ଟିକା ଟେଣ୍ଡର ସର୍ତ୍ତାବଳୀ କୋହଳ

ଭୁବନେଶ୍ୱର,୨୨ା୫(ବ୍ୟୁରୋ): ମହାମାରୀ କୋଭିଡ୍‌-୧୯ର ମୁକାବିଲା ପାଇଁ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ। ଏହି ଲକ୍ଷ୍ୟ ହାସଲ କରିବାକୁ ରାଜ୍ୟ ସରକାର ବିଶ୍ୱ ବଜାରରୁ ଟିକା କ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଡକାଯାଇଥିବା ଟେଣ୍ଡର ଦସ୍ତାବିଜ ଓ ସର୍ତ୍ତାବଳୀକୁ ସରକାର କୋହଳ କରିଛନ୍ତି। ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ବିଶ୍ୱସ୍ତରୀୟ ଟେଣ୍ଡର ମାଧ୍ୟମରେ ଖୋଲା ବଜାରରୁ ଟିକା କ୍ରୟ କରିବାକୁ ଓଡ଼ିଶା ରାଜ୍ୟ ଔଷଧ ନିଗମ(ଓଏସ୍‌ଏମ୍‌ସିଏଲ୍‌) ପକ୍ଷରୁ ମେ’ ୧୪ରେ ଟେଣ୍ଡର ଡକାଯାଇଥିଲା। ଗତ ୧୯ ତାରିଖରେ ଏହାର ପ୍ରି ବିଡିଂ ବୈଠକ ହୋଇଥିଲା। ବିଡରମାନଙ୍କର ଅଂଶଗ୍ରହଣକୁ ଅଧିକ ସରଳୀକୃତ କରିବା ସହ ସେମାନଙ୍କର ବିଭିନ୍ନ ପ୍ରଶ୍ନ ଓ ସମସ୍ୟାକୁ ଅନୁଧ୍ୟାନ କରି ଓଏସ୍‌ଏମ୍‌ସିଏଲ ଦ୍ୱାରା ନିଯୁକ୍ତ ଏକ୍ସପର୍ଟ କମିଟିର ପରାମର୍ଶ କ୍ରମେ ଟେଣ୍ଡର ଦସ୍ତାବିଜର ସଂଶୋଧନ କରାଯାଇଛି।
ଆସନ୍ତା ୪ ମାସ ମଧ୍ୟରେ ଟିକାକରଣ ସମ୍ପୂର୍ଣ୍ଣ କରିବା ଏବଂ ବିଶ୍ୱ ବଜାରର ଟିକା ଉତ୍ପାଦନକାରୀ ସଂସ୍ଥାଗୁଡ଼ିକୁ ଆକୃଷ୍ଟ କରିବା ପାଇଁ ଇଏମ୍‌ଡି, ବିଡ୍‌ ସିକ୍ୟୁରିଟି, ଲିକ୍ୟୁଡେଟେଡ ଡ୍ୟାମେଜ ସର୍ତ୍ତ ଆଦି ଛାଡ଼ କରାଯାଇଛି। ପୂର୍ବରୁ ୨ରୁ ୮ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ମଧ୍ୟରେ ଟିକା ସଂରକ୍ଷିତ ରଖିବା ପାଇଁ ସର୍ତ୍ତ ରଖାଯାଇଥିଲା। ଟିକା ଉତ୍ପାଦନକାରୀ/ ଯୋଗାଣକାରୀମାନଙ୍କର ବହୁସଂଖ୍ୟାରେ ଅଂଶଗ୍ରହଣକୁ ଦୃଷ୍ଟିରେ ରଖି -୨୦ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ତାପମାତ୍ରାରେ ରହିପାରୁଥିବା ଟିକାଗୁଡ଼ିକୁ ଅନୁମତି ଦିଆଯାଇଛି, ଯାହାକି ୨ ଡିଗ୍ରୀରୁ ୮ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ତାପମାତ୍ରାରେ ଦୀର୍ଘ ୧୨ ଘଣ୍ଟା ପର୍ଯ୍ୟନ୍ତ ଗୁଣବତ୍ତା ଅପରିବର୍ତ୍ତିତ ରହି ପାରୁଥିବ। ସେହି ଟିକା ଉତ୍ପାଦନକାରୀ/ ଯୋଗାଣକାରୀଙ୍କୁ ମଧ୍ୟ ଏହି ଟେଣ୍ଡରରେ ଭାଗନେବା ପାଇଁ ସମ୍ମତି ଦିଆଯାଇଛି। ବହୁ ସଂଖ୍ୟାରେ ଉତ୍ପାଦନକାରୀ ଅଂଶଗ୍ରହଣ କରିବା ସକାଶେ ସିକ୍ୟୁରିଟି ଡିପୋଜିଟ ୩ ପ୍ରତିଶତକୁ ଉଠାଇ ଦିଆଯାଇଛି। ସେଥିପାଇଁ ଓଜିଏଫ୍‌ଆର ଓ ଡିଏଫ୍‌ଆର ଗାଇଡ୍‌ଲାଇନ୍ସକୁ ସଂଶୋଧନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ଆସନ୍ତା ୨୮ ତାରିଖ ସୁଦ୍ଧା ଟେଣ୍ଡରରେ ଅଂଶଗ୍ରହଣ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ଯେତେଶୀଘ୍ର ଟେଣ୍ଡର କରାଯାଇ ଟିକା କ୍ରୟ କରାଯିବ ତାହା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ପ୍ରତ୍ୟେକ ଟିକାର ଅଲଗା ଅଲଗା ମୂଲ୍ୟ ଆଧାରରେ ଟେଣ୍ଡର ଚୂଡ଼ାନ୍ତ କରାଯିବ। ସମୁଦାୟ ଟେଣ୍ଡରର ୫୦% ଏଲ୍‌-୧ ବିଡର ପାଇଁ ରଖାଯାଇଥିବାବେଳେ ଅନ୍ୟମାନଙ୍କ ପାଇଁ ୫୦% ରଖାଯାଇଥିଲା। ଏବେ ସମସ୍ତ ଟିକା ପାଇଁ ଜଣେ ମଧ୍ୟ ଟେଣ୍ଡର ନେଇପାରିବେ।
ଏହାଛଡ଼ା କ୍ୟାବିନେଟ ଆଉ ୩ଟି ପ୍ରସ୍ତାବ ଉପରେ ମୋହର ମାରିଛି। ରେଙ୍ଗାଲି ବାମପାର୍ଶ୍ୱ କେନାଲର ୧୦୦.୪୯ କିଲୋମିଟରରୁ ୧୦୭.୫୦ କିଲୋମିଟର ପାଇଁ ଡକାଯାଇଥିବା ୨୪୭.୧୪ କୋଟି ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଏହି କାର୍ଯ୍ୟ ଆସନ୍ତା ୩୬ ମାସ ଭିତରେ ଶେଷ ହେବ। ଏହି ପ୍ରକଳ୍ପ ଦ୍ୱାରା ଢେଙ୍କାନାଳ, ଯାଜପୁର ଏବଂ କେନ୍ଦୁଝର ଜିଲାର ୩୯,୪୧୫.୯୪ ହେକ୍ଟର ଜମିକୁ ଜଳସେଚନ କରାଯାଇପାରିବ। ଏହି ପ୍ରକଳ୍ପର ୩ୟ ପର୍ଯ୍ୟାୟରେ ମୁଖ୍ୟ କେନାଲକୁ ୧୪୧ କି.ମି. ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇ ଯାଜପୁର ଓ କେନ୍ଦୁଝର ଜିଲାର ୩୩,୫୫୧ ହେକ୍ଟର ଅଣ ଜଳସେଚିତ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇ ପାରିବ।
ଓଡ଼ିଶା ଲିଗାଲ ମେଥଡ୍‌ ଅଫ୍‌ ରିକ୍ର୍ୟୁଟମେଣ୍ଟ ଆଣ୍ଡ୍‌ କଣ୍ଡିଶନ ଅଫ୍‌ ସର୍ଭିସ ରୁଲ୍‌-୨୦୧୬ ସଂଶୋଧନକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଏଥିସହିତ ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡ଼ିକୁ ଲାଇସେନ୍ସ ଫି’ ଛାଡ଼ କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଅବକାରୀ ବିଭାଗ ଅଧୀନରେ ଥିବା ଠିପିଖୋଲା ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀମାନେ କୋଭିଡ୍‌ ମହାମାରୀ ପାଇଁ ୨୦୨୦ ଜୁନ୍‌ରୁ ଡିସେମ୍ବର ପର୍ଯ୍ୟନ୍ତ ଲାଇସେନ୍ସ ଫି’ ଛାଡ଼ କରିବାକୁ ଅନୁରୋଧ କରିଥିଲେ। ବ୍ୟବସାୟୀମାନଙ୍କ ଲାଭାଂଶ ଓ ଉଠାଣ ପରିମାଣକୁ ଦୃଷ୍ଟିରେ ରଖି ରିହାତି ଦେବା ପାଇଁ ଅବକାରୀ ବିଭାଗ ନିଷ୍ପତ୍ତି ନେଇଛି। ସେହି ଅନୁସାରେ ୬୧୩ ଠିପିଖୋଲା ମଦ ଦୋକାନ ମଧ୍ୟରୁ ୩୬୪ ବ୍ୟବସାୟୀଙ୍କ ବିକ୍ରି ପରିମାଣକୁ ଭିତ୍ତି କରି ୨୦୨୦ ଜୁନ୍‌ରୁ ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ଲାଇସେନ୍ସ ଫି’ ସ୍ତରଭିତ୍ତିକ ଛାଡ଼କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ତେବେ ପୋଚ, ଭାଙ୍ଗ, ତାଡ଼ି ଦୋକାନ ପାଇଁ କୌଣସି ରିହାତି ଦିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri