ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ: ୧୦ଲକ୍ଷ ଆମ୍ଫୋଟେରିସନ୍‌ ଇଞ୍ଜେକ୍ସନ୍‌ ଯୋଗାଇବ ଆମେରିକାର ଏହି କମ୍ପାନୀ

ନୂଆଦିଲ୍ଲୀ,୨୭।୫: ଦେଶରେ କରୋନା ପ୍ରକୋପ ଜାରି ରହିଛି। ଇତିମଧ୍ୟରେ ବର୍ଦ୍ଧିତ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଏବେ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୧୧ହଜାରରୁ ଊର୍ଦ୍ଧ୍ୱ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇସାରିଛନ୍ତି। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଗୁଜରାଟ। ଗୁଜରାଟରେ ୨୮୦୦ମାମଲା ସାମ୍ନାକୁ ଆସିଥିବା ବେଳେ ମହାରାଷ୍ଟ୍ରରେ ୨୭୦୦, ଆନ୍ଧ୍ରପ୍ରଦେଶରେ ୭୦୦ ଓ ଦିଲ୍ଲୀରେ ୬୨୦ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଗୋଟିଏ ପଟେ ବର୍ଦ୍ଧିତ ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ ଖେଳାଇଥିବା ବେଳେ ଅନ୍ୟପଟେ ଏହାର ଇଞ୍ଜେକ୍ସନ ଅଭାବ ଚିନ୍ତାର କାରଣ ବଢ଼ାଇଦେଇଛି। ଫଳରେ ବ୍ଲାକ୍‌ ଫଙ୍ଗସ୍‌ ଚିକିତ୍ସାରେ ଲାଗୁଥିବା ଆମ୍ଫୋଟେରିସିନ୍‌ ଇଞ୍ଜେକ୍ସନ ଶୀଘ୍ର ଉପଲବ୍ଧ କରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାସ୍ଥ୍ୟବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସ୍ବାସ୍ଥ୍ୟବିଭାଗ ବିଭିନ୍ନ ବିଦେଶ କମ୍ପାନୀ ସହ ଯୋଗାଯୋଗ କରିଥିଲେ। ହେଲେ ଆମେରିକା ସ୍ଥିତ ଗିଲିୟଡ୍‌ ସାଇନ୍ସ ବୋର୍ଡ ଭାରତକୁ ଇଞ୍ଜେକ୍ସନ ଯୋଗାଇବାକୁ ରାଜି ହୋଇଯାଇଛି। ଆମେରିକାରୁ ଏପର୍ଯ୍ୟନ୍ତ ୧୨୧,୦୦୦ରୁ ଊର୍ଦ୍ଧ୍ୱ ଆମ୍ଫୋଟେରିସିନ୍‌ ଇଞ୍ଜେକ୍ସନ ଭାରତକୁ ଯୋଗାଇ ଦିଆଯାଇଛି। ଆଉ ବାକି ୮୫,୦୦୦ ଇଞ୍ଜେକ୍ସନ ଖୁବ୍‌ଶୀଘ୍ର ଭାରତରେ ପହଞ୍ଚିବ ବୋଲି ଜଣାପଡ଼ିଛି। କୁହାଯାଉଛି ଆମେରିକାର ଏହି କମ୍ପାନୀ ପ୍ରାୟ ୧ମିଲିୟନ ଡୋଜ ଭାରତକୁ ଯୋଗାଇଦେବ। ତେବେ ଏନେଇ ଅନ୍ୟ ଦେଶ ସହ ମଧ୍ୟ ଯୋଗାଯୋଗ କରାଯାଉଛି। ବ୍ଲାକ୍‌ ଫଙ୍ଗସ୍‌ ଲଢ଼େଇରେ ଯେପରି ଔଷଧ ଓ ଇଞ୍ଜେକ୍ସନ ଅଭାବ ନ ଦେଖାଯାଏ ସେଥିପ୍ରତି ସରକାର ପ୍ରଚେଷ୍ଟା ଚଳାଇଛନ୍ତି। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଉଦ୍ୟମରେ ଜେନେଟେକ୍‌ ଲାଇଫ୍‌ ସାଇନ୍ସ ବୋର୍ଡ ବ୍ଲାକ୍‌ ଫଙ୍ଗସ୍‌ ଚିକିତ୍ସା ପାଇଁ ଆମ୍ଫୋଟେରିସିନ୍‌ ଇଞ୍ଜେକ୍ସନ ପ୍ରସ୍ତୁତ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଏହି ଗୋଟିଏ କମ୍ପାନୀ ଏମ୍ଫୋଟେରିସିନ୍‌ ଇଞ୍ଜେକ୍ସନ ଉତ୍ପାଦନ କରୁଛି। ଏହି ଇଞ୍ଜେକ୍ସନ ସୋମବାରଠାରୁ ବିତରଣ କାର୍ଯ୍ୟ ଆରମ୍ଭ ହେବ। ଏହାର ମୁଲ୍ୟ ୧୨୦୦ଟଙ୍କା ରହିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଏହି ଇଞ୍ଜେକ୍ସନ ୭ହଜାର ଟଙ୍କାରେ ଉପଲବ୍ଧ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri