Posted inଖେଳ

ବାବର, ହିଲି ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ

ଦୁବାଇ, ୧୧।୫(ପି.ଟି.):ପାକିସ୍ତାନ ଅଧିନାୟକ ବାବର ଆଜମ ଏବଂ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଉଇକେଟ କିପର ଆଲିସା ହିଲି ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ ବିବେଚିତ ହୋଇଛନ୍ତି। ଏପ୍ରିଲରେ ଚମତ୍କାର ପ୍ରଦର୍ଶନ ପାଇଁ ସେ ଏହି ସୌଭାଗ୍ୟ ପାଇଛନ୍ତି। ନିକଟରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ସମସ୍ତ ଫର୍ମାଟରେ ସ୍ଥିର ଏବଂ ଆକର୍ଷଣୀୟ ପ୍ରଦର୍ଶନ ପାଇଁ ବାବର ପ୍ରଶଂସକ ଏବଂ ଆଇସିସି ଭୋଟିଂ ଏକାଡେମୀର ପ୍ରଥମ ପସନ୍ଦ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ମ୍ୟାଚ ବିଜୟୀ ୯୪(୮୨ ବଲ) ଇନିଂସ ଯୋଗୁ ସେ ୧୩ ରେଟିଂ ପଏଣ୍ଟ ଲାଭ କରିଥିଲେ। ଫଳରେ ତାଙ୍କ ପଏଣ୍ଟ କ୍ୟାରିୟର ଶ୍ରେଷ୍ଠ ୮୬୫ରେ ପହଞ୍ଚତ୍ ଯାଇଥିଲା। ଏହା ବ୍ୟତୀତ ସମାନ ପ୍ରତିଦ୍ୱନ୍ଦ୍ୱୀ ଦଳ ବିପକ୍ଷରେ ଟି୨୦ ସିରିଜର ତୃତୀୟ ମ୍ୟାଚରେ ପାକିସ୍ତାନର ରନ୍‌ ଚେଜ୍‌ ସମୟରେ ସେ ୫୯ ବଲ୍‌ରୁ ୧୨୨ ରନ ସଂଗ୍ରହ କରିଥିଲେ। ”ସୀମିତ ଓଭର କ୍ରିକେଟରେ ଏବେ ଦୁଇ ଉପାୟରେ ବ୍ୟାଟ୍ସମ୍ୟାନ ପ୍ରସିଦ୍ଧି ଅର୍ଜନ କରୁଛନ୍ତି। ଗୋଟିଏ ହେଲା ବିସ୍ଫୋରକ, ଆକ୍ରମଣାତ୍ମକ ଏବଂ ଶକ୍ତିଶାଳୀ ପ୍ରହାର ମାଧ୍ୟମରେ। ଅନ୍ୟଟି ହେଲା ବାବର ଆଜମଙ୍କ ପଥ। ଏହା ହେଲା ତାଳମେଳ ରକ୍ଷା କରି ପଞ୍ଚ୍‌, କୌଶଳ ଏବଂ ସାହସିକ ବ୍ୟାଟିଂ। ପ୍ରଦର୍ଶନ ମାଧ୍ୟମରେ ସେ ଏହି ପୁରସ୍କାର ପାଇବାର ହକ୍‌ଦାର ହୋଇ ଯାଇଥିଲେ ବୋଲି ଆଇସିସି ଭୋଟିଂ ଏକାଡେମୀ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ରମିଜ ରାଜା ପ୍ରକାଶ କରିଛନ୍ତି।
ନିକଟରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ସମସ୍ତ ପ୍ରକାର ବୋଲିଂ ବିପକ୍ଷରେ ପ୍ରଭାବୀ ପ୍ରଦର୍ଶନ କରି ସଦର୍ନ ଷ୍ଟାର ହିଲି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଦିନିକିଆ ଖେଳି ୫୧.୬୬ ଆଭରେଜ ଏବଂ ୯୮.୭୨ ଆଭରେଜରେ ୧୫୫ ରନ କରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ସିରିଜ ବିଜୟରେ ସେ ଅଗ୍ରଣୀ ସ୍କୋରର ଥିଲେ। ତାଙ୍କ ପ୍ରଦର୍ଶନ ମାଧ୍ୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ରେକର୍ଡ ୨୪ତମ ବିଜୟ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri