Posted inଖେଳ

ଆଇପିଏଲ୍‌ର ବାକି ମ୍ୟାଚ୍‌ରେ ନ ଖେଳିପାରନ୍ତି ଇଂଲଣ୍ଡ ଖେଳାଳି

ଲଣ୍ଡନ,୧୧।୫ : ଆଇପିଏଲର ୧୪ତମ ସଂସ୍କରଣର ଦ୍ୱିତୀୟାର୍ଦ୍ଧକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିଦିଆଯାଇଛି। ତେବେ ଆଇପିଏଲ୍‌ର ବାକି ମ୍ୟାଚ୍‌ଗୁଡିକ ପୁଣିଥରେ ଆୟୋଜନ ହେଲେ ଇଂଲଣ୍ଡ ଖେଳାଳିମାନେ ଖେଳି ପାରିବେ ନାହିଁ। ଏହା କହିଛନ୍ତି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଡାଇରେକ୍ଟର ଅଫ୍‌ କ୍ରିକେଟ ଆଶଲେ ଜାଇଲ୍ସ। ଇଂଲଣ୍ଡ ଜାତୀୟ ଦଳର ବ୍ୟସ୍ତବହୁଳ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ପାଇଁ ଏପରି ଆଶଙ୍କା ସୃଷ୍ଟି ହୋଇଛି।

ଏକାଧିକ ଖେଳାଳି ଆକ୍ରାନ୍ତ ହେବା ପରେ ଆଇପିଏଲ୍‌କୁ ରୋକି ଦିଆଯାଇଛି। ଏହାର ବଳକା ୩୧ ମ୍ୟାଚ୍‌ ଆୟୋଜନ ପାଇଁ ଉପଲବ୍ଧ ଅଛି ଏବେ ଦୁଇଟି ଓ୍ବିଣ୍ଡୋ । ଗୋଟିଏ ହେଲା ଟି୨୦ ବିଶ୍ୱକପ୍‌ ପୂର୍ବରୁ। ଅନ୍ୟଟି ବିଶ୍ୱକପ୍‌ ଠିକ ପରେ। କିନ୍ତୁ ଏହି ଦୁଇ ଅବଧିରେ ଇଂଲଣ୍ଡ ଖେଳାଳି ଅନ୍ୟ ସିରିଜରେ ବ୍ୟସ୍ତ ରହିବେ। ସେପ୍ଟେମ୍ବର ଓ ଅକ୍ଟୋବରରେ ଇଂଲଣ୍ଡ ବାଂଲାଦେଶ ଏବଂ ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆଉ ଟି୨୦ ବିଶ୍ୱକପ୍‌ ପରେ ଖେଳାଯିବ ଆଶେସ।

ଆଇପିଏଲ୍‌ର ବିଭିନ୍ନ ଫ୍ରାଞ୍ଚାଇଜ୍‌ରେ ୧୧ଜଣ ଇଂଲଣ୍ଡ ଖେଳାଳି ରହିଛନ୍ତି। ଟି୨୦ ବିଶ୍ୱକପ୍‌, ଆଶେସ ଓ ଅନ୍ୟ ହାଇପ୍ରୋଫାଇଲ ଇଭେଣ୍ଟ କାରଣରୁ ଇଂଲଣ୍ଡ ଖେଳାଳି ଆଇପିଏଲ୍‌ ଖେଳିବାର ସମ୍ଭାବନା କମ୍‌ ଅଛି ବୋଲି ଜାଇଲ୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇଲା ଭାରତ

ସିଲ୍‌ହେଟ୍‌,୨ା୫:ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ...

ଟି୨୦ ବିଶ୍ୱକପ ଦଳ ଚୟନକୁ ସମର୍ଥନ କଲେ ରୋହିତ

ମୁମ୍ବାଇ,୨ା୫: ଟି୨୦ କ୍ରିକେଟ ବିଶ୍ୱକପ ପାଇଁ ଦଳ ଚୟନକୁ ସମର୍ଥନ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଗୁରବାର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା...

କାହିଁକି ଟି-୨୦ ବିଶ୍ୱକପ ଦଳରେ ରାହୁଲଙ୍କୁ ମିଳିଲାନି ସ୍ଥାନ, କାରଣ କହିଲେ ଅଜିତ ଅଗରକର

ମୁମ୍ବାଇ,୨ା୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇନଭର୍ଟ ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ପ୍ରାରମ୍ଭିକ ବ୍ୟାଟର ତଥା ୱିକେଟ୍...

ଏହି ଫଟୋ ଶେୟାର କରି କପିରାଇଟ୍‌ ଲଗାଇବାକୁ ଏକ୍ସ ମାଲିକଙ୍କୁ ଦାବି କଲେ ଚହଲ: ଜାଣନ୍ତୁ କାହିଁକି

ନୂଆଦିଲ୍ଲ,୨।୫: ୟୁଜଭେନ୍ଦ୍ର ଚହଲ ଆଇପିଏଲ ୨୦୨୪ରେ ଭଲ ବୋଲିଂ ପ୍ରଦର୍ଶନ କରୁଛନ୍ତି। ସେ ଟି-୨୦ ବିଶ୍ୱକପ ୨୦୨୪ରେ ଚୟନ ଆକାରରେ ତାଙ୍କର ଭଲ ବୋଲିଂ ପାଇଁ...

ଆଇପିଏଲ୍‌ ୨୦୨୪ ମଝିରେ ସିଏସ୍‌କେକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ବୁଧବାର ୫ମ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ ଅନେକ ମାମଲାରେ ଦୁର୍ବଳ ନଜର...

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ...

ଅରେଞ୍ଜ୍‌ କ୍ୟାପ୍‌ ଉପରେ କବ୍‌ଜା କଲେ ଗାଏକ୍ୱାଡ୍‌: ଏହି କ୍ରିକେଟର୍‌ଙ୍କ ପାଖରେ ଅଛି ପର୍ପଲ୍‌ କ୍ୟାପ୍‌

ନୂଆଦିଲ୍ଲୀ,୨।୫: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଇକ୍ୱାଡ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ଚୌକା ଓ ୨ ଛକା ସହାୟତାରେ ୪୮ ବଲରେ ୬୨...

ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଜାଣନ୍ତୁ କିଏ ଏବେ କେଉଁ ସ୍ଥାନରେ ଅଛନ୍ତି…

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri