ଘରୋଇ ହସ୍ପିଟାଲକୁ ସରକାରଙ୍କ ଚେତାବନୀ: ହତାଦର କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୨ା୫(ବ୍ୟୁରୋ):ଘରୋଇ ହସ୍ପିଟାଲ କୋଭିଡ୍‌-୧୯ ରୋଗୀମାନଙ୍କୁ କିପରି ବ୍ୟବହାର କରୁଛନ୍ତି। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଗାଇଡ୍‌ଲାଇନକୁ ମାନିବାକୁ ସେମାନେ ବାଧ୍ୟ। ଯଦି କୌଣସି କ୍ଷେତ୍ରରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଛି କିମ୍ବା ରୋଗୀଙ୍କ ଠାରୁ ନିର୍ଦ୍ଧାରିତ ଫି’ଠାରୁ ଅଧିକ ନେଉଛନ୍ତି ତେବେ ସମ୍ପୃକ୍ତ ହସ୍ପିଟାଲ ପରିଚାଳନା କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ବରିଷ୍ଠ ଅଧିକାରୀ, ଜିଲାପାଳ ଓ ଏସ୍‌ପିମାନଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
ମଙ୍ଗଳବାର ବରିଷ୍ଠ ଅଧିକାରୀମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ମାସକ ମଧ୍ୟରେ ରାଜ୍ୟର ଅନେକ ଜିଲାରେ କୋଭିଡ୍‌ ମହାମାରୀ ସଂକ୍ରମଣ ବଢ଼ିଚାଲିଛି। କୋଭିଡ୍‌ ଯୋଦ୍ଧା ଏବଂ ଲୋକମାନଙ୍କ ସହଯୋଗରେ ଆମେ ପରିସ୍ଥିତିକୁ ପରିଚାଳନା କରିବାରେ ସକ୍ଷମ ହୋଇପାରିଛୁ। କିନ୍ତୁ ଚ୍ୟାଲେଞ୍ଜ ବହୁତ ବଡ଼ ଏବଂ ଯୁଦ୍ଧ ବହୁତ ଲମ୍ବା।
ସଂକ୍ରମଣକୁ କମାଇବା ପାଇଁ ଦୁଇ ସପ୍ତାହ ଲାଗି ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଯଦିଓ ଏହା ଠିକ୍‌ ଭାବେ ଚାଲିଛି ତେବେ କେତେକ ସ୍ଥାନରେ ଏହାକୁ ଆହୁରି କଡ଼ାକଡ଼ି କରିବା ଦରକାର। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ହେଉଛି ଏକ ରାଜ୍ୟ ଯେଉଁଠି ଲୋକମାନଙ୍କୁ ମାଗଣାରେ ଟେଷ୍ଟିଂ କରିବା ସହ ରହିବା, ଖାଇବା, ଔଷଧ ଇତ୍ୟାଦି ମାଗଣାରେ ଯୋଗାଇ ଦିଆଯାଉଛି। ରାଜ୍ୟ ସରକାର ଏଥିପାଇଁ ବହୁ ସମ୍ବଳ ଖର୍ଚ୍ଚ କରୁଛନ୍ତି। ରାଜ୍ୟବାସୀଙ୍କୁ ଉତ୍ତମ ସେବା ଯୋଗାଇବା ନେଇ ନିଶ୍ଚିତ କରିବା ଲାଗି ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୋ ସରକାର ଅଧୀନରେ ରୋଗୀମାନଙ୍କଠାରୁ ମତାମତ ସଂଗ୍ରହ କରାଯାଉଛି। ଆଗାମୀ ଦିନରେ ଏହା ଜାରିରହିବ। ଅଗ୍ନି ନିରାପତ୍ତା ଏବଂ ମେଡିକାଲ ଅକ୍ସିଜେନ ମହଜୁଦ ରଖିବା ଜିଲା ଟିମ୍‌ ପାଇଁ ପ୍ରାଥମିକତା। ଏହାକୁ ୨୪ ଘଣ୍ଟା ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଟେଷ୍ଟିଂ, ଟ୍ରେସିଂ ଏବଂ କଣ୍ଟେନମେଣ୍ଟ ପୂରାଦମରେ ଚଳାଇବା ସହ ସମ୍ବେଦନଶୀଳ ଅଞ୍ଚଳ ଉପରେ ସ୍ବତନ୍ତ୍ର ଫୋକସ୍‌ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଯେଉଁ ଡାକ୍ତରମାନେ ଆଇସିୟୁ ଏବଂ ଏଚ୍‌ଡିୟୁ ପରିଚାଳନା କରୁଛନ୍ତି ସେମାନଙ୍କଠାରୁ ପ୍ରତ୍ୟକ୍ଷ ମତାମତ ସଂଗ୍ରହ କରିବାକୁ କୁହାଯାଇଛି। ଟିକାକରଣ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେଇ ଜୋରସୋରରେ ଚଳାଇବା ସହ ବୃଦ୍ଧାବୃଦ୍ଧ ଏବଂ ଅନ୍ୟ ସମ୍ବେଦନଶୀଳ ବର୍ଗଙ୍କ ପାଇଁ ଟିକାକରଣ କ୍ଷେତ୍ରରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ମାତ୍ରାରେ ଟିକା ଯୋଗାଇବାକୁ ସରକାର ଯଥାସମ୍ଭବ ଉଦ୍ୟମ କରୁଛନ୍ତି। କୋଭିଡ୍‌ ହସ୍ପିଟାଲଗୁଡ଼ିକରେ ହେଲ୍‌ପଲାଇନ ସୁଦୃଢ଼ କରିବା ସହ ପରିବାରବର୍ଗଙ୍କୁ ରୋଗୀଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଜଣାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କଠିନ ପରିସ୍ଥିତିରେ ଦୁଃସ୍ଥ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ଜରିଆରେ ସହାୟତା କରିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ଓ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଟିକାକରଣ ହେଉଛି ମୁଖ୍ୟ ଅସ୍ତ୍ର। ସେ ପର୍ଯ୍ୟନ୍ତ ଆମକୁ ସତର୍କତାର ସହ ଯିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
ତୃତୀୟ ଲହର ସମ୍ଭାବନା ସମ୍ପର୍କରେ ତଥ୍ୟ ସଂଗ୍ରହ ସହିତ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୁରୀରେ ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତ ଓ ସେମାନଙ୍କ ପରିବାରବର୍ଗଙ୍କ ସମ୍ପୂର୍ଣ୍ଣ ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ୍‌ ହସ୍ପିଟାଲଗୁଡ଼ିକରେ ଚିକିତ୍ସାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନିଆଯାଇଛି। କୋଭିଡ୍‌ ପର୍ଯ୍ୟବେକ୍ଷକମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଅକ୍ସିଜେନ ବ୍ୟବସ୍ଥାର ୨୪ ଘଣ୍ଟିଆ ତଦାରଖ କରାଯାଉଛି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ସାରା ବିଶ୍ୱର ବର୍ତ୍ତମାନ ଭାରତରେ ୫୪ ପ୍ରତିିଶତ କୋଭିଡ୍‌ ସଂକ୍ରମଣ ରହିଛି। ଓଡ଼ିଶାରେ ଦେଶର କୋଭିଡ୍‌ ସଂଖ୍ୟାର ୨.୭ ପ୍ରତିଶତ ରହିଛି। ସର୍ବଭାରତୀୟ ସ୍ତରରେ ମୃତ୍ୟୁ ହାର ୧.୦୯ ଥିବା ବେଳେ ଓଡ଼ିଶାରେ ଏହା ୦.୪ ପ୍ରତିଶତ ରହିଛି। ଖୋର୍ଦ୍ଧା ଓ କଟକ ଜିଲା ବ୍ୟତୀତ ଛତିଶଗଡ଼ ସୀମାବର୍ତ୍ତୀ ଜିଲାଗୁଡ଼ିକରେ ଅଧିକ ପଜିଟିଭ କେସ୍‌ ରହୁଛି। ଓଡ଼ିଶାରେ ଗତ ୧୫ ଦିନ ଧରି ପଜିଟିଭ ସଂଖ୍ୟା ୨୦.୨ ପ୍ରତିଶତ ରହିଛି। ଓଡ଼ିଶାରେ ଦୈନିକ ୫୨.୯ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଖର୍ଚ୍ଚ ହେଉଛି। ପୋଲିସ ମହାନିର୍ଦ୍ଦେଶକ ଅଭୟ କୋଭିଡ୍‌ ନିୟମ ଉଲ୍ଲଂଘନ ପାଇଁ ବର୍ତ୍ତମାନ ସୁଦ୍ଧା ୨୮ କୋଟି ୯୧ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିବା ନେଇ ସୂଚନା ଦେଇଥିଲେ। ବୈଠକରେ ସମ୍ବଲପୁର, ବରଗଡ଼, ପୁରୀ ଜିଲାପାଳ ଓ କଟକ,ପୁରୀ ଓ ଭୁବନେଶ୍ୱର ମହାନଗର ନିଗମ କମିଶନର କୋଭିଡ୍‌ ପରିଚାଳନା ସମ୍ପର୍କରେ ସୂଚନା ଦେଇଥିଲେ। ବୈଠକକୁ ୫-ଟି ସଚିବ ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri