Posted inଖେଳ

ଧୋନୀଙ୍କୁ ମିସ୍‌ କରୁଥିବା ସ୍ବୀକାର କଲେ କୁଲଦୀପ

ନୂଆଦିଲ୍ଲୀ,୧୨।୫: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ମାର୍ଗଦର୍ଶନକୁ ମିସ୍‌ କରୁଥିବା ସ୍ବୀକାର କରିଛନ୍ତି ସ୍ପିନର କୁଲଦୀପ ଯାଦବ। ଏହି ଚାଇନାମ୍ୟାନ ସ୍ପିନରଙ୍କୁ ୨୦୧୯ ଠାରୁ ଅନ୍ତର୍ଜାତୀୟ କ୍ରିକେଟରେ ନିୟମିତ ସୁଯୋଗ ମିଳୁନାହିଁ। ଏହି ବର୍ଷ ହିଁ ଧୋନୀ ଖେଳିଥିଲେ ଭାରତ ପାଇଁ ଅନ୍ତିମ ମ୍ୟାଚ୍‌।

” ବେଳେବେଳେ ମୁଁ ଧୋନୀଙ୍କ ମାର୍ଗଦର୍ଶନକୁ ମିସ୍‌ କରେ। କାରଣ ସେ ଜଣେ ଅଭିଜ୍ଞ ଉଇକେଟକିପର। ସେ ଉଇକେଟ ପଛରୁ ଆମକୁ ବଡ଼ ପାଟିରେ ଟିପ୍ସ ଦିଅନ୍ତି। ଆମେ ତାଙ୍କ ଅଭିଜ୍ଞତାକୁ ମିସ୍‌ କରୁଛୁ। ଏବେ ରିଷଭ ପନ୍ତ ଉଇକେଟକିପିଂ କରୁଛନ୍ତି। ସେ ଯେତେ ଅଧିକ ମ୍ୟାଚ୍‌ ଖେଳିବେ, ଭବିଷ୍ୟତରେ ସେତେ ଅଧିକ ଟିପ୍ସ ଦେବେ। ମୁଁ ସର୍ବଦା ଅନୁଭବ କରେ, ବୋଲରଙ୍କୁ ଧୋନୀଙ୍କ ଭଳି ପାର୍ଟନର ଦରକାର “ ବୋଲି କୁଲଦୀପ କହିଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରୁ ଧୋନୀ ଦୂରେଇବା ପରେ କୁଲଦୀପ ୨୦୨୦ ଓ ୨୦୨୧ରେ ମାତ୍ର ୭ଟି ଦିନିକିଆ ଖେଳିଛନ୍ତି। ଏହା ତୁଳନାରେ କେବଳ ୨୦୧୯ରେ ଖେଳିଥିଲେ ୨୩ଟି ମ୍ୟାଚ୍‌। ଉଲ୍ଲେଖଯୋଗ୍ୟ, ଆଇସିସି ବିଶ୍ୱକପ୍‌ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାଜୟ ପରେ କ୍ରିକେଟରୁ ଦୂରେଇ ଯାଇଥିଲେ ଧୋନୀ। ଏହାପରେ ୨୦୨୦ ଅଗଷ୍ଟ ୧୫ ତାରିଖରେ ଘୋଷଣା କରିଥିଲେ ସନ୍ନ୍ୟାସ।

” ମାହି ଭାଇ ଦଳରେ ଥିବାବେଳେ ମୁଁ ଓ ୟୁଜବେନ୍ଦ୍ର ଚହଲ ଖେଳୁଥିଲୁ। ସେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇବା ପରେ ଆମେ କଦାପି ଏକାଠି ଖେଳିନାହୁଁ। ମୋତେ ହାତଗଣତି ମ୍ୟାଚ୍‌ରେ ସୁଯୋଗ ମିଳିଛି। ମୁଁ ହ୍ୟାଟ୍ରିକ ମଧ୍ୟ ନେଇଛି। ଅନ୍ତର୍ଜାତୀୟ କ୍ରିକେଟରେ ମୋଟାମୋଟି ପ୍ରଦର୍ଶନ ସେତେଟା ଖରାପ ନାହିଁ। ଅବଶ୍ୟ କିଛି ମ୍ୟାଚ୍‌ରେ ମୋ ପ୍ରଦର୍ଶନ ଭଲ ନାହିଁ “ ବୋଲି କୁଲଦୀପ ଏକ ସାକ୍ଷାତ୍‌କାରରେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri