Posted inଖେଳ

ଏହି କ୍ରିକେଟର୍‌ଙ୍କ ବଡ଼ ଭବିଷ୍ୟବାଣୀ: ଚେନ୍ନାଇ ସୁପର କିଙ୍ଗ୍ସରୁ ଅଲଗା ହୋଇଯିବେ ଧୋନୀ!

ପୂର୍ବତନ କ୍ରିକେଟର ତଥା ପ୍ରସିଦ୍ଧ ସମୀକ୍ଷକ ଆକାଶ ଚୋପ୍ରା ନିଜ ବେପରୁଆ ମନ୍ତବ୍ୟ ପାଇଁ ଜଣାଶୁଣା। ଆଇପିଏଲ ୨୦୨୨ ନିଲାମ ପୂର୍ବରୁ ଆକାଶ ଚୋପ୍ରା ଏକ ବଡ଼ କଥା କହିଛନ୍ତି। ଆକାଶ ଚୋପ୍ରା କହିଛନ୍ତି ଯେ, ଆସନ୍ତା ବର୍ଷର ମେଗା ନିଲାମରେ ଏମଏସ ଧୋନୀ ନିଜେ ଚେନ୍ନାଇ ସୁପର କିଙ୍ଗରେ ରହିବାକୁ ଚାହିଁବେ ନାହିଁ। ଯଦିଓ ଦଳ ତାଙ୍କୁ ରଖିବାକୁ ଚାହେଁ, ତଥାପି ଧୋନୀ କିନ୍ତୁ ଦଳ ସହ ରହିବାକୁ ଚାହିଁବେ ନାହିଁି। ଆକାଶ ଚୋପ୍ରା ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ ଚେନ୍ନାଇ ସୁପର କିଙ୍ଗ୍ସ ଏମଏସ ଧୋନୀଙ୍କୁ ରିଟେନ ତାଲିକାର ଶୀର୍ଷରେ ରଖିବ। କିନ୍ତୁ ଯଦି ଆପଣ ଧୋନୀଙ୍କୁ ପଚାରନ୍ତି, ତେବେ ସେ ନିଜକୁ କହିବେ ତୁମେ ମୋତେ ଦଳରେ କାହିଁକି ରଖୁଛ? ସେ ଆଗାମୀ ତିନି ବର୍ଷ ଧରି ଦଳ ସହିତ ରହିବେ ନାହିଁ। ସିଏସ୍‌କେ କାହିଁକି ଏତେ ଟଙ୍କା ଖର୍ଚ୍ଚ କରି ତାଙ୍କୁ ଦଳରେ ନେବାକୁ ଚାହିଁବ। ଆକାଶ ଚୋପ୍ରା ଆହୁରି କହିଛନ୍ତି, ଯଦି କୌଣସି ଖେଳାଳିଙ୍କୁ ନ ରଖିବାର ନିୟମ ଆସେ, ତେବେ ଧୋନୀଙ୍କୁ ନ ରଖିବା ପାଇଁ ସିଏସ୍‌କେ ସଂପୂର୍ଣ୍ଣ ରାଜି ହେବ।

ଏମଏସ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ୩ଟି ଆଇପିଏଲ ଟାଇଟଲ ଜିତିଛି। ଧୋନୀଙ୍କ ପରି ଜଣେ ଅଧିନାୟକ ପାଇବା ଚେନ୍ନାଇ ପକ୍ଷେ ଅସମ୍ଭବ, ଏଭଳି ପରିସ୍ଥିତିରେ ଏହି ଫ୍ରାଞ୍ଚାଇଜ ଧୋନୀଙ୍କୁ ଦଳରେ ନିଶ୍ଚୟ ରଖିବାକୁ ଚାହିଁବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଦା ହେବ ସନରାଇଜର୍ସ ହାଇଦ୍ରାବାଦ, ପ୍ଲେ ଅଫ୍‌ରେ ପହଞ୍ଚିବେ ଆର୍‌ସିବି-ସିଏସ୍‌କେ !

ନୂଆଦିଲ୍ଲୀ,୧୪।୫: ଆଇପିଏଲ୍‌ ପ୍ଲେ ଅଫ୍‌ ମୁକାବିଲା ଯେତିକି ପାଖେଇ ଆସୁଛି, ରୋମାଞ୍ଚ ସେତିକି ବଢ଼ୁଛି। ଏମିତିରେ କେଉଁ ୪ ଟିମ୍‌ ଯୋଗ୍ୟତା ହାସଲ କରିବେ ତାହା...

ଆହତ ସତ୍ତ୍ୱେ ଟସ୍କିନ ଅହମଦଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଢାକା,୧୪ା୫: ପାର୍ଶ୍ୱ ଯନ୍ତ୍ରଣା ପାଇଁ ଚିକିତ୍ସାଧୀନ ଥିବା ସତ୍ତ୍ୱେ ପେସ୍‌ ବୋଲର ଟସ୍କିନ ଅହମଦ ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ବାଂଲାଦେଶ ଦଳରେ ସ୍ଥାନ...

ଗାଳି ପରେ ଏବେ କେ ଏଲ୍‌ ରାହୁଲଙ୍କୁ ଡିନର୍‌ ପାର୍ଟୀ ଦେଲେ ମାଲିକ, ଆଲିଙ୍ଗନ କରି ସ୍ବାଗତ

ନୂଆଦିଲ୍ଲୀ,୧୪।୫: ବିବାଦର ଅନ୍ତ। କେ ଏଲ୍‌ ରାହୁଲ ଏବଂ ସଞ୍ଜୀବ ଗୋଏଙ୍କାଙ୍କ ମଧ୍ୟରେ ସବୁକିଛି ଠିକ୍‌ ଅଛି। ସାମ୍ନାକୁ ଆସିଥିବା ଉଭୟଙ୍କ ଫଟୋରୁ ଏହା ସ୍ପଷ୍ଟ...

ସ୍ପେଶାଲ ଗିଫ୍ଟ ଦେବେ ଅନୁଷ୍କା-ବିରାଟ

ମୁମ୍ବାଇ: ବଲିଉଡର ପପୁଲାର କପଲମାନଙ୍କ ମଧ୍ୟରୁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଅନ୍ୟତମ। ଯେତେବେଳେ ବି ଏହି ଦମ୍ପତି କକୌଣସି ସ୍ଥାନରେ ନଜର ଆସିବେ,...

ବଲ୍‌ ଚୋରି କରୁଥିଲେ ପ୍ରଶଂସକ, ଧରିଲା ପୋଲିସ: ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ,୧୪।୫: ଆଇପିଏଲ୍‌ ୨୦୨୪ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୭୦ଟି ଲିଗ ମ୍ୟାଚ ମଧ୍ୟରୁ ୬୩ଟି ଖେଳାଯାଇଛି। ପ୍ରଶଂସକମାନେ ଏପର୍ଯ୍ୟନ୍ତ ଆଇପିଏଲକୁ ବହୁତ ଉପଭୋଗ କରିଛନ୍ତି।...

ଆଇପିଏଲ୍‌ରୁ ଗୁଜରାଟ ବିଦା: ଆରସିବିକୁ ଫାଇଦା

ନୂଆଦିଲ୍ଲୀ,୧୪।୫: ଗୁଜରାଟ ଟାଇଟାନ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଆଇପିଏଲ ୨୦୨୪ର ୬୩ତମ ମ୍ୟାଚ ଖେଳାଯିବାର ଥିଲା। କିନ୍ତୁ ଏହି ମ୍ୟାଚ୍‌କୁ ବର୍ଷା ଧୋଇଦେଇଥିଲା।...

ପ୍ରତୀକ୍ଷାର ଅନ୍ତ: ଜାଣନ୍ତୁ କେବେ, କେଉଁଠୁ କିଣିବେ ଆଇପିଏଲ୍‌ ପ୍ଲେ ଅଫ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୪।୫:ଆଇପିଏଲ୍‌ ୨୦୨୪ ଧୀରେ ଧୀରେ ପ୍ଲେ ଅଫ ଆଡକୁ ଗତି କରୁଛି। ଟୁର୍ନାମେଣ୍ଟରେ ୭୦ଟି ଲିଗ ମ୍ୟାଚ ଖେଳାଯିବ, ସେଥିମଧ୍ୟରୁ ୬୩ଟି ଖେଳାଯାଇଛି। ପ୍ଲେ ଅଫ...

ହୃଦୟକୁ ଛୁଇଁଲା ଲିଭିଙ୍ଗଷ୍ଟୋନଙ୍କ ପୋଷ୍ଟ

ନୂଆଦିଲ୍ଲୀ,୧୪।୫: ଆସନ୍ତା ମାସର ଟି -୨୦ ବିଶ୍ୱକପ ପୂର୍ବରୁ ଆଣ୍ଠୁରେ ଆଘାତ ଯୋଗୁ ପଞ୍ଜାବ କିଙ୍ଗସର ଅଲରାଉଣ୍ଡର ଲିଆମ ଲିଭିଙ୍ଗଷ୍ଟୋନ ସୋମବାର ଇଂଲଣ୍ଡ ଫେରିଛନ୍ତି। ଲିଭିଙ୍ଗଷ୍ଟୋନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri