ବ୍ଲାକ୍‌ ଫଙ୍ଗସ୍‌ ବିପଦ

ନାରାୟଣ ଚନ୍ଦ୍ର ବିଶ୍ୱାଳ

 

ମହାମାରୀ କରୋନାର ଦ୍ୱିତୀୟ ଲହରର ଭୟାବହତା ଭିତରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ବ୍ଲାକ୍‌ ଫଙ୍ଗସ୍‌ ରୋଗୀ। ଷ୍ଟେରଏଡ୍‌ର ଅତ୍ୟଧିକ ବ୍ୟବହାର ସହ ଅଧିକ ଦିନ ଆଇସିୟୁରେ ରହିବା ଦ୍ୱାରା ବ୍ଲାକ୍‌ ଫଙ୍ଗସ୍‌ ରୋଗ ହୋଇଥାଏ। ଦିଲ୍ଲୀ ଓ ଗୁଜରାଟରେ କରୋନାରୁ ସୁସ୍ଥ ହେବା ପରେ କିଛି ଲୋକଙ୍କ ଦେହରେ ବ୍ଲାକ୍‌ ଫଙ୍ଗସ୍‌ ଚିହ୍ନଟ ହୋଇଥିଲେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ବ୍ଲାକ୍‌ ଫଙ୍ଗସ୍‌ ଆଜିର ନୁହେଁ। ଏହି ଭୂତାଣୁ ବାୟୁମଣ୍ଡଳରେ ରହିଥାଆନ୍ତି। ତେବେ ଯେଉଁ ରୋଗୀ ଦେହରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥାଏ, ଭୂତାଣୁ ସେମାନଙ୍କ ଦେହକୁ ଯାଇଥାଏ। ଅଧିକ ଦିନ ଷ୍ଟେରଏଡ୍‌ ନେବା, ଆଇସିୟୁରେ ବେଶି ଦିନ ରହିବା, ଡାଇବେଟିସ୍‌, କିଡ୍‌ନୀ ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି କମିଥାଏ। ତେଣୁ ଆମକୁ ସତର୍କ ହେବା ସହ ରୋଗୀଙ୍କୁ ତୁରନ୍ତ ଚିହ୍ନଟ କରିବା ଦରକାର। ସୁସ୍ଥହୋଇ ରୋଗୀ ଘରକୁ ଯିବା ପରେ ଡାଇବେଟିସ୍‌ ନିୟନ୍ତ୍ରଣ ନ କଲେ ବ୍ଲାକ୍‌ ଫଙ୍ଗସ୍‌ ଚିହ୍ନଟ ହୁଏ। ଆଖି ଦରଜ, ଗୋଟିଏ ପଟେ ମୁଣ୍ଡ ପିନ୍ଧିବା, ନାକରୁ କଳା ଓ ନାଲି ରଙ୍ଗର ପାଣି ବାହାରିବା, ନାକ ବନ୍ଦ ହେବା ଭଳି ସମସ୍ୟା ଦେଖାଯାଇଥାଏ।
କରୋନା ମହାମାରୀ ମଧ୍ୟରେ ମଧୁମେହ, କିଡ୍‌ନୀ, ହାଇପରଟେନ୍‌ସନ ଓ ମୋଟାପଣଜନିତ ସମସ୍ୟାର ସାମ୍ନା କରୁଥିବା ଲୋକଙ୍କୁ ବିଶେଷ ଭାବେ ସତର୍କ ରହିବା ଆବଶ୍ୟକ। ଏଭଳି ରୋଗରେ ପୀଡ଼ିତ ଲୋକେ ଏବେ ଏକ ନୂଆ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ମ୍ୟୁକୋରମାଇକୋସିସ୍‌ (ଫଙ୍ଗଲ୍‌ ଇନ୍‌ଫେକଶନ୍‌) ନାମକ ଏକ ଘାତକ ରୋଗ ହେଉଛି। ଅହମ୍ମଦାବାଦରେ ଏପର୍ଯ୍ୟନ୍ତ ଏପରି ୬୦ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ପ୍ରାଣହାନି ଘଟିଛି। ୩ ଜଣ ଦୃଷ୍ଟିଶକ୍ତି ହରାଇଛନ୍ତି। ୩୦ରୁ ଅଧିକ ରୋଗୀ ସିଭିଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅହମ୍ମଦାବାଦ ସିଭିଲ ହସ୍ପିଟାଲର ଡାକ୍ତର ବେଲାବେନ୍‌ ପ୍ରଜାପତିଙ୍କ ଅନୁସାରେ ପୂର୍ବରୁ ଅନ୍ୟ ରୋଗ ଥିବା ଲୋକଙ୍କ ପାଇଁ କରୋନା ଏକ ବଡ଼ ବିପଦ ହୋଇ ଉଭା ହେଉଛି। ଏଭଳି ରୋଗୀଙ୍କୁ କରୋନା ହେଲେ ଶରୀରରେ ରକ୍ତ ଶର୍କରାର ପରିମାଣ ବଢ଼ିଯାଉଛି। ଏହାଛଡ଼ା ନାକ-କାନ-ଗଳାରେ ସଂକ୍ରମଣ ହୋଇ ମୁହଁ ଫୁଲି ଯାଉଛି। ଏହାର ସବୁଠୁ ଅଧିକ ପ୍ରଭାବ ଆଖି ଉପରେ ପଡ଼ୁଛି। ଠିକ୍‌ ସମୟରେ ଚିକିତ୍ସା କରା ନ ଗଲେ ଦୃଷ୍ଟିଶକ୍ତି ନଷ୍ଟ ହେବାର ଆଶଙ୍କା ରହୁଛି। କରୋନା ରୋଗୀ ଏହିପରି ୩-୪ ଜଣ ରୋଗୀ ସିଭିଲ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଏମିତି ରୋଗୀଙ୍କୁ ପ୍ରଥମେ ଥଣ୍ଡା ହୋଇଥାଏ। ସେମାନେ ଡାକ୍ତରଙ୍କ ପାଖକୁ ନ ଯାଇ ଘରୋଇ ଚିକିତ୍ସା କଲେ ସଂକ୍ରମଣ ବଢ଼ିଥାଏ। କିଛି ଦିନ ପରେ କଫ ଜମା ହୋଇ ନାକ ପାଖରେ ଆବୁଭଳି ଫୁଲିଯାଏ। ସେହି ଆବୁର ସିଧା ପ୍ରଭାବ ଆଖି ଉପରେ ପଡ଼ିଥାଏ। ଏହାପରେ ଆଖି ସଂକ୍ରମିତ ହୁଏ ଓ ମୁଣ୍ଡ ବିନ୍ଧେ। ତେଣୁ ପ୍ରଥମରୁ ହଁ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସିତ ହେବା ଦରକାର। ମଧୁମେହ ରୋଗୀଙ୍କ ପାଇଁ ଏହା ସବୁଠୁ ଖୁବ୍‌ ବିପଜ୍ଜନକ। ଏହା ଯୋଗୁ ରୋଗୀଙ୍କ ନାକ ଫୁଲିବା ବା ଯନ୍ତ୍ରଣା ହେବା, ଆଖିକୁ ଝାପ୍‌ସା ଦିଶିବା ଭଳି ସମସ୍ୟା ହୋଇପାରେ। ଏହା ପ୍ରତି ଧ୍ୟାନ ଦିଆନଗଲେ ସଂକ୍ରମଣ କାରଣରୁ ଆଖିର ପିତୁଳା କିମ୍ବା ଆଖପାଖ ସ୍ଥାନ ପକ୍ଷାଘାତ ଆକ୍ରାନ୍ତ ହୋଇପାରେ। ସଂକ୍ରମଣ ଅଧିକ ବଢ଼ିଗଲେ ମସ୍ତିଷ୍କ ସଂକ୍ରମିତ ହେବାର ଆଶଙ୍କା ରହେ।
କରୋନା ମହାମାରୀର ଦ୍ୱିତୀୟ ଲହର ଆଗକୁ ମାଡ଼ି ଚାଲିଥିବାବେଳେ ସରକାର ବ୍ୟାପକ ଟିକାକରଣ ସହ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସତର୍କତା ଗ୍ରହଣ କରିଥିବାରୁ କିଛିଟା ରୋକ ଲାଗିପାରିଛି। ତେବେ ବର୍ତ୍ତମାନ ଲକ୍‌ଡାଉନ ଘୋଷଣା ହୋଇଥିବାରୁ କୌଣସି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନ ଥିଲେ ବା ଆପଣ କୌଣସି ପ୍ରତିଷ୍ଠାନରେ କାର୍ଯ୍ୟରତ ଥିଲେ ୱାର୍କ ଫ୍ରମ ହୋମ୍‌ ଭାବେ ଦାୟିତ୍ୱ ନିର୍ବାହ କରନ୍ତୁ। ଘରକୁ କୌଣସି ଆଗନ୍ତୁକଙ୍କୁ ଆସିବାକୁ ଅନୁମତି ଦିଅନ୍ତୁ ନାହିଁ। ଘର ଭିତରେ ଓ ବାହାରର ପରିଷ୍କାର ପରିଚ୍ଛନ୍ନତା ଦେଖନ୍ତୁ। ଦିନ ତମାମ ମୁକ୍ତ ପବନ ଘର ପାଇଁ ଦରକାର। ସନ୍ଧ୍ୟା ପରେ ଝରକା କବାଟ ବନ୍ଦ କରିଦିଅନ୍ତୁ। ବାହାରକୁ ଯାଇଥିଲେ ତୁରନ୍ତ ନିଜ ପୋଷାକ ସବୁ ସଫାସୁତରା କରି ସାନିଟାଇଜ୍‌ ବ୍ୟବସ୍ଥା ଗ୍ରହଣ କରନ୍ତୁ। କୌଣସି ଜ୍ୱର ବା ସାମାନ୍ୟ ଅନ୍ୟ କୌଣସି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କୌଣସି ପ୍ରକାର ଗୁଜବକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ। ଉଷୁମ ପାଣି ସବୁବେଳେ ପିଅନ୍ତୁ, ସୁଷମ ଖାଦ୍ୟ ଖାଆନ୍ତୁ। ଶରୀରର ଗୁରୁତ୍ୱପୂର୍ଣ୍ଣ କର୍ଣ୍ଣ-ନାସା-ଗଳା କ୍ଷେତ୍ରକୁ ଦେଖନ୍ତୁ। ଗଳାରେ ଅସ୍ପଷ୍ଟ ଅନୁଭବ କଲେ ବା ନାକର ନିଃଶ୍ୱାସ ପ୍ରଶ୍ୱାସ ପ୍ରଣାଳୀ ଅସ୍ବସ୍ତିକର ଲାଗିଲେ ବା କାନ ଶୁଣିବାରେ ପ୍ରାଥମିକ ଭାବେ ବାକ୍‌ ଶ୍ରବଣ ସମସ୍ୟା ଅନୁଭବ କଲେ, ତୁରନ୍ତ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ନିଜକୁ ସ୍ବାଭାବିକ ରଖନ୍ତୁ ଓ ଫୋନ୍‌ ଯୋଗେ ନିଜ ଆତ୍ମୀୟସ୍ବଜନ, ବନ୍ଧୁବର୍ଗଙ୍କୁ ନିୟମିତ କଥାବାର୍ତ୍ତା ଜାରି ରଖି ଅନ୍ୟମାନଙ୍କୁ ପ୍ରେରଣା ଦିଅନ୍ତୁ। ନିଜକୁ ଦୃଢ଼ନିଷ୍ଠ କରନ୍ତୁ ଯେ ଏପରି ଏକ ମହାମାରୀ ବିରୁଦ୍ଧରେ ଆମେ ସମସ୍ତେ ଲଢ଼ି ତାକୁ ହରାଇବାକୁ ସମର୍ଥ ହୋଇପାରିବା।
ବାକ୍‌ଶ୍ରବଣ ବିଶେଷଜ୍ଞ ‘ଧ୍ୱନୀ’, କାଠଗୋଲା ରୋଡ଼, କଟକ, ମୋ: ୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri