ନୂଆଦିଲ୍ଲୀ, ୧।୫(ପି.ଟି.): ଦିଲ୍ଲୀ ଉପରାଜ୍ୟପାଳ (ଏଲ୍ଜି) ଅନିଲ ବୈଜାଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ନିଜ ବାସଭବନରେ ଆଇସୋଲେଶନରେ ରହିଥିବାବେଳେ ଦିଲ୍ଲୀ ସ୍ଥିତି ଉପରେ ନଜର ରଖିଥିବା କହିଛନ୍ତି। ତାଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେବା ପରେ ସେ କୋଭିଡ୍ ପରୀକ୍ଷା କରାଇଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନେ ମଧ୍ୟ କୋଭିଡ୍ ପରୀକ୍ଷା କରାଇ ନେଇଛନ୍ତି। ବୈଜାଲ ଓ ତାଙ୍କ ସ୍ତ୍ରୀ ଗତ ମାସରେ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେଇଥିଲେ।


