Posted inଖେଳ

ଟୋକିଓ ଅଲିମ୍ପିକ୍ସ: ମେରୀ କମ୍‌ଙ୍କ ସହ ୩ ମହିଳା ବକ୍ସର ପୁଣେରେ ଟ୍ରେନିଂ ନେବେ

ନୂଆଦିଲ୍ଲୀ, ୬।୫(ପି.ଟି.)- ଛଅ ଥର ବିଶ୍ୱ ଚାମ୍ପିୟନ ଏମ୍‌ସି ମେରୀ କମ୍‌ ଏବଂ ଅନ୍ୟ ୨ ମହିଳା ବକ୍ସର ପୁଣେସ୍ଥିତ ଆର୍ମି ସ୍ପୋଟର୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ରେ ଟ୍ରେନିଂ ନେଇ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରିବେ। ଦିଲ୍ଲୀଠାରେ ଅନୁଷ୍ଠିତ ମହିଳା ବକ୍ସରଙ୍କ କ୍ୟାମ୍ପରେ କରୋନା ପ୍ରବେଶ କରିବା ପରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ପୁଣେରେ ଟ୍ରେନିଂ ନେବାକୁ ଯାଉଥିବା ୩ ବକ୍ସର ହେଲେ ମେରୀ କମ୍‌ (୯୫୧ କେଜି), ଲଭଲିନା ବୋର୍ଗୋହେଁ (୬୯ କେଜି) ଓ ସିମରନଜିତ କୌର (୬୦ କେଜି)। ମାତ୍ର ସେମାନେ କୋଭିଡ୍‌-୧୯ ଜନିତ ଆଇସୋଲେଶନ ସମୟ ଅତିବାହିତ କରିବା ପରେ ଟ୍ରେନିଂ ପାଇଁ ଉପଯୁକ୍ତ ହେବେ। ବକ୍ସରମାନଙ୍କୁ ୩ଟି ଭିନ୍ନ ଗ୍ରୁପରେ ରଖାଯାଇଛି। ସମସ୍ତଙ୍କୁ ୨ ଜଣ ଲେଖାଏ ଟ୍ରେନିଂ ପାର୍ଟନର ଦିଆଯାଇଛି। ସଂକ୍ରମଣଜନିତ ରିସ୍କ ଯେପରି ନ ରହିବ ତା’ ଉପରେ ଧ୍ୟାନ ଦିଆଯାଇଛି। ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିବା ପୂଜା ରାଣୀ (୭୫ କେଜି) କିନ୍ତୁ ବେଲାରୀସ୍ଥିତ ଇନ୍‌ସ୍ପାଏର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋଟର୍‌ସରେ ଟ୍ରେନିଂ ଜାରି ରଖିବେ।
ମେରୀ କମ୍‌ଙ୍କୁ ଏବେ ତାଙ୍କ କୋଚ୍‌ ତଥା ପୂର୍ବତନ ବକ୍ସର ଛୋଟେ ଲାଲ ଯାଦବଙ୍କ ସେବା ମିଳିବ ନାହିଁ। ଗତ ମାସରେ ସେ ଭାଇରସରେ ସଂକ୍ରମିତ ହେବାପରେ ଆଇସୋଲେଶନରେ ଅଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଯାଇ ସେ ଆସନ୍ତା କିଛି ଦିନମଧ୍ୟରେ କ୍ୟାମ୍ପରେ ଯୋଗଦେବା ସମ୍ଭାବନା ରହିଛି। ଟ୍ରେନିଂ ଅବସରରେ ମେରୀ କମ୍‌ କରୋନା ଟିକା ନେଇଯିବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି। ”ଦିଲ୍ଲୀ କ୍ୟାମ୍ପ ସସ୍‌ପେଣ୍ଡ ହୋଇଯିବା ପରେ ଟ୍ରେନିଂକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଏବେ ଏହା ପୁଣି ଟ୍ରାକ୍‌କୁ ଫେରିବ ବୋଲି ଆଶା କରୁଛି। ଏଏସ୍‌ଆଇରେ ଉପଲବ୍ଧ ପୁରୁଷ ବକ୍ସରଙ୍କ ସହ ଟ୍ରେନିଂ ନେବାକୁ ମୁଁ ଲକ୍ଷ୍ୟ ରଖିଛି। ସୁରକ୍ଷିତଭାବେ ଯେପରି ଟ୍ରେନିଂ ଚାଲିପାରିବ ତା’ ଉପରେ ଧ୍ୟାନ ଦେବି“ ବୋଲି ମେରୀ କମ୍‌ କହିଛନ୍ତି। ଏସିଆନ ଚାମ୍ପିୟନଶିପ୍‌ ଆଗାମୀ ବଡ଼ ପ୍ରତିଯୋଗିତା। ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବାରୁ ଏହାକୁ ଦୁବାଇକୁ ସ୍ଥାନାନ୍ତର କରାଯାଇଛି। ଟ୍ରେନିଂ ଏବଂ ପ୍ରତିଯୋଗିତା ଭିନ୍ନ। ପ୍ରତିଯୋଗିତା ସମୟରେ ହିଁ କିଏ କେତେ ଦକ୍ଷ ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ଦ୍ୱାରା ଅନୁମୋଦିତ ଏଏସ୍‌ଆଇ କ୍ୟାମ୍ପ ଜୁଲାଇ ଶେଷ ପର୍ଯ୍ୟନ୍ତ ଚାଲିବ। ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଛି। ଅଲିମ୍ପିକ୍ସ ଯୋଗ୍ୟତା ପାଇଥିବା ବକ୍ସରଙ୍କ ବ୍ୟତୀତ ୟୁଥ୍‌ ଓ୍ବାଲର୍‌ଡ ଚାମ୍ପିୟନ ଅରୁନ୍ଧତି ଚୌଧାରୀ (୬୯ କେଜି), ମଞ୍ଜୁ ରାଣୀ (୪୮ କେଜି), ସୋନିଆ ଲାଥେର (୫୭ କେଜି), ଲାଲବୁଆତ୍ସାହି (୬୪ କେଜି), ଶଶି ଚୋପ୍ରା (୬୪ କେଜି) ଓ ଜସମିନ (୫୭ କେଜି)ଙ୍କୁ ଟ୍ରେନିଂ କ୍ୟାମ୍ପ ପାଇଁ ମନୋନୀତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri