Posted inଫୁରସତ

୭୫ ହଜାର ଟଙ୍କା ଖର୍ଚ୍ଚ କରି ନିଜର ଅନ୍ତିମ ସଂସ୍କାର କଲେ ମହିଳା

ଚିଲିରେ ଏକ ଅଜବ ଘଟଣା ଘଟିଛି। କରୋନାରେ କାଳରେ ଜଣେ ମହିଳା ମୃତ୍ୟୁ ଦ୍ୱାରା ଏତେ ପ୍ରଭାବିତ ହୋଇଛନ୍ତି ଯେ, ୭୫ ହଜାର ଟଙ୍କା ଖର୍ଚ୍ଚ କରି ନିଜର ଅନ୍ତିମ ସଂସ୍କାର କରିଛନ୍ତି। ଏହି ଅବସରରେ ସେ ସମସ୍ତ ବନ୍ଧୁ, ପରିଜନଙ୍କ ଡାକି ନିଜ ଯୋଜନା ବିଷୟରେ ଅବଗତ କରାଇଥିଲେ। ୫୯ ବର୍ଷୀୟା ମାୟରା ଆଲୋଞ୍ଜୋ ନାମକ ଏହି ମହିଳା ସ୍ୟାଣ୍ଟୋୟାଗୋ ସହରରେ ରୁହନ୍ତି। ସେ ଗତ କିଛିଦିନ ହେବ କରୋନାଜନିତ ମୃତ୍ୟୁ ଦେଖି ଦେଖି ନିଜ ଅନ୍ତିମ ସଂସ୍କାରର ରିହରସାଲ କଥା ଭାବିଥିଲେ। ଏଥିପାଇଁ ପ୍ରଥମେ ବନ୍ଧୁ ଏବଂ ପରିଜନଙ୍କୁ ନିଜ ଯୋଜନା ବିଷୟରେ କହି ବୁଝାଇଥିଲେ। ମାୟରା ଏକ ଧଳା କଫିନ୍‌ରେ ଧଳା ଡ୍ରେସ୍‌ ପିନ୍ଧି କିଛି ସମୟ ପାଇଁ ଶୋଇ ରହିଥିଲେ। ଏହି ଅବସରରେ ତାଙ୍କ ବନ୍ଧୁ ଏବଂ ପରିଜନଙ୍କ ଆଖିରୁ ଲୁହ ଆସିଯାଇଥିଲା। ସେମାନେ ମାୟରାଙ୍କ ଉପରେ ଫୁଲ ଚଢାଇଥିଲେ। ମାୟରା କଫିନକୁ ଗୋଟିଏ ଦିନ ପାଇଁ ଭଡାରେ ନେଇଥିଲେ। ଏହାପରେ ସେ କହିଛନ୍ତି ମୋ ସ୍ବପ୍ନ ପୂରଣ ହୋଇଛି। ଏବେ ମୋର ମୃତ୍ୟୁ ପରେ କୌଣସି ଅନ୍ତିମ ସଂସ୍କାରର ଆବଶ୍ୟକତା ନାହିଁ। ମୁଁ ମୋ ଜୀବନରେ ସବୁକିଛି ଦେଖିଲି ବୋଲି ସେ କହିଛନ୍ତି। ମାୟରାଙ୍କୁ ଏହି ନିଷ୍ପତ୍ତି ଯୋଗୁ ସେ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri