ବୈତରଣୀରେ ବନ୍ୟା ବିପଦ

ଭୁବନେଶ୍ୱର,(ବ୍ୟୁରୋ)/ ଭଣ୍ଡାରିପୋଖରୀ (ଡି.ଏନ୍‌.ଏ.)/ ଆନନ୍ଦପୁର(ସ୍ବ.ପ୍ର.)/ଯାଜପୁର ଅଫିସ,୨୮/୫:ବାତ୍ୟା ‘ୟାସ୍‌’ କ୍ଷତ ଭରି ନ ଥିବା ବେଳେ ବନ୍ୟା ବିପତ୍ତି ଦୁର୍ଦ୍ଦଶାକୁ ଆହୁରି ବଢ଼ାଇବା ଆଶଙ୍କା ସୃଷ୍ଟି କରିଛି। ବାତ୍ୟାଜନିତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ବୈତରଣୀରେ ବନ୍ୟା ପାଣି ଉଛୁଳୁଛି। ଏହି ନଦୀର ଆନନ୍ଦପୁର ଏବଂ ଆଖୁଆପଦାଠାରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆନନ୍ଦପୁରଠାରେ ବିପଦ ସଙ୍କେତ ୩୮.୩୬ ମିଟର ଥିବା ବେଳେ ୩୯.୨୭ ମିଟର, ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ୧୮.୬୯ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଏହାଦ୍ୱାରା ଯାଜପୁର ଜିଲାର ବୈତରଣୀ ନଦୀ ତଟବର୍ତ୍ତୀ କୋରେଇ, ଦଶରଥପୁର ଓ ଯାଜପୁର ବ୍ଲକବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସେହିପରି ଭଦ୍ରକ ଜିଲାର ଧାମନଗର, ଭଣ୍ଡାରିପୋଖରୀ ଓ ତିହିଡ଼ି ବ୍ଲକରେ ବନ୍ୟା ଆଶଙ୍କା ବଢ଼ିଯାଇଛି।
ଏହି ବନ୍ୟାଜଳ ୩ ବ୍ଲକର ନଈକୂଳିଆ ଗଁା ପାଇଁ ବିପଦ ଆଣିପାରେ ବୋଲି ଜିଲା ପ୍ରଶାସନ ଆକଳନ କରିଛି। ବ୍ଲକ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇ ଲୋକଙ୍କୁ ସତର୍କ କରାଯାଉଛି। ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଘୋଷଣା କରାଯାଉଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକରେ ପ୍ରଶାସନିକ ଅଧିକାରୀମାନେ ଡେରା ପକାଇଛନ୍ତି। ବନ୍ୟାକୁ ଆଖି ଆଗରେ ରଖି ଧାମନଗର ଖଡ଼ିପଦାଠାରେ ୨୭ ଜଣିଆ ଏକ ଓଡ୍ରାଫ୍‌ ଟିମ୍‌ ପହଞ୍ଚତ୍ଛନ୍ତି। ବୈତରଣୀ ନଦୀର ତୁରୁମୁଙ୍ଗାଠାରେ ଥିବା ପୋଲ ଉପରେ ୪ ଫୁଟ ପାଣି ପ୍ରବାହିତ ହେବାରୁ ଗାଡ଼ି ଚଳାଚଳ ବନ୍ଦ ରହିଛି। କୋଲକାତା-ମୁମ୍ବାଇ ୪୯ନଂ. ଜାତୀୟ ରାଜପଥରେ ଯାତାୟାତ ବିଚ୍ଛିନ୍ନ ହୋଇପଡ଼ିଛି। ବହୁ ସଂଖ୍ୟକ ଯାନବାହନ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି। ଗୁରୁବାର ପୂର୍ବାହ୍ନରେ କେନ୍ଦୁଝର ଜିଲାପାଳ ଆଶିଷ କୁମାର ଠାକ୍‌ରେ, ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକ ପୋଲ ଉପରେ ଚାଲୁଥିବା ପାଣି ଓ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନ୍ୟାନ୍ୟ ଅଞ୍ଚଳରେ ସ୍ବାଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ଜିଲାପାଳ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଯୋଡ଼ା ବ୍ଲକ ଭୂୟାଁ ରୋଇଡ଼ା ପଞ୍ଚାୟତ ଅନ୍ତର୍ଗତ କେଥ ହାଟିଂ ନିକଟରେ ସୁନା ନଦୀ ଉପରେ ଥିବା ଏକ ପୋଲ ଜଳସ୍ରୋତରେ ଭାସିଯାଇଛି। ଏହି ପୋଲ ଉପରେ କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲାର ଲୋକେ ନିର୍ଭର କରୁଥିବା ବେଳେ ଗମନାଗମନ ବ୍ୟାହତ ହୋଇଛି। ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଖାଲୁଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ଡାକବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ସଚେତନ କରାଯାଉଛି।
ପ୍ରବଳ ବର୍ଷା ଯୋଗୁ ବୈତରଣୀ ନଦୀର ତଳ ଅଞ୍ଚଳରେ ବନ୍ୟା ଆସିବା ସମ୍ଭାବନା ଥିବାରୁ ପ୍ରଶାସନ ସତର୍କ ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବନ୍ୟା ପାଇଁ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଓ ପ୍ରସ୍ତୁତ ଅଛନ୍ତି ବୋଲି ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି) ପ୍ରଦୀପ କୁମାର ଜେନା କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ୨୬ ତାରିଖ ସା ୭ଟା ସୁଦ୍ଧା ୟାସ୍‌ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ବାଲେଶ୍ବରରୁ ମୟୂରଭଞ୍ଜ ଦେଇ ଝାଡ଼ଖଣ୍ଡ ଗତି କରିଛି। ଏହାର ପ୍ରଭାବରେ ବୁଧବାର ଉପକୂଳବର୍ତ୍ତୀ ଜିଲାର ୧୪୬ଟି ବ୍ଲକରେ ପ୍ରବଳ ବର୍ଷା ହୋଇଛି। ରାଜ୍ୟର ୭୭ଟି ବ୍ଲକରେ ୩୦୦ରୁ ୪୦୦ ମିମି ବର୍ଷା ରେକର୍ଡ କରାଯାଇଛି। ଗୁରୁବାର ସକାଳ ୮ଟା ସୁଦ୍ଧା କେନ୍ଦୁଝର ଜିଲାରେ ୧୨୭ ମିମି, ସୁନ୍ଦରଗଡ଼ ଜିଲାରେ ୧୦୧ ମିମି, ମୟୂରଭଞ୍ଜରେ ୯୬ ମିମି ଏବଂ ଦେବଗଡ ଜିଲାରେ ୯୨ ମିମି ବର୍ଷା ରେକର୍ଡ କରାଯାଇଛି।
ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳର ଲୋକଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଏଥିପ୍ରତି ରାଜ୍ୟ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ଜଳ ସମ୍ପଦ ବିଭାଗର ଯନ୍ତ୍ରୀମାନେ କ୍ଷେତ୍ରସ୍ତରରେ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ପ୍ରଭାବିତ ଅଞ୍ଚଳରେ ୮୦% ଉପଭୋକ୍ତାଙ୍କୁ ବିଜୁଳି ସଂଯୋଗ ପ୍ରଦାନ କରାଯାଇଛି। ଅଧିକ ପ୍ରଭାବିତ ହୋଇଥିବା ଭଦ୍ରକ ଏବଂ ବାଲେଶ୍ବର ଜିଲା ପାଇଁ ଏକ ହଜାର କୁଶଳୀ ଶ୍ରମିକଙ୍କୁ ବିଦ୍ୟୁତ୍‌ ସଂଯୋଗ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।
ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର ଏବଂ ଯାଜପୁର ସମେତ ୧୦ଟି ଉପକୂଳବର୍ତ୍ତୀ ଜିଲାର ୭ ଲକ୍ଷ ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସେମାନଙ୍କୁ ୭ ଦିନ ପାଇଁ ରିଲିଫ୍‌ ପ୍ରଦାନ କାର୍ଯ୍ୟ ଜାରି ରହିଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜର ନଓ୍ବାନାଠାରେ ୨୭୬.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଯୋଡା ୨୬୮.୬, ଯଶିପୁର ୨୫୪.୮, ଲଠକଟା ୨୧୩, ଝୁମ୍ପୁରା ୨୧୨.୨, ଚମ୍ପୁଆ ୨୦୪.୨, କେନ୍ଦୁଝର ୧୯୬.୮, ପାନପୋଷ୍‌ ୧୯୬.୨, ବାସୁଦେବପୁର ୧୯୫, ଚଣ୍ଡିଖୋଲ ୧୭୫, କରଞ୍ଜିଆ ୧୬୮, ରାଜଗାଙ୍ଗପୁର ୧୪୦.୬, ସୋମପାଟଣା ୧୩୩.୨, ଦେବଗଡ ୧୩୧, ତରିଙ୍ଗି ୧୧୫.୬, ଉଦଳା ୧୧୩.୪, ବାରକୋଟ ୧୧୩.୨, ଗୁରୁଣ୍ଡିଆ ୧୧୩.୨, ହାଟଡିହି ୧୧୨.୪, ତିହିଡି ୧୧୨, ପାଲଲହଡା ୧୧୨, ଘଟଗାଁ ୧୦୩.୨, ଲହୁଣିପଡ଼ା ୧୦୨, ସୋର ୯୯ ଏବଂ ବାମରାରେ ୯୮.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ଅଗ୍ନିବର୍ଷା, ୪୬ ଛୁଇଁଲା ପାରଦ

ଭୁବନେଶ୍ୱର,୩୦।୪: ବାଲେଶ୍ୱରରେ ଅଗ୍ନିବର୍ଷା। ୪୬ ଡିଗ୍ରୀ ଛୁଇଁଲା ତାତି। ଆଜି ଦିନ ୨.୩୦ ସୁଦ୍ଧା ବାଲେଶ୍ୱର ତାପମାତ୍ରା ୪୬ ଡିଗ୍ରୀ, ଭୁବନେଶ୍ୱରରେ ୪୫.୪ ଡିଗ୍ରୀ ଦିନ...

ଅପରାଜିତାଙ୍କୁ ବିହାର ପଠାଇଦେବି: ଭାଜପା ଛାଡିବା ପରେ ବର୍ଷିଲେ କାଳୁ

ଖୋର୍ଦ୍ଧା,୩୦।୪ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିଧାନସଭା ଭାଜପା ଆଶାୟୀ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ଟିକେଟ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କାଳୁଙ୍କ...

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ନବୀନ

ଭୁବନେଶ୍ୱର,୩୦।୪: ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଦଳୀୟ କର୍ମୀ ଓ ହଜାର ହଜାର...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

ବିଜେଡି ବିଧାୟକଙ୍କ ରାଲିରେ ମାଡିଗଲା ଟ୍ରକ୍‌: ୩ ଆହତ

ଭୁବନେଶ୍ୱର,୩୦।୪: କଟକ ଜିଲା ବଡମ୍ବାରେ ବିଜେଡି ବିଧାୟକଙ୍କ ରାଲି ଉପରକୁ ମାଡିଗଲା ଟ୍ରକ୍‌। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ବଡମ୍ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri