ସାଇଲେଣ୍ଟ୍‌ କିଲର୍‌ ସାଜିଛି ଉଚ୍ଚ ରକ୍ତଚାପ…

ପ୍ରତିବର୍ଷ ମେ’ ୧୭ରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇଥାଏ। ୨୦୦୬ଠାରୁ ଏହି ଦିବସ ଲୋକଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପାଳିତ ହୋଇ ଆସୁଛି। ୨୦୦୫ରେ ପ୍ରଥମେ ଏହି ଦିବସ ମେ’ ୧୪ରେ ପାଳନ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଏହାକୁ ମେ’ ୧୭ରେ ପାଳନ କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା। ଚଳିତ ବର୍ଷ ଏହି ଦିବସର ଶୀର୍ଷକ ରହିଛି, ‘ମେଜର ୟୋର ବ୍ଲଡ୍‌ ପ୍ରେସର ଆକ୍ୟୁରେଟ୍‌ଲି, କଣ୍ଟ୍ରୋଲ ଇଟ୍‌, ଲିଭ୍‌ ଲଙ୍ଗର’( ନିଜର ରକ୍ତଚାପ ସଠିକ୍‌ ଭାବେ ମାପନ୍ତୁ, ଏହାକୁ ନିୟନ୍ତ୍ରଣ କରନ୍ତୁ, ଦୀର୍ଘଜୀବୀ ହୁଅନ୍ତୁ)।

ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ମଧ୍ୟ ଶରୀରରେ ସାଧାରଣତଃ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥାଏ। ତେବେ ଅଧିକ ଦିନ ଧରି ଏହି ସମସ୍ୟା ରହିଲେ ସାଇଲେଣ୍ଟ୍‌ କିଲର୍‌ ଭଳି ଅନ୍ୟ କେତେକ ରୋଗକୁ ଡାକି ଆଣିଥାଏ। ଉଚ୍ଚ ରକ୍ତଚାପ ଯୋଗୁ କରୋନାରୀ ଆର୍ଟେରୀ ସମସ୍ୟା, ଷ୍ଟ୍ରୋକ୍‌, ହାର୍ଟ ଆଟାକ୍‌, ଆର୍ଟିଆଲ ଫିବ୍ରିଲେଶନ, ପେରିଫେରିଆଲ୍‌ ଆର୍ଟିଆଲ ସମସ୍ୟା, ଦୃଷ୍ଟି ଶକ୍ତି ନଷ୍ଟ ହେବା, କିଡ୍‌ନୀ ସମସ୍ୟା, ମନେ ରଖିବା ଶକ୍ତି ସମସ୍ୟା ଆଦି ସୃଷ୍ଟି ହୋଇଥାଏ।
ଉଚ୍ଚ ରକ୍ତଚାପକୁ ପ୍ରାଇମେରୀ ଏବଂ ସେକେଣ୍ଡାରୀ ଭାବେ ବିଭକ୍ତ କରାଯାଇଥାଏ। ପ୍ରାଇମେରୀ ଉଚ୍ଚ ରକ୍ତଚାପ ୯୦ରୁ ୯୫ ପ୍ରତିଶତ ଲୋକଙ୍କର ପରିବର୍ତ୍ତିତ ଜୀବନଚର୍ଯ୍ୟା ଓ ଜେନେଟିକ କାରଣ ଯୋଗୁ ହୁଏ । ଅଧିକ ଲୁଣ ଖାଇବା, ଅତ୍ୟଧିକ ଓଜନ ବୃଦ୍ଧି, ଧୂମପାନ ଓ ଆଲକୋହୋଲ ପିଇବା ଯୋଗୁ ମୁଖ୍ୟତଃ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ସେହିପରି ୫ରୁ ୧୦ ପ୍ରତିଶତ ଲୋକଙ୍କଠାରେ ସେକଣ୍ଡାରୀ ଉଚ୍ଚ ରକ୍ତଚାପ ଦେଖାଯାଇଥାଏ। ଏହା କିଡ୍‌ନୀ ସମସ୍ୟା, କିଡ୍‌ନୀ ଆର୍ଟେରୀ ସଂକୁଚିତ ସମସ୍ୟା, ଅଧିକ ଜନ୍ମ ନିରୋଧ ବଟିକା ସେବନ ଆଦି ଯୋଗୁ ସୃଷ୍ଟି ହୋଇଥାଏ।
ସାଧାରଣତଃ ବୟସ୍କଙ୍କ କ୍ଷେତ୍ରରେ ସିଷ୍ଟୋଲିକ୍‌ ରକ୍ତଚାପ ୧୦୦ରୁ ୧୨୦ ମଧ୍ୟରେ ରହିଥାଏ। ସେହିପରି ଡାଇଷ୍ଟୋଲିକ୍‌ ରକ୍ତଚାପ ୬୦ରୁ ୮୦ ମଧ୍ୟରେ ରହିଥାଏ। ଫଳରେ ଏହାକୁ ୧୨୦ ବାଏ ୮୦ ବୋଲି କୁହାଯାଇଥାଏ। ମାତ୍ର ଏହାଠାରୁ ଅଧିକ ହେଲେ ଲଏହାକୁ ଉଚ୍ଚ ରକ୍ତଚାପ କୁହାଯାଏ।

ପୃଥିବୀର ପ୍ରାୟ ୩୭ ପ୍ରତିଶତ ଲୋକଙ୍କଠାରେ ଏହି ସମସ୍ୟା ରହିଥାଏ। ୨୦୧୦ରେ ଏହି ସମସ୍ୟା ଯୋଗୁ ପୃଥିବୀର ୧୮ ପ୍ରତିଶତ ଅର୍ଥାତ୍‌ ୯୪ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା। ପରେ ସଚେତନତା, ଖାଦ୍ୟପେୟ-ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଚିକିତ୍ସା ଦ୍ୱାରା ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri