Posted inଜାତୀୟ

ଉଠିଲା ପ୍ରଶ୍ନ : ପ୍ରମାଣ ସତ୍ତ୍ୱେ ଅଧିକାରୀଙ୍କୁ କାହିଁକି ଗିରଫ କରୁନି ସିବିଆଇ

ନୂଆଦିଲ୍ଲୀ,୧୭।୫ : ନାରଦା ଲାଞ୍ଚ କାରବାର ମାମଲାରେ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ଓ ଜଣେ ବିଧାୟକ ସମେତ ୪ ଜଣ ଗିରଫ ହେବା ପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଯୋଗ କାରୀ ତଥା ସିନିୟର ଜର୍ନାଲିଷ୍ଟ ମାଥ୍ୟୁ ସାମୁଏଲ। ୨୦୧୬ରେ ତାଙ୍କ ଦ୍ୱାରା କରାଯାଇଥିବା ଷ୍ଟିଙ୍ଗ୍‌ ଅପରେଶନ ଜରିଆରେ ଏହି ଲାଞ୍ଚ କାରବାର ଘଟଣା ସାମ୍ନାକୁ ଆସିଥିଲା। ନାରଦା ଲାଞ୍ଚ କାରବାର ଘଟଣାରେ ଶୁଭେନ୍ଦୁ ଅଧିକାରୀ ଓ ମୁକୁଲ ରୟ (ଦୁହେଁ ଟିଏମ୍‌ସି ଛାଡ଼ି ଭାଜପାରେ ମିଶିଛନ୍ତି)ଙ୍କ ଭଳି କିଛି ହେଭିଓ୍ବେଟ ନେତାଙ୍କ ବିରୋଧରେ ମଧ୍ୟ ପ୍ରମାଣ ରହିଛି। ଏହାସତ୍ତ୍ୱେ କାହିଁକି ଭାଜପା ନେତାଙ୍କୁ ଗିରଫ କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ସିନିୟର ଜର୍ନାଲିଷ୍ଟ।

ଦୀର୍ଘ ଦିନ ପରେ ଖୁସି ଆସିଛି। ଷ୍ଟିଙ୍ଗ୍‌ ଅପରେଶନର ଭିଡିଓ ୨୦୧୬ରେ ପ୍ରକାଶ ପାଇଥିଲା। ୩ ବର୍ଷ ତଳେ ପ୍ରସ୍ତୁତ ହୋଇଥିଲା ମାମଲାର ଚାର୍ଜ ଶିଟ। ଏହାସତ୍ତ୍ୱେ ସେତେବେଳେ ସିବିଆଇ ରାଜନେତାଙ୍କୁ ଛୁଇଁ ପାରି ନ ଥିବା କହିଛନ୍ତି ଇନଭେଷ୍ଟିଗେଟିଭ ଜର୍ନାଲିଷ୍ଟ ତଥା ନାରଦା ନ୍ୟୁଜର ପ୍ରତିଷ୍ଠାତା ସାମୁଏଲ।

୨୦୧୬ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ନାରଦା ନ୍ୟୁଜ ପକ୍ଷରୁ ଏକ ଭିଡିଓ ଶେୟାର କରାଯାଇଥିଲା। ସେଥିରେ ଦେଖିବାକୁ ମିଳିଥିଲା କିଛି ସହାୟତା କରିବା ପାଇଁ ପ୍ରତିଶ୍ରୁତି ବଦଳରେ ତୃଣମୂଳ କଂଗ୍ରେସର ନେତାମାନେ ଲାଞ୍ଚ ନେଉଥିଲେ। ଏମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ମମତାଙ୍କ ପୂର୍ବତନ ଘନିଷ୍ଠ ତଥା ବର୍ତ୍ତମାନ ବିରୋଧି ଦଳ ନେତା ଶୁଭେନ୍ଦୁ ଓ ମୁକୁଲ ରୟ ମଧ୍ୟ ରହିଛନ୍ତି।

” ଶୁଭେନ୍ଦୁ ଅଧିକାରୀଙ୍କୁ ତାଙ୍କ ଅଫିସରେ ମୁଁ ଟଙ୍କା ଦେଇଛି। କିନ୍ତୁ ତାଙ୍କ ନାମ ସିବିଆଇ ତାଲିକାରେ ନାହିଁ। ଫରେନ୍ସିକ ଟେଷ୍ଟରୁ ଶୁଭେନ୍ଦୁ ଦୋଷୀ ବୋଲି ପ୍ରମାଣ ହୋଇଥିଲା। ଏ ସଂକ୍ରାନ୍ତରେ ମୋଠାରୁ ଷ୍ଟେଟ୍‌ମେଣ୍ଟ ନେଇଥିଲା ସିବିଆଇ। ଶୁଭେନ୍ଦୁ ତାଙ୍କ ଦୋଷ ମଧ୍ୟ ସ୍ବୀକାର କରିଥିବା ମଧ୍ୟ ଜାଣିବାକୁ ପାଇଥିଲି “ ବୋଲି ସାମୁଏଲ କହିଛନ୍ତି। ଉଲ୍ଲେଖଯୋଗ୍ୟ, ମମତା ବାନାର୍ଜୀଙ୍କ ନୂଆ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ସୁବ୍ରତ ମୁଖାର୍ଜୀ ଓ ଫିର୍ହାଦ ହାକିମ, ଟିଏମ୍‌ସିର ପୂର୍ବତନ ବିଧାୟକ ସୋଭେନ ଚାଟାର୍ଜୀ ଓ ଅନ୍ୟ ଦଳର ବିଧାୟକ ମଦନ ମିତ୍ରଙ୍କୁ ନାରଦା ମାମଲାରେ ସିବିଆଇ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡରୁଛନ୍ତି ରାହୁଲ-ପ୍ରିୟଙ୍କା: ଅର୍ଜୁନ ରାମ ମେଘଓ୍ବାଲ

ନୂଆଦିଲ୍ଲୀ,୨୮।୪: ବିକାନେର ଲୋକ ସଭା ନିର୍ବାଚନମଣ୍ଡଳୀରୁ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ଅର୍ଜୁନ ରାମ ମେଘୱାଲ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା...

ମୋଦି ହାରୁଛନ୍ତି, ଇଣ୍ଡିଆ ମେଣ୍ଟ ୩୦୦ ପାର କରିବ, ଦୁଇ ପର୍ଯ୍ୟାୟର ଭୋଟିଂ ପରେ…

ନୂଆଦିଲ୍ଲୀ,୨୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତିକୁ ନେଇ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ସହିତ...

ହଜାର ହଜାର ମହିଳାଙ୍କ ସହ ଯୌନ ଅପରାଧ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତିଙ୍କ ନାମ ଆସିଲା ସାମ୍ନାକୁ

ବେଙ୍ଗାଲୁରୁ,୨୮।୪: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶନିବାର ହାସନ ଜିଲା ସହ ଜଡିତ ଯୌନ ଦୁର୍ନୀତିର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

କଂଗ୍ରେସକୁ ଝଟ୍‌କା, ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ ନେଇ ଦିଲ୍ଲୀ କଂଗ୍ରେସରେ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ ପାଇଛି। ସଦ୍ୟତମ ମାମଲାରେ ଦିଲ୍ଲୀ କଂଗ୍ରେସ...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ଭାରତୀୟ ମସଲାକୁ ଆମେରିକାର ସନ୍ଦେହ

ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲ ମିଶୁଥିବା କହି ହଂକଂ ଓ ସିଙ୍ଗାପୁର କିଛିଦିନ ହେଲା ଏହାର ବିକ୍ରି ଉପରେ...

ବିଶ୍ୱର ୧୫ ଉତ୍ତପ୍ତ ସହର ମଧ୍ୟରେ ଅନୁଗୋଳ, ଭୁବନେଶ୍ୱର

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri