Posted inଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ: ପ୍ଲେଇଂ କଣ୍ଡିଶନ ନେଇ ଆଇସିସି ନିଷ୍ପତ୍ତିକୁ ଭାରତର ଅପେକ୍ଷା

ନୂଆଦିଲ୍ଲୀ,୨୦।୫(ପି.ଟି.): ଜୁନ୍‌ ୧୮ରୁ ୨୨ ତାରିଖ ମଧ୍ୟରେ ଇଂଲଣ୍ଡର ସାଉଥାମ୍ପଟନଠାରେ ଆୟୋଜନ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପ୍ରଥମ ସଂସ୍କରଣର ଫାଇନାଲ ମ୍ୟାଚ। ଏହି ହାଇପ୍ରୋଫାଇଲ ମ୍ୟାଚ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ। ଏବେଠାରୁ ଏହି ମ୍ୟାଚ୍‌ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି। ତେବେ ଯଦି ଏହି ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍‌ ଡ୍ର, ଟାଇ କିମ୍ବା ଓ୍ବାଶଆଉଟ ହୁଏ ତେବେ ଫଳାଫଳ କ’ଣ ହେବ ଓ କେଉଁ ଦଳକୁ ଚାମ୍ପିୟନ ଘୋଷିତ କରାଯିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଣି ମ୍ୟାଚ୍‌ର ପ୍ଲେଇଂ କଣ୍ଡିଶନ ଅର୍ଥାତ୍‌ ମ୍ୟାଚ୍‌ ସହିତ ଜଡିତ ପରିସ୍ଥିତି ସମ୍ପର୍କିତ ନିୟମ ଓ ସର୍ତ୍ତ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) କି ନିଷ୍ପତ୍ତି ନେଉଛି ସେ ନେଇ ଭାରତ ଉତ୍ସୁକତାର ସହ ଅପେକ୍ଷା କରିଛି। ଆଗାମୀ କିଛିଦିନରେ ଆଇସିସି ପ୍ଲେଇଂ କଣ୍ଡିଶନ ନେଇ ବିବରଣୀ ପ୍ରଦାନ କରିବ ବୋଲି ଆଶା କରାଯାଉଛି।
ଏହା ଏକ ଦ୍ୱିପାକ୍ଷିକ ସିରିଜର ଟେଷ୍ଟ ମ୍ୟାଚ୍‌ ନୁହଁ। ଏହା ଏକ ନିର୍ଣ୍ଣାୟକ ଫାଇନାଲ ମ୍ୟାଚ୍‌। ତେଣୁ ପ୍ଲେଇଂ କଣ୍ଡିଶନ ନେଇ ଆମେ ଜାଣିବାକୁ ଚାହୁଁଛୁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଯଦି ଏହି ମ୍ୟାଚ୍‌ ଡ୍ର, ଟାଇ କିମ୍ବା ଓ୍ବାଶଆଉଟ ହୁଏ ତେବେ ଫଳାଫଳ କ’ଣ ହେବ ଓ କେଉଁ ଦଳ ଟାଇଟଲ ଜିତିବ ସେ ନେଇ ନିଷ୍ପତ୍ତି କ’ଣ ହେବ ବୋଲି ସେ ପ୍ରଶ୍ନ ପଚାରିଛନ୍ତି। ତେଣୁ ଖୁବ୍‌ଶୀଘ୍ର ଏ ସଂକ୍ରାନ୍ତରେ ଆଇସିସି ପ୍ଲେଇଂ କଣ୍ଡିଶନ ପ୍ରକାଶ କରିବ। ତେବେ କେଉଁ ଦିନ କରିବ ଆମେ କହିପାରିବୁ ନାହିଁ ବୋଲି ସେ କହିଛନ୍ତି।
ଜୁନ୍‌ ପ୍ରାରମ୍ଭରେ ଭାରତୀୟ କ୍ରିକେଟ ଦଳ ଲଣ୍ଡନରେ ପହଞ୍ଚିବା ପରେ ଯଥାଶୀଘ୍ର ସାଉଥାମ୍ପଟନ ଯାତ୍ରା କରିବ ଓ ଏଗେଆସ ବାଉଲ୍‌ରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ ଅବସରରେ କ୍ୱାରାଣ୍ଟାଇନ୍‌ରେ ରହିବ। ତେବେ ଏହି କ୍ୱାରାଣ୍ଟାଇନ ଅବଧି ହାର୍ଡ ହେବ କି ସଫ୍ଟ ହେବ ଆଇସିସି ଆଗାମୀ ଦିନରେ ସୂଚନା ଦେବ। ଏହା ଏକ ଆଇସିସି ଇଭେଣ୍ଟ ହୋଇଥିବାରୁ ଫାଇନାଲ ନୋଟିଫିକେଶନ ସେମାନଙ୍କଠାରୁ ଆସିବ ବୋଲି ଜଣାଯାଇଛି। ସଫ୍ଟ କ୍ୱାରାଣ୍ଟାଇନ୍‌ରେ ଭାରତୀୟ ଦଳ ଟ୍ରେନିଂ ନେବାର ସୁଯୋଗ ପାଇବ। କ୍ୱାରାଣ୍ଟାଇନର ଅବଧି ନେଇ ମଧ୍ୟ ଆଲୋଚନା ଜାରି ରହିଛି। ଜୁନ୍‌ ୨ରେ ମୁମ୍ବାଇରେ ରହୁଥିବା ଖେଳାଳିମାନେ ଲୋକାଲ ବାୟୋ ବବଲରେ ଯୋଗଦେବେ।
ମୟଙ୍କ ଅଗ୍ରଓ୍ବାଲ, ରବିଚନ୍ଦ୍ରନ ଅଶ୍ୱିନ, ବୋଲିଂ କୋଚ୍‌ ଭାରତ ଅରୁନ ବୁଧବାର ଚେନ୍ନାଇରୁ ଚାର୍ଟାର୍ଡ ଫ୍ଲାଇଟ୍‌ ଜରିଆରେ ମୁମ୍ବାଇରେ ଆସି ପହଞ୍ଚିଛନ୍ତି। ମହମ୍ମଦ ସିରାଜ, ପୁରୁଷ ଟିମ୍‌ କୋଚ୍‌ ଆର. ଶ୍ରୀଧର, ମହିଳା ଟେଷ୍ଟ ଓ ଦିନିକିଆ ଅଧିନାୟିକା ମିଥାଲି ରାଜ ମଧ୍ୟ ହାଇଦ୍ରାବାଦରୁ ଆସିଛନ୍ତି। ତେବେ ମୁମ୍ବାଇ, ପୁଣେ ଓ ପାଖାପାଖି ସ୍ଥାନରେ ରହୁଥିତ୍ବା ଖେଳାଳିମାନେ ମେ’ ୨୪ରେ ଟିମ୍‌ ବବଲରେ ଯୋଗ ଦେବେ। ଏମାନଙ୍କ ମଧ୍ୟରେ ରହିଛନ୍ତି ବିରାଟ କୋହଲି, ଅଜିଙ୍କ୍ୟ ରାହାନେ, ରୋହିତ ଶର୍ମା ଓ ମହିଳା ଦଳ ବ୍ୟାଟର ଜେମିମା ରୋଡ୍ରିଗ୍ବେଜ। ଆପେଣ୍ଡିସାଇଟିସ୍‌ ଅସ୍ତ୍ରୋପଚାର କରାଇଥିବା ଲୋକେଶ ରାହୁଲ ମଧ୍ୟ ୨୪ରେ ବବଲରେ ଯୋଗଦେବେ ବୋଲି ଆଶା କରାଯାଉଛି। ବିସିସିଆଇ ସବୁ ପୁରୁଷ ଓ ମହିଳା ଖେଳାଳିଙ୍କ ପାଇଁ ଚାର୍ଟାର୍ଡ ବିମାନ ଓ ଯାତ୍ରା ପାଇଁ ବ୍ୟବସ୍ଥା କରିଛି।
ଷ୍ଟାଣ୍ଡ ବାଇ ପେସର ପ୍ରସିଦ୍ଧ କ୍ରିଷ୍ଣା, ରିଜର୍ଭ ଉଇକେଟକିପର ରିଦ୍ଧିମାନ ଶାହା, ଅଭିଜ୍ଞ ସ୍ପିନର ଅମିତ ମିଶ୍ରା କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି। ତେଣୁ ଏହି ଦୁଇ ଖେଳାଳି ସାମାନ୍ୟ ବିଳମ୍ବରେ ଯୋଗଦେବେ ବୋଲି କୁହାଯାଇଛି। ଠିକ୍‌ ସମୟରେ କ୍ରିଷ୍ଣା ଫିଟ୍‌ ନ ହୋଇପାରିଲେ ପଞ୍ଜାବ ମିଡ୍‌ଲ ଅର୍ଡର ବ୍ୟାଟ୍ସମ୍ୟାନ ମନଦୀପ ସିଂଙ୍କୁ ଷ୍ଟାଣ୍ଡବାଇ ଭାବେ ଦଳରେ ନିଆଯାଇପାରେ। ମୁମ୍ବାଇର ସୂର୍ଯ୍ୟକୁମାର ଯାଦବଙ୍କୁ ଗସ୍ତରେ ସାମିଲ କରିବାକୁ ଚର୍ଚ୍ଚା ହେଉଥିଲେ ମଧ୍ୟ ସେ ନେଇ ସୂଚନା ଦିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri