ବିକାଶରେ ଲାଗିଛି ଅଙ୍କୁଶ

ଭୁବନ, ୩୦।୪(ଡି.ଏନ.ଏ.) ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୬ମାସ ହେଲା ମୁରବିବିହୀନ ହୋଇପଡ଼ିଛି। ଏଠାରେ କାର୍ଯ୍ୟ କରୁଥିବା ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳଙ୍କ କରୋନାରେ ମୃତ୍ୟୁ ଘଟିବା ପରେ ୨୦୨୦ ଅକ୍ଟୋବର ୨୫ରୁ ଏହି ପଦବୀ ଖାଲିପଡ଼ିଛି। ତହସିଲଦାର ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ପଦବୀ ପୂରଣ ହେଉ ନ ଥିବାରୁ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଛି। ତେଣୁ ବିକାଶନମୂଳକ କାର୍ଯ୍ୟରେ ଅଙ୍କୁଶ ଲାଗିଛି, ଯାହାକୁ ନେଇ ଏନ୍‌ଏସି ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ଏସିଆ ମହାଦେଶର ସର୍ବବୃହତ୍‌ ଗ୍ରାମର ମାନ୍ୟତା ପାଇଛି ଭୁବନ। ଏହା ଢେଙ୍କାନାଳ ଜିଲା ଅନ୍ୟତମ ବ୍ୟବସାୟିକ ପେଣ୍ଠସ୍ଥଳ ମଧ୍ୟ। ସହରର ପରିଚାଳନା ଦାୟିତ୍ୱ ଏନ୍‌ଏସି ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛି। ଏବେ କୋଭିଡ୍‌ ସମୟରେ ଜନସାଧାରଣଙ୍କୁ ସଚେତନ କରାଇବା, ସମାନ୍ତରାଳ ଭାବେ ସରକାରୀ କାର୍ଯ୍ୟ ତ୍ୱରାନ୍ବିତ କରିବା, ଟିକାକରଣ କାର୍ଯ୍ୟ ଆଗକୁ ନେବାରେ ବିଜ୍ଞପିତ ଅଞ୍ଚଳ ପରିଷଦର ଗୁରୁଦାୟିତ୍ୱ ରହିଛି। ହେଲେ ଏନ୍‌ଏସିର ସରକାରୀ ମୁଖିଆ ପଦବୀ ଖାଲି ପଡ଼ିଥିବାରୁ କରୋନା ପରିଚାଳନା ସମେତ ୧୫ ଓ୍ବାର୍ଡର ଅନ୍ୟ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି।

ଅନ୍ୟପଟେ ତହସିଲଦାର ତହସିଲ କାର୍ଯ୍ୟାଳୟ, ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟ, ରାଜସ୍ବ ବିଭାଗର ଦାୟିତ୍ୱ ସମ୍ଭାଳୁଛନ୍ତି। ଅତ୍ୟଧିକ କାର୍ଯ୍ୟବ୍ୟସ୍ତତା ଯୋଗୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଏନ୍‌ଏସିର କାର୍ଯ୍ୟ ପ୍ରଭାବିତ ହେଉଛି। ଚଳିତବର୍ଷ ରାଜସ୍ବ ଆଦାୟର ଅନ୍ୟତମ ମାଧ୍ୟମ ପୋଖରୀ, ଗଡ଼ିଆ, ହାଟବଜାର, ପାର୍କିଂ ସ୍ଥଳ ନିଲାମ ହୋଇପାରିନାହିଁ। ନିଲାମ ହୋଇଥିବା ଦୋକାନରୁ ଭଡ଼ା ଆଦାୟ ହୋଇପାରୁନାହିଁ। ବିଭିନ୍ନ ଓ୍ବାର୍ଡରେ ଜଳସଙ୍କଟ ମୁଣ୍ଡ ଟେକିଛି। ପୁନରୁଦ୍ଧାର ହେଉ ନ ଥିବାରୁ ଡ୍ରେନେଜ୍‌, ଜଳାଶୟ ପରିତ୍ୟକ୍ତ ହୋଇପଡ଼ିଛି। ଗତବର୍ଷ କରୋନା ସମୟରେ ଭିଟାମାଟିକୁ ବାହୁଡ଼ିଥିବା ପ୍ରବାସୀଙ୍କ ଲାଗି କ୍ୱାରାଣ୍ଟାଇନ୍‌ ସେଣ୍ଟର ଖୋଲାଯିବା ସହ କାମ ଯୋଗାଇ ଦିଆଯାଇଥିଲା। ଚଳିତବର୍ଷ ଏଥିରେ ବ୍ୟତିକ୍ରମ ହୋଇଛି। ସହରରେ ଦିନକୁ ଦିନ ସଂକ୍ରମଣ ବଢୁଥିବାବେଳେ କରୋନା ମୁକାବିଲା ପ୍ରସ୍ତୁତି ଆଖିଦୃଶିଆ ହୋଇପାରୁ ନ ଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ସମସ୍ୟାକୁ ଗୁରୁତ୍ୱ ଦେଇ ତୁରନ୍ତ ନିର୍ବାହୀ ଅଧିକାରୀ ପଦବୀ ପୂରଣ କରିବାକୁ ସେମାନେ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କୁହନ୍ତି, ନୂତନ ନିର୍ବାହୀ ଅଧିକାରୀ ନିଯୁକ୍ତି କରିବା ଲାଗି ପ୍ରସ୍ତାବ ଦିଆଯାଇଛି। କୋଭିଡ୍‌ କାରଣରୁ ଏଥିରେ ସାମାନ୍ୟ ବିଳମ୍ବ ହୋଇଛି। ୧୫ଦିନ ଭିତରେ ଉକ୍ତ ପଦବୀ ପୂରଣ ହେବ।

କାହାର ଦରଦ ନାହିଁ
ଭୁବନବାସୀଙ୍କ ପାଇଁ କାହାର ଦରଦ ନାହିଁ। ଏସିଆର ସର୍ବବୃହତ୍‌ ଗ୍ରାମ ସବୁକ୍ଷେତ୍ରରେ ଅଣଦେଖାର ଶିକାର ହୋଇ ରହିଛି। ଦିନକୁ ଦିନ କରୋନା ସଂକ୍ରମଣ ମାଡ଼ି ଚାଲିଥିବାବେଳେ ଜନବହୁଳ ଭୁବନରେ ଆଗୁଆ ପ୍ରସ୍ତୁତିର ଅଭାବ ପରିସ୍ଥିତି ବିଗାଡ଼ିଦେବା ଆଶଙ୍କା ସୃଷ୍ଟି କରିଛି।
-ବାସୁଦେବ ବେହେରା, ସହର ସଙ୍ଗଠନ ସଭାପତି

ସବୁଠି ମାଳମାଳ ସମସ୍ୟା
ଏନ୍‌ଏସିରେ ମୁଣ୍ଡ ଉଠାଇଲେ ମାଳମାଳ ସମସ୍ୟା। ଷ୍ଟାଣ୍ଡ୍‌ପୋଷ୍ଟରେ ପାଣି ଆସୁନି। କେଉଁଠି ଷ୍ଟ୍ରୀଟ୍‌ ଲାଇଟ୍‌ ଦିନରାତି ଜଳୁଛି ତ ଅନ୍ୟ କେଉଁଠି ମୋଟେ ଜଳୁନାହିଁ। କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ପୂରଣ ହେଉ ନ ଥିବାରୁ ବିକାଶରେ ବାଧା ସୃଷ୍ଟି ହେଉଛି। ଏଥିପ୍ରତି ଉପଖଣ୍ଡ ପ୍ରଶାସନ ଗୁରୁତ୍ୱ ଦେବା ଜରୁରୀ।
-ସମୀର ସାହୁ, କାଳୀବଜାର ବଣିକ ସଂଘ ସଭାପତି

ଆଗକୁ ଜୋର୍‌ଦାର ଆନ୍ଦୋଳନ
ଭୁବନ ଏନ୍‌ଏସିର ବିକାଶ ଦିଗରେ ଉଭୟ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ଆନ୍ତରିକତା ନ ଥିବା ଭଳି ମନେହେଉଛି। ୬ମାସ ଧରି ନିର୍ବାହୀ ଅଧିକାରୀ ପଦବୀ ପୂରଣ ନ ହେବା ପରିତାପର ବିଷୟ। ତୁରନ୍ତ ସମସ୍ୟା ସମାଧାନ ନ ହେଲେ ଆଗକୁ ଜୋର୍‌ଦାର ଆନ୍ଦୋଳନ କରାଯିବ।
-ରଥ ସେଠୀ, ବରିଷ୍ଠ ନାଗରିକ

ପ୍ରଶାସନ ଦୃଷ୍ଟି ଦେଉ
୨୫ ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ସହରରେ ଦିନକୁ ଦିନ ସମସ୍ୟା ବଢିବାରେ ଲାଗିଛି। ଏନ୍‌ଏସିର ୧୫ ଓ୍ବାର୍ଡର ସୁପରିଚାଳନା ଲାଗି ଜଣେ ସ୍ଥାୟୀ ନିର୍ବାହୀ ଅଧିକାରୀ ନିଯୁକ୍ତି ହେବା ନିହାତି ଆବଶ୍ୟକ। ପ୍ରଶାସନ ସମସ୍ୟାକୁ ଗୁରୁତ୍ୱର ସହ ବିଚାର କଲେ ଲୋକେ ଉପକୃତ ହେବେ। -ମାୟାଧର ଗୁରୁ, ପୂର୍ବତନ କାଉନସିଲର


Enter your email to get our daily news in your inbox.

All Right Reserved By Dharitri.Com

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

୨୦ ଦିନ ହେଲା କଳାକୃତି ଗ୍ରାମରେ ବିଦ୍ୟୁତ୍‌ ଠପ୍‌

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ସଦର ବ୍ଲକର ସବୁଜିମାମୟ ସପ୍ତଶଯ୍ୟା ରାଜ୍ୟ ଏବଂ ଜିଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ସପ୍ତଶଯ୍ୟା ପଞ୍ଚାୟତର ନବଜୀବନପୁର ସଦେଇବେରେଣୀ ଗ୍ରାମ...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri