ଏପ୍ରିଲରେ ଔଷଧ ବିକ୍ରି ୫୧% ବୃଦ୍ଧି

ନୂଆଦିଲ୍ଲୀ:  କରୋନା ଯୋଗୁ ଦେଶରେ ବିଭିନ୍ନ ବର୍ଗର ଔଷଧ ବିକ୍ରି ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି। ଏପରିକି ଗତବର୍ଷ ଏପ୍ରିଲ ମାସ ତୁଳନାରେ ଚଳିତ ବର୍ଷ ଏପ୍ରିଲରେ ଏହା ପ୍ରାୟ ୫୧% ବୃଦ୍ଧି ପାଇଥିବା ଜଣାପଡ଼ିଛି। ଫଳରେ ମହାମାରୀରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଭାରତୀୟମାନେ ମେଡିସିନ ବ୍ୟବହାରକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଗତବର୍ଷ ଏପ୍ରିଲରେ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ ଓ ଶଟ୍‌ଡାଉନ ଭଳି କଠୋର କଟକଣା ଜାରି କରାଯାଇଥିଲା। ଏହାର ପ୍ରଭାବ ମଧ୍ୟ ଔଷଧ ବିକ୍ରୟ ଉପରେ ପଡ଼ିଥିଲା। ଫଳରେ ଗତ ବର୍ଷ ବହୁ ପରିମାଣରେ ଔଷଧ କାରବାର ମାନ୍ଦା ରହିଥିବା ବେଳେ ଚଳିତ ବର୍ଷ କରୋନାର ୨ୟ ଲହର ସଂକ୍ରମଣ ଯୋଗୁ ଔଷଧ ବିକ୍ରି ବଢ଼ିବା ସହିତ କାରବାର ଭଲ ହୋଇଥିବା ଜଣାପଡିଛି। ତେବେ କରୋନାର ୨ୟ ଲହର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଔଷଧ ବିକ୍ରୟକୁ ଯଥେଷ୍ଟ ପରିମାଣରେ ବୃଦ୍ଧି କରିଛି। ଏହି ସମୟରେ ଆଣ୍ଟି-ଇନ୍‌ଫେକ୍ଟିଭ୍‌ ୧୩୪% ବିକ୍ରି ହୋଇଥିବା ଜଣାପଡିଛି। ଗତ ବର୍ଷ ଏପ୍ରିଲ ତୁଳନାରେ ଏହା ଯଥେଷ୍ଟ ଅଧିକ ବୋଲି କୁହାଯାଉଛି। ସେହିଭଳି ପୁଷ୍ଟିକର ଖାଦ୍ୟ ୭୬% ଅଭିବୃଦ୍ଧି ଦେଖାଇଛି। କୋଭିଡ୍‌ ଟ୍ରିଟ୍‌ମେଣ୍ଟ ଥେରାପି ସେଗ୍‌ମେଣ୍ଟରେ କାର୍ଯ୍ୟ କରୁଥିବା କମ୍ପାନୀଗୁଡିକ ଏପ୍ରିଲ ମାସରେ ଆଶାଠାରୁ ଅଧିକ ବିକ୍ରୟ ସହ ଯଥେଷ୍ଟ ଭଲ କାରବାର କରିଛନ୍ତି ବୋଲି ବଜାର ଅନୁସନ୍ଧାନକାରୀ ସଂସ୍ଥା ଏ ସମ୍ପର୍କରେ ସବିଶେଷ ତଥ୍ୟ ଦେଇଛି। ଗତ ବର୍ଷ ଏପ୍ରିଲରେ କରୋନା କଟକଣା ଯୋଗୁ ଔଷଧ ବିକ୍ରୟ ୧୧% କମିଥିବା ବେଳେ ସମାନ ଅବସ୍ଥା ମେ ମାସରେ ମଧ୍ୟ ରହିଥିଲା। ଏହି ମାସରେ ପ୍ରାୟ ୯% ବିକ୍ରୟ କମ୍‌ ହୋଇଥିଲା ତେବେ ଚଳିତ ବର୍ଷ ଔଷଧ ଉତ୍ପାଦନକାରୀ କମ୍ପାନୀଗୁଡିକ କରୋନା ସଂକ୍ରମଣର ୨ୟ ଲହର ସମୟରେ ଔଷଧର ଉତ୍ପାଦନ ଏବଂ ବିତରଣ ଲାଗି ପୂର୍ବରୁ ପ୍ରସ୍ତୁତ ଥିବା ବେଳେ ସରକାର ମଧ୍ୟ ଆବଶ୍ୟକ ସହାୟତା ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ଯୋଗାଣକୁ କଟକଣା ମୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri