Posted inଖେଳ

ଅଷ୍ଟ୍ରେଲିଆ ଖେଳାଳିଙ୍କ ସହ କରାଯାଇନାହିଁ ଆଲୋଚନା

ମେଲବୋର୍ନ, ୩୧।୫: ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୦ ମଧ୍ୟରେ ୟୁଏଇଠାରେ ଆଇପିଏଲର ବଳକା ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଅଂଶଗ୍ରହଣ କରିବା ପାଇଁ ଅଷ୍ଟ୍ରେଲିଆ ଖେଳାଳିଙ୍କ ସହ ଏପର୍ଯ୍ୟନ୍ତ କୌଣସି ଆଲୋଚନା କରାଯାଇ ନାହିଁ। ଆଇପିଏଲ ଅଂଶଗ୍ରହଣ କରିଥିବା ଖେଳାଳିମାନେ ବାଧ୍ୟତାମୂଳକ ୨ ସପ୍ତାହ ହୋଟେଲ କ୍ୱାରେଣ୍ଟିନ ଶେଷ କରି ସୋମବାର ଘରକୁ ଫେରିଛନ୍ତି। ଏଣୁ ଆଇପିଏଲରେ ସେମାନେ ଖେଳିବେ କି ନାହିଁ ଜାଣିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆର (ସିଏ) କାର୍ଯ୍ୟକାରୀ ମୁଖ୍ୟ ନିକ ହକଲେ କହିଛନ୍ତି।

ଖେଳାଳି, କୋଚ୍‌, ମ୍ୟାଚ୍‌ ଅଫିସିଆଲ ଓ ଭାଷ୍ୟକାରଙ୍କୁ ମିଶାଇ ପ୍ରାୟ ୪୦ ଜଣ ଆଇପିଏଲରେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ଫ୍ରାଞ୍ଚାଇଜର ବାୟୋ ବବଲରେ ଖେଳାଳିମାନେ କୋଭିଡ୍‌ ସଂକ୍ରମିତ ହେବା ପରେ ମେ’ ୪ରେ ଆଇପିଏଲକୁ ସ୍ଥଗିତ ଘୋଷଣା କରାଯାଇଥିଲା।

”ଆମେ ଏକତ୍ରିତ ହେବା ପରେ ଆଇପିଏଲ ସମ୍ପର୍କରେ ଆଲୋଚନା କରିବୁ। ଆଇପିଏଲରୁ ଫେରିଥିବା ଖେଳାଳିମାନଙ୍କ ହୋଟେଲ କ୍ୱାରେଣ୍ଟିନ ସୋମବାର ଶେଷ ହୋଇଛି। ଏଣୁ ଖେଳାଳିଙ୍କ ଘରକୁ ଫେରିବାକୁ ଆମେ ପ୍ରାଥମିକତା ଦେଉଛୁ। ଆମକୁ ଓ୍ବେଷ୍ଟଇଣ୍ଡିଜ ଗସ୍ତ ଲାଗି ପ୍ରସ୍ତୁତ ହେବାର ଅଛି“ ବୋଲି ହକଲେ କହିଛନ୍ତି। ଆସନ୍ତା ଦୁଇ ସପ୍ତାହରେ ଖେଳାଳିମାନେ ବ୍ରିସବେନସ୍ଥିତ ଏନ୍‌ସିଏରେ ଏକତ୍ରିତ ହେବେ।

ଆଇପିଏଲର ବଳକା ମ୍ୟାଚ୍‌ ଖେଳାଯିବାକୁ ଥିବା ସମୟରେ ଅଷ୍ଟ୍ରେଲିଆର କୌଣସି ଅନ୍ତର୍ଜାତୀୟ ସିରିଜ୍‌ ଖେଳିବାର ନାହିଁ। କିନ୍ତୁ ଚିନ୍ତାର ବିଷୟ ହେଲା, ଗୋଟିଏ ବବଲରୁ ଅନ୍ୟ ବବଲକୁ ଯିବାଦ୍ୱାରା ଖେଳାଳିଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ଚାପ ବଢ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri