ସଭିଙ୍କ ପ୍ରିୟ

ଜୀବନଯାତ୍ରାରେ ନାରୀଟିଏ ମା’, ଝିଅ, ଭଉଣୀ, ସ୍ତ୍ରୀ, ବାନ୍ଧବୀ ଭଳି ଅନେକ ଭୂମିକାରେ ଅବତୀର୍ଣ୍ଣ। ସେ ଦାୟିତ୍ୱବୋଧତା, କର୍ତ୍ତବ୍ୟପରାୟଣତା, ସହନଶୀଳତା ଏବଂ ଭଲ ଗୁଣ ଯୋଗୁ କେବଳ ନିଜ ପରିବାରକୁ ଏକ ସୂତ୍ରରେ ବାନ୍ଧି ରଖେନି ବରଂ ସୁସ୍ବଭାବ ଏବଂ ଉତ୍ତମ ବ୍ୟବହାରରେ ବନ୍ଧୁ ପରିଜନଙ୍କଠାରୁ ଆରମ୍ଭ କରି ଅନ୍ୟମାନଙ୍କର ବି ଜିଣିପାରେ ହୃଦୟ ଆଉ ହୋଇପାରେ ସଭିଙ୍କ ପ୍ରିୟପାତ୍ର…

ସମସ୍ତଙ୍କ ମନରେ ନିଜ ପ୍ରତି ଭଲ ଭାବନା ସୃଷ୍ଟି କରି ସଭିଙ୍କ ପ୍ରିୟଭାଜନ ହେବା ଏତେ ସହଜ ନୁହେଁ। ଏଥିପାଇଁ ଆବଶ୍ୟକ ଅନେକ ସଦ୍‌ଗୁଣ। ଯେଉଁ ନାରୀ ପାଖରେ ଏହି କଳା ଥାଏ ସେ ହିଁ ଅନ୍ୟମାନଙ୍କ ହୃଦୟ ଜିଣିବାରେ ହୋଇପାରେ ସଫଳ। ତେବେ ବେଳେ ବେଳେ ଅନେକ ଭଲ ଗୁଣ ଥିଲେ ସୁଦ୍ଧା କେହି କେହି ଏଥିରୁ ବଞ୍ଚତ୍ତ ହୁଅନ୍ତି। ତେଣୁ ଏହା ପଛରେ ନିଜର କେଉଁ ଗୁଣ ଅବା ଅଭ୍ୟାସ ଦାୟୀ ଚିହ୍ନିବା ସହ ଯଥାସମୟରେ ଏହାକୁ ସୁଧାରିନେବା ହିଁ ନାରୀକୁ ଦେଇଥାଏ ଏକ ଭଲ ମଣିଷର ପରିଚୟ…
ଉତ୍ତମ ବ୍ୟବହାର: କଥାରେ ଅଛି ମଣିଷ ମୁଖରେ ହିଁ ରହିଛି ଅମୃତ ଆଉ ସେଇଠାରେ ହିଁ ଭରି ରହିଛି ବିଷ। ତେଣୁ କ’ଣ କହିଲେ ଜଣଙ୍କର ଉପକାର ହେବ ଏବଂ ଏହାଦ୍ୱାରା ଅନ୍ୟର କ୍ଷତି ହେଉ ନ ଥିବ ସେଥିପ୍ରତି ଧ୍ୟାନ ଦେବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସମସ୍ତେ ଭଦ୍ର, ନମ୍ର ଏବଂ ମିଠା କଥା କହୁଥିବା ଲୋକଙ୍କୁ ଭଲ ପାଆନ୍ତି। ତେଣୁ ଅନ୍ୟ ପ୍ରତି ନିଜ ବ୍ୟବହାର ଏବଂ କଥାବର୍ତ୍ତା ଠିକ୍‌ ରଖନ୍ତୁ ଦେଖିବେ ଜୀବନରେ ଅନେକଙ୍କର ପ୍ରିୟପାତ୍ର ହୋଇପାରିବେ।
କ୍ରୋଧ ନିୟନ୍ତ୍ରଣ: କଥା କଥାରେ ରାଗିଯିବା, ହଠାତ୍‌ ଆଗପଛ ବିଚାର ନ କରି ଯୁକ୍ତି କରିବା କିମ୍ବା ଟାଣ କଥା କହିବା ଦ୍ୱାରା ଅନ୍ୟର ମାନସିକତା ଆଘାତ ହୋଇଥାଏ। ଆଉ ଏଭଳି ଆଚରଣ ଅନେକଙ୍କୁ ସଭିଙ୍କ ଅପ୍ରିୟ କରାଇଥାଏ। ତେଣୁ ସର୍ବଦା ନିଜର କ୍ରୋଧ, ଅଯଥା ତର୍କକରିବା ଏବଂ ଆକ୍ରୋଶମୂଳକ ଆଚରଣ ଆଦିକୁ ନିୟନ୍ତ୍ରଣରେ ରଖିବା ହିଁ ସମସ୍ତଙ୍କ ହୃଦୟ ଜିତିବାର ମାଧ୍ୟମ।
ଅନ୍ୟକୁ ସାହାଯ୍ୟ: ସମସ୍ତଙ୍କ ସହ ଯୋଗାଯୋଗରେ ରହିବା, ସୁବିଧା ଅସୁବିଧା ସମୟରେ ପରାମର୍ଶ ଦେବା ଏବଂ ସାହାଯ୍ୟ କରିବା ଏକ ଭଲଗୁଣ। ଏହା ଆପଣଙ୍କ ବ୍ୟକ୍ତିତ୍ବ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ଏବଂ ଆପଣଙ୍କୁ ସଭିଙ୍କ ପ୍ରିୟ କରାଇଥାଏ। ତେବେ ମନେରଖନ୍ତୁ, ସଭିଙ୍କ ପ୍ରିୟ ହେବା ଆଳରେ ଉପରେ ପଡି କାହାର ସାହାଯ୍ୟ ଲୋଡିବା ବିନା ପରାମର୍ଶ ଦେବା କିମ୍ବା ତାଙ୍କ ବ୍ୟକ୍ତିଗତ ଜୀବନରେ ଅଯଥାରେ ହସ୍ତକ୍ଷେପ କରିବାର ଅଭ୍ୟାସ ଆପଣଙ୍କୁ ଅନ୍ୟମାନଙ୍କଠାରୁ ଦୂରେଇ ମଧ୍ୟ ଦେଇପାରେ।
ଆତ୍ମପ୍ରଶଂସା ନୁହେଁ ଅନ୍ୟର ପ୍ରଶଂସା: ପ୍ରଶଂସା କାହାକୁ ବା ଭଲ ନ ଲାଗେ। ଆଉ ମଣିଷର ବ୍ୟକ୍ତିତ୍ୱ ଭଲ ହୋଇଥିଲେ ଆପେ ଆପେ ସମସ୍ତଙ୍କ ମୁଖରୁ ପ୍ରଶଂସାର ସୁଅ ଛୁଟିଆସେ। ହେଲେ କେତେକଙ୍କଠାରେ ନିଜ ପ୍ରଶଂସା ନିଜେ କରିବା କିମ୍ବା ଅନ୍ୟ କାହାର ଭଲ କାର୍ଯ୍ୟର ଶ୍ରେୟ ନିଜ ମୁଣ୍ଡକୁ ନେଇ ଗର୍ବ କରିବାର ଅଭ୍ୟାସ ରହିଛି। କେବଳ ଏତିକି ନୁହେଁ ଅନ୍ୟର ଉନ୍ନତିରେ ଅସହିଷ୍ଣୁ ହୋଇ ପଡିବା, କାହାକୁ ଭଲ କାର୍ଯ୍ୟରେ ପ୍ରଶଂସା କରିବା ବଦଳରେ ଏଣୁତେଣୁ କହିବା ଭଳି ବଦଭ୍ୟାସ ବି କେତେକଙ୍କଠାରେ ରହିଛି। ସେହିପରି କେତେକଙ୍କର ସର୍ବଦା ନିଜର ଭୁଲ୍‌ ଲୁଚାଇବାକୁ ଯାଇ ଏହାକୁ ଅନ୍ୟ ମୁଣ୍ଡରେ ଲଦିଦେବା, ଅନ୍ୟ ପଛରେ ବାରମ୍ବାର ଗପିବା ଭଳି ମାନସିକତା ହିଁ ଅନ୍ୟମାନଙ୍କ ମନରେ ସେମାନଙ୍କ ପ୍ରତି ନକାରାତ୍ମକ ଭାବନା ସୃଷ୍ଟି କରିଥାଏ। ତେଣୁ ନିଜ କର୍ମ ଠିକ୍‌ ଭାବେ କରି ଚାଲନ୍ତୁ। ଅନ୍ୟର ଭଲ ଗୁଣ ଦେଖିଲେ କିମ୍ବା ସଫଳତାରେ ଖୁସି ହୁଅନ୍ତୁ ଏବଂ ପ୍ରଶଂସା କରନ୍ତୁ। ଯଦି କେବେ ଆପଣଙ୍କ ପ୍ରତି ଅନ୍ୟମାନଙ୍କ ଶ୍ରଦ୍ଧା ଓ ଭଲ ପାଇବା କମୁଛି ବୋଲି ହୃଦ୍‌ବୋଧ ହୁଏ ତେବେ ପ୍ରଥମେ ନିଜର କେଉଁ ବଦଗୁଣ ଏଥିପାଇଁ ଦାୟୀ ଜାଣିବାକୁ ଚେଷ୍ଟା କରି ଏହାକୁ ସୁଧାରିଲେ ସଭିଙ୍କ ପ୍ରିୟ ହୋଇପାରିବେ।
ସହନଶୀଳତା: ମନରେ ଯେତେ କଷ୍ଟ କିମ୍ବା ଦୁଃଖ ଥାଉନା କାହିଁକି ଅନ୍ୟକୁ ଭଲ କଥା କହିବା, ମଜା, ଥଟା କରି ଅନ୍ୟମାନଙ୍କ ମନରେ ଖୁସି ଭରିଦେବାର ନିଆରା ସହନଶୀଳତାର କଳା ଯେଉଁ ନାରୀ ପାଖରେ ଥାଏ ସେମାନଙ୍କୁ ସାଧାରଣତଃ ସମସ୍ତେ ଭଲ ପାଆନ୍ତି। ତେଣୁ ନିଜ ବ୍ୟକ୍ତିତ୍ୱରେ ସହନଶୀଳତାକୁ ସାମିଲ କରନ୍ତୁ। କୌଣସି କଥାରେ ରାଗିଯାଇ ବା ଧୈର୍ଯ୍ୟହରା ହୋଇ କାହାକୁ ପରିହାସ କରିବା, ଅପମାନିତ କରିବା, କଷ୍ଟ ଦେବା କିମ୍ବା ଅସୁବିଧାରେ ପକାଇବା ଭଳି କାର୍ଯ୍ୟ ଆଦୌ କରନ୍ତୁ ନାହିଁ। ଏହା କେବଳ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ଆଞ୍ଚ ପକାଇବ ବରଂ ସମ୍ପର୍କରେ ଫାଟ ମଧ୍ୟ ସୃଷ୍ଟି କରିବ। ତେଣୁ ସର୍ବଦା ନିଜ ଉଚ୍ଚାରଣ ଏବଂ ଆଚରଣରେ ସହନଶୀଳତା ରକ୍ଷା କରନ୍ତୁ।

 

କ’ଣ କୁହନ୍ତି ଏମାନେ…
ଉତ୍ତମ ବ୍ୟବହାର ସବୁଠୁ ଗୁରୁତ୍ୱପୂର୍ଣ୍ଣ
ମଣିଷଟିଏ ଭଲ ବା ଖରାପ ତାହାର ପରିଚୟ ଦେଇଥାଏ ଅନ୍ୟପ୍ରତି ତା’ର ବ୍ୟବହାର। ତେଣୁ କାହା ସହ କଥା ହେବା ବେଳେ ଏଥିପ୍ରତି ସର୍ବଦା ସଜାଗ ରହିଥାଏ। ଜଣେ ମଣିଷ ବିଶେଷ କରି ନାରୀଟିଏ ସଭିଙ୍କ ପ୍ରିୟ ହେବା ଲାଗି ସହନଶୀଳତା ଓ ସାହାଯ୍ୟ ମନବୃତ୍ତି ରହିବା ନିହାତି ଦରକାର ବୋଲି ମୋର ମତ। ୪ ବର୍ଷରୁ ଉର୍ଦ୍ଧ୍ୱ ହେବ ନିଜର ଏକ ବୁଟିକ୍‌ ଚଲାଉଛି। କଟକ ଭୁବନେଶ୍ୱରରେ ଏତେ ବଡ ବଡ ଶପିଂ ମଲ୍‌ ଏବଂ ଫ୍ୟାଶନ୍‌ ହବ୍‌ ସବୁ ରହିଛି। ତଥାପି ଯେତେବେଳେ କେବଳ ମୋ ବ୍ୟବହାରରେ ସନ୍ତୁଷ୍ଟ ହୋଇ କିଛି ଗ୍ରାହକ ମୋ ବୁଟିକ୍‌ରେ ଥିବା ଲିମିଟେଡ୍‌ କଲେକ୍ସନ୍‌ ନେବାକୁ ଆସୁଥିବା ପ୍ରକାଶ କରନ୍ତି ତା’ଠାରୁ ବଡ ଖୁସିର ବିଷୟ ମୋ ପାଇଁ ଆଉ କ’ଣ ବା ହୋଇପାରେ।
– ମଧୁସ୍ମିତା ମିଶ୍ର
(ବ୍ୟବସାୟୀ, ଫୁଲନଖରା, କଟକ)
ବାକ୍‌ ସଂଜମତା ଜରୁରୀ
ଘରେ ହେଉ ଅବା ବାହାରେ ସମସ୍ତଙ୍କ ମନ ଜିଣିବା ଏତେ ସହଜ ନୁହେଁ। କାରଣ ପ୍ରତିଟି କ୍ଷେତ୍ରରେ ନାରୀଟିକୁ ଜଗି ରଖି ନିଜର ମତ ରଖିବାକୁ ହୋଇଥାଏ। ତେବେ ନିଜ କଥା କହିବି, ସର୍ବଦା ସଭିଙ୍କ ସହ ସୁସମ୍ପର୍କ ରଖିବା ସହ ସେମାନଙ୍କ ସୁଖଦୁଃଖରେ ଉଭୟ ସମୟରେ ଠିଆ ହେବା ଲାଗି ଚେଷ୍ଟା କରେ। କୌଣସି କଥାରେ ରାଗ ଆସିଲେ ହଠାତ୍‌ ପ୍ରତିକ୍ରିୟା ପ୍ରକାଶ କରେ ନାହିଁ କିମ୍ବା କ୍ରୋଧବଶତଃ ଏମିତି କିଛି କଥା କହେ ନାହିଁ ଯାହାକି ଅନ୍ୟକୁ ମାନସିକ ଆଘାତ ପହଞ୍ଚାଇବ। ତେଣୁ ସମସ୍ତଙ୍କ ପ୍ରିୟଭାଜନ ହେବା ଲାଗି ବାକ୍‌ ସଂଜମତା ଜରୁରୀ।
– ଭାରତୀ ସାହୁ
(ଗୃହିଣୀ, ଆମଣ, କଟକ)


Enter your email to get our daily news in your inbox.

All Right Reserved By Dharitri.Com

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri