ପରଦାରେ ସଂସ୍କାରୀ ବାପା, ହେଲେ ଅନ୍‌ସ୍କ୍ରିନ୍‌ ବୋହୂଙ୍କ ପ୍ରେମରେ ପଡ଼ିଥିଲେ ଆଲୋକ ନାଥ; ଶୁଟିଂସେଟ୍‌ରେ…

ବମ୍ବେ: ୧୯୮୨ରେ ଚଳଚ୍ଚିତ୍ର ‘ଗାନ୍ଧୀ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତା ଆଲୋକ ନାଥ। ସେବେଠାରୁ ସେ ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ନିଜର ପିତା ଚରିତ୍ରକୁ ନେଇ ତାଙ୍କୁ ବେଶ ପସନ୍ଦ ମଧ୍ୟ କରାଯାଏ। ତାଙ୍କୁ ‘ବାବୁଜି’ ନାମରେ ଅନେକ ଜାଣନ୍ତି। ଚଳଚ୍ଚିତ୍ରକୁ ଛାଡ଼ିଲେ ଅନେକ ଧାରାବାହିକରେ କାମ କରିଛନ୍ତି ଆଲୋକ। ‘ରିସ୍ତେ, ସପନା ବାବୁଲ କା, ବିଦାୟୀ, ୟହାଁ ମେ ଘର ଘର ଖେଲି ଏବଂ ୟେ ରିସ୍ତା କ୍ୟା କହଲାତା ହେ’ଆଦି ସିରିଏଲରେ ନଜର ଆସିଥିବା ଆଲୋକ ଏକଦା ତାଙ୍କ ବୋହୂଙ୍କ ପ୍ରେମରେ ପଡ଼ିଥିଲେ। ଏହା ରିଏଲ୍‌ରେ ନୁହେଁ ବରଂ ରିଲ୍‌ରେ।

ଧାରାବାହିକ ‘ବୁନିଆଦ’ରେ ଆଲୋକଙ୍କ ବୋହୂ ଭୂମିକାରେ ନଜର ଆସିଥିଲେ ନୀନା ଗୁପ୍ତା। ଆଲୋକଙ୍କ ଚରିତ୍ରର ନାମ ଥିଲା ମାଷ୍ଟର ହବେଲି। ଏହି ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିଲା। କିଛିଦିନ ପର୍ଯ୍ୟନ୍ତ ଅନ୍‌ସ୍କ୍ରିନ୍‌ ବୋହୂଙ୍କ ପ୍ରେମରେ ଉବୁଟୁବୁ ହୋଇଥିଲେ ସେ। ମାତ୍ର ଏହା ବେଶି ଦିନ ଚାଲି ନ ଥିଲା। ପରେ ଉଭୟ ଅଲଗା ହୋଇଯାଇଥିଲେ।

କେତେବେଳେ ଅଭିନୟ ତ କେତେବେଳେ ବ୍ୟକ୍ତିଗତ ଜୀବନକୁ ନେଇ ଖବର ଶିରୋନାମା ପାଲଟୁଥିବା ଆଲୋକଙ୍କ ନାମ #ମିଟୁ ମୁଭ୍‌ମେଣ୍ଟରେ ବି ସାମ୍ନାକୁ ଆସିଛି। ଟେଲିଭିଜନ ପ୍ରଯୋଜକ ବିନ୍ତା ନନ୍ଦା ତାଙ୍କ ନାମରେ ବଳାତ୍କାର ଅଭିଯୋଗ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ପୁଅ ଅଭ୍ୟାନଙ୍କ ସହ ୱାର୍କଆଉଟ୍‌ କଲେ ଦିୟା

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିୟା ମିର୍ଜା ଅନ୍ୟତମ। ସେ ନିଜର ନିଖୁଣ ଅଭିନୟ ଦ୍ୱାରା ବହୁବାର ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି। ମିସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri