ପ୍ରକଳ୍ପ ଥାଇ ମିଳୁନି ପାଣି

ବଇଣ୍ଡା,୭ା୫(ଡି.ଏନ.ଏ.)

ଗ୍ରାମାଞ୍ଚଳର ଲୋକଙ୍କୁ ପାଇପ୍‌ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ପ୍ରକଳ୍ପମାନ ନିର୍ମାଣ କରୁଛନ୍ତି। ଏଥିପାଇଁ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଆବଶ୍ୟକ ରକ୍ଷାଣାବେକ୍ଷଣ କରାଯାଉ ନାହିଁ। ଫଳରେ କିଛିବର୍ଷ ପରେ ଅନେକ ଅଚଳ ହୋଇପଡ଼ୁଛି। ଅଞ୍ଚଳବାସୀ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରୁଛନ୍ତି। ହେଲେ ପଦକ୍ଷେପ ନିଆଯାଉ ନାହିଁ। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତ ଏହାର ଉଦାହରଣ।
୨୦୦୬ ମସିହାରେ ପାଇକସାହି ପଞ୍ଚାୟତର ସତ୍ୟବାଦୀପୁର, କଳାପାଟନାଳି, ନୂଆଁ କୋଡାସାହି, ପୁରୁଣା କୋଡାସାହି, ଦଳିତସାହି, ଖଇରାସାହି, କଲେଜସାହିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ସରକାର ୧୫ ଲକ୍ଷ ଟଙ୍କା ବ୍ୟୟରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରିଥିଲେ। ହେଲେ ସେହି ସମୟରେ ନିମ୍ନମାନର ପାଇପ୍‌ ଲଗାଯାଇ ଜଳଯୋଗାଣ କରାଯାଇଥିବାରୁ ଫେବୃୟାରୀ ୨୦୨୦ରୁ ଅନେକ ସ୍ଥାନରେ ପାଇପ୍‌ ଫାଟି ଯାଇଛି। ଫଳରେ ଦୀର୍ଘ ୧୫ ମାସ ହେଲା ୭ଟି ଗଁାକୁ ଜଳଯୋଗାଣ ବନ୍ଦ ରହିଛି। ଗତବର୍ଷ ଖରାଦିନେ ପାଣି ପାଇଁ ପଞ୍ଚାୟତବାସୀ ହନ୍ତସନ୍ତ ହୋଇଥିବା ବେଳେ ଚଳିତବର୍ଷ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ପଞ୍ଚାୟତରେ ୩୨ଟି ନଳକୂଅ ଥିବାବେଳେ ସେଥିରୁ ୬ଟି ଅଚଳ ରହିଛି। ୮ଟି ନଳକୂଅରୁ ଲୌହ ଗୁଣ୍ଡ ବାହାରୁଥିବା ଯୋଗୁ ଲୋକେ ସେଥିରୁ ପାଣି ବ୍ୟବହାର କରିପାରୁନାହାନ୍ତି। ୯ଟି ଖୋଲା କୂଅ ଥିବାବେଳେ ଜଳସ୍ତର କମିଯିବା ଯୋଗୁ ପାଣି ପାଇଁ ମହିଳାମାନେ ଗୋଟିଏ ଲେଖାଏ ନଳକୂଅ ନିକଟରେ ଲମ୍ବା ଲାଇନ ଦେଉଥିବା ଦେଖିବାକୁ ମିଳିଛି। ଜଳ ଯୋଗାଣ ପ୍ରକଳ୍ପ ମରାମତି ପାଇଁ ସତ୍ୟବାଦୀପୁର ଗ୍ରାମବାସୀ ୨୦ ଜୁନ ୨୦୨୦ରେ ଆଠମଲ୍ଲିକ ଜଳ ଯୋଗାଣ ବିଭାଗ ଓ ଆଠମଲ୍ଲିକ ଉପଜିଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ପଦକ୍ଷେପ ନିଆଯାଇ ନାହିଁ। ତୁରନ୍ତ ଏକ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରିବା ସହ ନୂତନ ପ୍ରକଳ୍ପ ନିର୍ମାଣ ପାଇଁ ସାଧାରଣରେ ଦାବି ହୋଇଛି। ଏ ନେଇ ଜଳଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ବେହେରା କୁହନ୍ତି, ପାଇପ୍‌ ଫାଟି ଯାଇଥିବା ଯୋଗୁ ଜଳ ଯୋଗାଣ ହୋଇପାରୁନାହିଁ। ତୁରନ୍ତ ବିଭାଗ ପକ୍ଷରୁ ପଦେକ୍ଷେପ ନିଆଯିବ।
ଟ୍ୟାଙ୍କର ଯୋଗେ ପାଣି ଦିଆଯାଉ
ପ୍ରକଳ୍ପ ଥିଲେ ମଧ୍ୟ ପଞ୍ଚାୟତରେ ଜଳାଭାବ ଲାଗିରହିଛି। ଅନେକ ନଳକୂଅରୁ ଠିକ୍‌ ଭାବେ ପାଣି ବାହାରୁ ନାହିଁ। ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରାଯାଇଛି। ହେଲେ କେହି ଶୁଣୁନାହାନ୍ତି। ଖରାଦିନରେ ପାଣି ସଙ୍କଟ ଲୋକଙ୍କୁ ବହୁ ଅସୁବିଧାରେ ପକାଇଛି। ଟ୍ୟାଙ୍କର ଯୋଗେ ପାଣି ଯୋଗାଯାଉ।
-ରତିରଞ୍ଜନ ରାଉତ, ବିଡିଶିଙ୍ଗ
ମହାନଦୀରୁ ପାଣି ଯୋଗାଣ ହେଉ
ପାଇକସାହି ସମେତ ୩ ପଞ୍ଚାୟତରେ ଜଳାଭାବ ଲାଗିରହିଛି। ଅନେକ ନଳକୂଅରୁ ଖରାଦିନେ ପାଣି ବାହାରୁ ନାହିଁ। ସରକାର ମେଗା ପ୍ରୋଜେକ୍ଟ ଦ୍ୱାରା ଆଠମଲ୍ଲିକସ୍ଥିତ ମହାନଦୀରୁ ପାଣି ଯୋଗାଇଦେଲେ ଜଳ ସଙ୍କଟ ଦୂର ହୋଇପାରିବ। ଲୋକେ ବର୍ଷ ତମାମ ପାଣି ପାଇପାରିବେ।
-ନୀରଜକାନ୍ତ ସାହୁ, ପାଇକସାହି
ଖୋଲା କୂଅ ଉପରେ ନିର୍ଭର
ଦୀର୍ଘ ୧୫ ବର୍ଷ ହେବ ପ୍ରକଳ୍ପ ହୋଇଥିଲେ ମଧ୍ୟ ପ୍ରତ୍ୟେକ ବର୍ଷ ମାସ ମାସ ଧରି ଏହା ଅଚଳ ରହୁଛି। ବିଶେଷକରି ଖରା ଦିନେ ପାଣି ପାଇଁ ପଞ୍ଚାୟତବାସୀଙ୍କୁ ହଇରାଣ ହେବାକୁ ପଡ଼ୁଛି। ୧ କିଲୋମିଟର ଦୂରରେ ଥିବା ଖୋଲା କୂଅକୁ ଯିବାକୁ ପଡୁଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମାଧାନ ହେଉନାହିଁ।
-କୁମୁଦିନୀ ଗଡତିଆ, ଖଇରାସାହି
ପ୍ରଶାସନ ପଦକ୍ଷେପ ନେଉ
ପଞ୍ଚାୟତବାସୀଙ୍କ ପାଇଁ ଥିବା ଜଳଯୋଗାଣ ପ୍ରକଳ୍ପ ଅଚଳ ରହିଛି। ଦୀର୍ଘଦିନ ହେଲା ପାଇପ୍‌ ମରାମତି କରାଯାଉ ନାହିଁ। ଆବଶ୍ୟକ ନଳକୂଅ ମଧ୍ୟ ନାହିଁ। ଫଳରେ ଗ୍ରାମବାସୀ ପାଣି ସଂଗ୍ରହ କରିବା ପାଇଁ ବହୁ ହଇରାଣ ହେଉଛନ୍ତି। ତୁରନ୍ତ ପ୍ରଶାସନ ପଦେକ୍ଷେପ ନେଇ ପ୍ରକଳ୍ପ ପାଇପ୍‌ ମରାମତି କରୁ।
-ଜଟାଧାରୀ ମୁଦୁଲି, ପାଇକସାହି
ନୂତନ ପ୍ରକଳ୍ପ ନିର୍ମାଣ କରାଯାଉ
ଠିକ୍‌ ଭାବେ ତଦାରଖ କରାଯାଉ ନ ଥିବା ଯୋଗୁ ସରକାରୀ ଯୋଜନାରେ ନିର୍ମିତ ପ୍ରକଳ୍ପ ଅଚଳ ହୋଇପଡ଼ୁଛି। ପାଇକସାହିରେ ଥିବା ପ୍ରକଳ୍ପ ମରାମତି ଦିଗରେ ଧ୍ୟାନ ଦିଆଯାଉ ନ ଥିବାରୁ ଲୋକେ ଉପକୃତ ହୋଇପାରୁ ନାହାନ୍ତି। ଏକ ନୂତନ ପ୍ରକଳ୍ପ ନିର୍ମାଣ କରାଗଲେ ପଞ୍ଚାୟତବାସୀଙ୍କ ଅସୁବିଧା ଦୂର ହୁଅନ୍ତା।
-ପ୍ରତାପ କୁମାର ପ୍ରଧାନ, ପାଇକସାହି


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri