ଗ୍ରାମାଞ୍ଚଳରେ ମାଡୁଛି ଭୂତାଣୁ

ବଇଣ୍ଡା, ୩୦।୫(ଡି.ଏନ.ଏ.) ଶିଳ୍ପ ଜିଲା ଅନୁଗୋଳରେ କରୋନା ସଂକ୍ରମଣ ରେକର୍ଡ କଲାଣି। ପ୍ରଥମେ ସହର ପରେ ଏବେ ଗ୍ରାମାଞ୍ଚଳ ପାଲଟିଛି ଭୂତାଣୁର ହଟ୍‌ସ୍ପଟ୍‌। ପଞ୍ଚାୟତର ଘରେ ଘରେ ଉଭୟ ଲକ୍ଷଣ ଏବଂ ଲକ୍ଷଣ ବିହୀନ ରୋଗୀ ଥିବାବେଳେ ଅଧିକାଂଶ ଭୟରେ ପରୀକ୍ଷା କରାଉନାହାନ୍ତି। ରୋଗ ଚିହ୍ନଟ ସତ୍ତ୍ୱେ ଅମାନିଆମାନେ ସଙ୍ଗରୋଧରେ ନ ରହି ଖୋଲାରେ ବୁଲୁଥିବାବେଳେ ଗଁାରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ସୃଷ୍ଟି ହୋଇଛି।
ଜିଲାର କିଶୋରନଗର ବ୍ଲକରେ ପଜିଟିଭ୍‌ଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବିଶେଷ କରି ବଇଣ୍ଡା ସମେତ ଆଖପାଖ ୮ ପଞ୍ଚାୟତରେ ସଂକ୍ରମଣ ବଢ଼ିବା ପ୍ରଶାସନର ଚିନ୍ତା ବଢ଼ାଇଛି। ସରକାରୀ ତଥ୍ୟ ଅନୁଯାୟୀ, ଗତ ୪୦ ଦିନରେ ନୁନୁକାପଶି ପଞ୍ଚାୟତରେ ୨୮୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଗଁା ବଇଣ୍ଡା ପଞ୍ଚାୟତରେ ୨୭୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗୋଟିଏ ମୁଣ୍ଡ ନେଇଛି କରୋନା। ହଣ୍ଡପା ପଞ୍ଚାୟତରେ ୨୬୯ ପଜିଟିଭ୍‌ ବାହାରିଥିବାବେଳେ ୭ଜଣଙ୍କ ମୃତ୍ୟୁ ଘଟିଛି। ଲୁହାମୁଣ୍ଡା ପଞ୍ଚାୟତର ୮୨ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୨ ଜଣ ସଂକ୍ରମିତଙ୍କ ଜୀବନ ଯାଇଛି। ବିଲେଇନାଳି ପଞ୍ଚାୟତର ୭୦ ସଂକ୍ରମିତ ବାହାରିଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଅନୁରୂପ ଭାବେ କଣ୍ଟେଇକୋଳିଆ ପଞ୍ଚାୟତର ୭୭, ଜାମ୍ବୁନାଳି ପଞ୍ଚାୟତର ୮୮, କଟରଙ୍ଗା ପଞ୍ଚାୟତର ୮୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ଅପରପକ୍ଷେ ଜିଲାର ଅନ୍ୟତମ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡା ଅଞ୍ଚଳରେ ସଂକ୍ରମଣ ବଢୁଥିବାରୁ ବ୍ୟବସାୟୀଙ୍କ ମନରେ ଛନକା ପଶିଛି। ଗ୍ରାମାଞ୍ଚଳର ଚାଷୀ ବଇଣ୍ଡା ଅଞ୍ଚଳକୁ ପରିବା ବିକ୍ରି କରିବାକୁ ଆସୁଥିବାବେଳେ ସେମାନେ ଭୂତାଣୁର ବାହାକ ସାଜୁଛନ୍ତି। ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଏଡ଼ାଇବାକୁ ନୁନୁକାପଶି, ଗଁା ବଇଣ୍ଡା, ଜାମ୍ବୁନାଳି, ଲୁହାମୁଣ୍ଡା, ହଣ୍ଡପା, କଣ୍ଟେଇକୋଳିଆ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଶନିବାରଠାରୁ ୭ଦିନ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାକୁ ବାଦ୍‌ଦେଲେ ସମ୍ପୃକ୍ତ ପଞ୍ଚାୟତ ପ୍ରଶାସନ ଏବଂ ଗ୍ରାମବାସୀଙ୍କ ଉଦ୍ୟମରେ ୨୨ ଗ୍ରାମରେ କଟକଣା କଡ଼ାକଡ଼ି କରାଯାଇଛି। ମୁଖ୍ୟରାସ୍ତାରେ ବାଉଁଶ ପୋତାଯାଇଛି। କୌଣସି ବହିରାଗତଙ୍କୁ ଗ୍ରାମକୁ ଛଡ଼ାଯାଉନାହିଁ। ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ସଂକ୍ରମିତଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଉଛି। ପୋଲିସ ପ୍ରଶାସନ ପକ୍ଷରୁ କଟକଣା ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କଠାରୁ ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ କରାଯାଇଛି। କେତେକ ଦୋକାନକୁ ସିଲ୍‌ କରାଗଲାଣି। ପରିସ୍ଥିତି ଅଣାୟତ୍ତ ଆଡ଼କୁ ଗତି କରୁଥିବାବେଳେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଭାଙ୍ଗି ସାଧାରଣ ଜନତାଙ୍କ ଜୀବନ ବିପଦରେ ପକାଉଥିବା ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସାଧାରଣ ଜନତା ଭୟଭୀତ
ସଂକ୍ରମିତ ବ୍ୟକ୍ତି କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ନ କରି ବାହାରେ ବୁଲିବା ଦ୍ୱାରା ଗ୍ରାମାଞ୍ଚଳରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଗରିବ ଏବଂ ସାଧାରଣ ଜନତା ଅତ୍ୟଧିକ ଭୟଭୀତ ହୋଇପଡ଼ିଛନ୍ତି। ପୋଲିସ ପ୍ରଶାସନ ଅମାନିଆଙ୍କୁ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ।
-ଅମାତ ସାହୁ, କଣ୍ଟେଇକୋଳିଆ

ସଂକ୍ରମିତ ମାସ୍କ ପିନ୍ଧୁନାହାନ୍ତି
ପଜିଟିଭ୍‌ ଚିହ୍ନଟ ବ୍ୟକ୍ତି ବିନା ମାସ୍କରେ ବୁଲୁଛନ୍ତି। ସଙ୍ଗରୋଧ ନିୟମ ପାଳନ କରୁନାହାନ୍ତି। ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଅମାନିଆଙ୍କ ଲାଗି ଗ୍ରାମବାସୀଙ୍କ ଉପରେ ବିପଦ ବଢୁଛି। ଏଭଳି ସ୍ଥିତିରେ ଉପଖଣ୍ଡ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ହୋଇପଡ଼ିଛି।
-ଅନିଲ କୁମାର ସାହୁ, ହଣ୍ଡପା

ସ୍ବାସ୍ଥ୍ୟ ବିଭାଗ ପରାମର୍ଶକୁ ଅଣଦେଖା
ପଜିଟିଭ୍‌ ଚିହ୍ନଟ ହେବାପରେ ଅନେକ ବ୍ୟକ୍ତି ପୃଥକବାସରେ ରହୁନାହାନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଔଷଧ ଏବଂ ପରାମର୍ଶ ଦିଆଯାଉ ଥିଲେ ମଧ୍ୟ ସେମାନେ ଏହାକୁ ଅଣଦେଖା କରୁଛନ୍ତି। ଫଳରେ ଗ୍ରାମାଞ୍ଚଳର ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହାଦ୍ୱାରା ସ୍ବାସ୍ଥ୍ୟ ବିଭାଗ ଉପରେ ଚାପ ବଢ଼ିବାରେ ଲାଗିଛି।
-ଡାକ୍ତର ସରୋଜ କୁମାର ନନ୍ଦ, ବଇଣ୍ଡା ସ୍ବାସ୍ଥ୍ୟକେନ୍ଦ୍ର

କଡ଼ା ପଦକ୍ଷେପ ଗ୍ରହଣ କରାଯିବ
ବଇଣ୍ଡା ଫାଣ୍ଡି ପୋଲିସ ପକ୍ଷରୁ କରୋନା ସଂକ୍ରମଣ ସମ୍ପର୍କରେ ମାଇକ୍‌ ସହାୟତାରେ ପ୍ରଚାର କରାଯାଉଛି। ନିୟମିତ ପାଟ୍ରୋଲିଂ କରାଯିବା ସହ ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ବିନା କାରଣରେ ବୁଲୁଥିବା ଲୋକଙ୍କୁ ଯାଞ୍ଚ କରାଯାଉଛି । ପୋଲିସ ପକ୍ଷରୁ ଆହୁରି କଡ଼ା ପଦକ୍ଷେପ ନିଆଯିବ।
-ଅରୁଣ କୁମାର ପଣ୍ଡା, ବଇଣ୍ଡା ଫାଣ୍ଡି ଅଧିକାରୀ

ନିୟମ ମାନିବାକୁ ଅନୁରୋଧ କରାଯାଉଛି
କିଶୋରନଗର ବ୍ଲକର ବହୁ ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ତହସିଲ ପ୍ରଶାସନ ପକ୍ଷରୁ ବ୍ୟାପକ ଚଢ଼ାଉ ଜାରି ରହିଛି। ନିୟମ ଭଙ୍ଗ କରି ବ୍ୟବସାୟ କରୁଥିବା ଦୋକାନଗୁଡ଼ିକୁ ସିଲ୍‌ କରାଯିବା ସହ ଜରିମାନା ଆଦାୟ କରାଯାଉଛି। ଜନସାଧାରଣ ଏବଂ ଚିହ୍ନଟ ସଂକ୍ରମିତଙ୍କୁ ଘରେ ରହିବାକୁ ଅନୁରୋଧ କରାଯାଉଛି।
-ଶାନ୍ତିସ୍ବରୂପ ମିଶ୍ର, କିଶୋରନଗର ତହସିଲଦାର


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଲୁଦୁ ଜଳପ୍ରପାତ, ୧୦୦ ଫୁଟ ଉପରୁ ପଡୁଛି ପାଣି, ଯିବାକୁ ଚାହୁଁଥିଲେ ଜାଣନ୍ତୁ…

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ରାଜ୍ୟର ପ୍ରମୁଖ ଜଳପ୍ରପାତଗୁଡ଼ିକ ମଧ୍ୟରୁ ଅନ୍ୟତମ ହେଉଛି କନ୍ଧମାଳ ଜିଲାର ଲୁଦୁ ଜଳପ୍ରପାତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

ଜୀବିକା ଆଗରେ ଫିକା ପଡ଼ିଛି ହାଡ଼ଭଙ୍ଗା ଶୀତ, ପନିପରିବା ଧରି ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): କନ୍ଧମାଳ ଜିଲାରେ ଲାଗି ରହିଛି ହାଡ଼ଭଙ୍ଗା ଶୀତ। କିଛିଦିନ ଧରି କ୍ରମାଗତ ତାପମାତ୍ରା କମ୍‌ ରହିବା ସହ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି।...

ଶୀତ ଲହରି ଜାରି, ଗାଡ଼ି ଚଳାଚଳରେ ବାଧକ ସାଜିଛି କୁହୁଡ଼ି

ଦାରିଙ୍ଗବାଡ଼ି,୨୬ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତ ଲହରି ଜାରି ରହିଛି। ଶୁକ୍ରବାର ତାପମାତ୍ରା ୬.୫ ଡିଗ୍ରୀ ରହିଛି। ତେବେ କୁହୁଡି ଯୋଗୁ ଶୀତ...

ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ, ୨୦୦୪ ରୁ ୨୦୦୯ ଯାଏଁ ଥିଲେ….

ଭୁବନେଶ୍ବର,୨୬।୧୨:  ପୂର୍ବତନ ବିଧାୟିକାଙ୍କ ପରଲୋକ । କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ବର ସ୍ଥିତ ବାସଭବନରେ ପରଲୋକ ହୋଇଥିବା ସୂଚନା...

ବଡ଼ଧରଣର ଭିଜିଲାନ୍ସ ରେଡ୍: ଏକକାଳୀନ ଫରେଷ୍ଟରଙ୍କ ୫ଟି ଠିକଣାରେ ଚଢ଼ାଉ

ଭୁବନେଶ୍ୱର,୨୬।୧୨: ଆୟ ବହିର୍ଭୂତ ସମ୍ପତ୍ତି (DA) ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଶୁକ୍ରବାର କୋରାପୁଟ ଫରେଷ୍ଟ ଡିଭିଜନ୍‌ର ଫରେଷ୍ଟର ନିରଞ୍ଜନ ଶତପଥୀଙ୍କର ୫ଟି...

ଐତିହ୍ୟ-ପାରମ୍ପରିକ ଲୋକକଥାର କାହାଣୀ କହେ ଯୋଗୀମଠ ଜଳପ୍ରପାତ, ବିଡିଓ କହିଲେ ରାସ୍ତା ସହ…

ଦାରିଙ୍ଗବାଡ଼ି,୨୬ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ରହିଛି। ସେଥିମଧ୍ୟରୁ ଯୋଗୀମଠ ଜଳପ୍ରପାତ ଅନ୍ୟତମ। ତେବେ ଯୋଗୀମଠ ଜଳପ୍ରପାତରେ ପହଞ୍ଚିବା ପାଇଁ ସବୁଦିନିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri