତି ସେଥିରୁ ଆଗକୁ ସଂକ୍ରମଣ ପୁଣି ବୃଦ୍ଧିିପାଇବାର ଆଶଙ୍କା କରାଯାଉଛି।
ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୮୧,୭୫,୦୦୪ରେ ପହଞ୍ଚତ୍ଥିବାବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୩,୩୧,୮୯୫କୁ ବୃଦ୍ଧି ପାଇଛି। ଗତ ୩୫ ଦିନରେ ଦୈନିକ ମୃତ୍ୟୁସଂଖ୍ୟା ସର୍ବନିମ୍ନ ରହିଛି। ସେହିପରି ୪୩ ଦିନ ପରେ ସକ୍ରିୟ ମାମଲା ୨୦ ଲକ୍ଷ ତଳେ ରହିଥିବା ମନ୍ତ୍ରଣାଳୟ ପକ୍ଷରୁ ଅପ୍‌ଡେଟ୍‌ କରାଯାଇଛି। ଏବେ ଆକ୍ଟିଭ୍‌ କେସ୍‌ ୧୮,୯୫,୫୨୦ ରହିଛି, ଯାହା କି ମୋଟ ସଂକ୍ରମଣର ୬.୭୩%। ସୋମବାର ୧୯,୨୫,୩୭୪ ନମୁନା ଟେଷ୍ଟ କରାଯାଇଥିଲା। କ୍ରମାଗତ ୮ ଦିନ ଧରି ପଜିଟିଭ୍‌ ହାର ୧୦ ପ୍ରତିଶତ ତଳେ ରହିଛି। ଆରୋଗ୍ୟ ହାର ୯୨.୦୯ ପ୍ରତିଶତକୁ ବୃଦ୍ଧି ପାଇଛି। ଲଗାତର ୧୯ ଦିନ ଧରି ସଂକ୍ରମଣ ଅପେକ୍ଷା ଅଧିକ ଲୋକ କରୋନାରୁ ସୁସ୍ଥ ହେଉଛନ୍ତି। ତେବେ ମୃତ୍ୟୁହାର ୧.୧୮ ପ୍ରତିଶତକୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଝାଡ଼ଖଣ୍ଡରେ ଲକ୍‌ଡାଉନ ଅବଧି ଜୁନ୍‌ ୧୦କୁ ବଢ଼ାଯାଇଥିବାବେଳେ କେତେକ ନିୟମ କୋହଳ କରାଯାଇଛି। ସେହିପରି ବିହାରରେ ମଧ୍ୟ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ ଅବଧି ବଢ଼ାଯିବା ସହ ବ୍ୟବସାୟିକ ଗତିବିଧି ଉପରୁ କେତେକ କଟକଣା ହଟାଯାଇଛି। ନିୟମ କୋହଳ କରିଥିବା ଅନ୍ୟରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶ, ଜମ୍ମୁ-କଶ୍ମୀର, ଦିଲ୍ଲୀ, ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶ ରହିଛି। ଅନ୍ୟପକ୍ଷରେ ମହାରାଷ୍ଟ୍ର, ହରିୟାଣା, ତେଲଙ୍ଗାନା, ସିକିମ୍‌, ଓଡ଼ିଶା, କେରଳ, ତାମିଲନାଡ଼ୁ ଓ ଗୋଆ ଭଳି ରାଜ୍ୟ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ବଢ଼ାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri