ଅଣଓଡ଼ିଆଙ୍କ କବ୍‌ଜାରେ ମେଗା ପ୍ରକଳ୍ପ

ଯାଜପୁର ଅଫିସ,୨୮ା୪: ଲିଜ୍‌ ପରିମାଣଠାରୁ ବହୁ ଅଧିକ ଖଣିଜ ପଦାର୍ଥ ଦୀର୍ଘବର୍ଷ ଧରି ଲୁଟିନେଇ ଓଡ଼ିଶା ରାଜକୋଷ ଓ ଭୂସମ୍ପତ୍ତିର ବିପୁଳ କ୍ଷତି ଘଟାଇଥିଲେ ଖଣି ଲିଜ୍‌ଧାରୀ। ୨୦୦୦ରୁ ୨୦୧୦ ମଧ୍ୟରେ ହୋଇଥିବା ଏହି ମହା ଲୁଟ୍‌କୁ ଧରିଥିଲେ ଶାହା କମିଶନ। ରାଜ୍ୟର ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀଙ୍କ ପ୍ରୋତ୍ସାହନରେ ଏହି ମହାଦୁର୍ନୀତି ହୋଇଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା। ଶାହା କମିଶନ ଏବଂ କେନ୍ଦ୍ରୀୟ ଉଚ୍ଚକ୍ଷମତା ସମ୍ପନ୍ନ କମିଟି(ସିଇସି)ର ଅନୁଧ୍ୟାନ ରିପୋର୍ଟକୁ ଆଧାରକରି ସୁପ୍ରିମ୍‌କୋର୍ଟ ୨୦୧୭ରେ ଖଣିଜ ପଦାର୍ଥ ଲୁଟିଥିବା ଲିଜ୍‌ଧାରୀଙ୍କଠାରୁ ପ୍ରାୟ ୧୮ ହଜାର କୋଟି ଟଙ୍କା ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରି କି ସେହି ଅର୍ଥକୁ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ (ଓଏମ୍‌ବିଏଡିସି) ଜରିଆରେ ଖର୍ଚ୍ଚ କରିବାକୁ ସର୍ବୋଚ୍ଚ ଅଦାଲତ କହିଥିଲେ। ଖଣି କାର୍ଯ୍ୟକଳାପ ଯୋଗୁ ଜଙ୍ଗଲ ତଥା ପରିବେଶରେ ହୋଇଥିବା କ୍ଷତିର ଭରଣା କରିବା ହେଉଛି ଓଏମ୍‌ବିଏଡିସିର ଲକ୍ଷ୍ୟ। ବିଶେଷକରି ଖଣି ପ୍ରଭାବିତ ଜିଲାଗୁଡିକର ଅଧିବାସୀ ମୁଖ୍ୟତଃ ଆଦିବାସୀମାନଙ୍କର ବିକାଶ ପାଇଁ ଉକ୍ତ ଅର୍ଥ ଖର୍ଚ୍ଚ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ଅର୍ଥକୁ ମଧ୍ୟ ମିଳିମିଶି ହରିଲୁଟ୍‌୍‌୍‌ କରିବାରେ ପ୍ରଶାସନିକ ଅଧିକାରୀ ସଫଳ ହୋଇଥିବା କୁହାଯାଉଛି। ଓଏମ୍‌ବିଏଡିସି ପାଣ୍ଠିରେ କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର ଓ ମୟୂରଭଞ୍ଜ ଜିଲାର ଖଣି ପ୍ରଭାବିତ ଅଞ୍ଚଳରେ ନିର୍ମାଣ ହେଉଥିବା ୧୮ଟି ମେଗା ଜଳଯୋଗାଣ ପ୍ରକଳ୍ପକୁ ନେଇ ଏକ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ଉଠିଛି। ଓଡ଼ିଆ ଠିକାସଂସ୍ଥା ଯେଭଳି ଏହି ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ନ ପାଇବେ ସେଥିଲାଗି ଜାଣିଶୁଣି ଜଟିଳ ସର୍ତ୍ତ ରଖାଯାଇଥିଲା। ଫଳରେ ଉପରୋକ୍ତ ୧୮ ପ୍ରକଳ୍ପ ପାଇଁ କେହି ଜଣେ ମଧ୍ୟ ଓଡ଼ିଆ ଠିକାସଂସ୍ଥା ଟେଣ୍ଡର ପ୍ରକ୍ରିୟାରେ ଭାଗନେଇପାରି ନ ଥିଲେ ବୋଲି ଅଭିଯୋଗ ଉଠିଛି।
ସୂଚନା ଅଧିକାର(ଆର୍‌ଟିଆଇ) ଆଇନ ଜରିଆରେ ଜଳଯୋଗାଣ ଓ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଓଡ଼ିଶା ସୂଚନା ଅଧିକାର ଅଭିଯାନକୁ ଗତ ୧୬ ତାରିଖରେ ମିଳିଥିବା ତଥ୍ୟ ଅନୁସାରେ ୧୮ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରିବାକୁ ଓଏମ୍‌ବିଏଡିସି ପାଣ୍ଠିରୁ ୪୪୭୮.୬୨ କୋଟି ଟଙ୍କା ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗକୁ ପ୍ରଦାନ କରାଯାଇଛି। ତେବେ ଏହିସବୁ ପ୍ରକଳ୍ପ ୪ ଅଣଓଡ଼ିଆ ଠିକାସଂସ୍ଥାକୁ କାର୍ଯ୍ୟକାରୀ କରିବାକୁ ୨୦୧୮ ମାର୍ଚ୍ଚରେ ଦାୟିତ୍ୱ ଦିଆଯାଇଛି। ଉକ୍ତ ଠିକାସଂସ୍ଥାଗୁଡ଼ିକ ହେଲା ଚେନ୍ନାଇର ଏଲ ଆଣ୍ଡ ଟି, ମହାରାଷ୍ଟ୍ର ଠାଣେର ଭୋଲଟାସ୍‌ ଲିମିଟେଡ୍‌, ହାଇଦ୍ରାବାଦର ନାଗାର୍ଜୁନ କନଷ୍ଟ୍ରକ୍ସନ କମ୍ପାନୀ(ଏନ୍‌ସିସି) ଏବଂ ମେଗା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ୍‌। ଟେଣ୍ଡରରେ ସର୍ତ୍ତ ଥିଲା ଯେ, ପ୍ରକଳ୍ପ ଅଟକଳର ୮୦% ମୂଲ୍ୟ ବିଶିଷ୍ଟ ସମାନ ଧରଣର ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ କରିଥିବା ଆବଶ୍ୟକ। ନଚେତ୍‌ ୫୦% ମୂଲ୍ୟ ବିଶିଷ୍ଟ ସମାନ ଧରଣର ୨ଟି ପ୍ରକଳ୍ପ କରିଥିବା ଆବଶ୍ୟକ। ଟେଣ୍ଡର ଦାଖଲର ୭ ବର୍ଷ ମଧ୍ୟରେ ପ୍ରକଳ୍ପ ମୂଲ୍ୟର ୨.୫ ଗୁଣ ଅଧିକ ମୂଲ୍ୟର ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ କରିଥିବେ। ଗତ ୩ ବର୍ଷ ମଧ୍ୟରେ ପ୍ରକଳ୍ପ ମୂଲ୍ୟର ହାରାହାରି ୩୦% ବର୍ଷକୁ କାରବାର(ଟର୍ନଓଭର) କରିଥିବେ ଏବଂ ଯୋଗ୍ୟ ବିବେଚିତ ବିଡର ବୈଷୟିକ ଗଣନା ମୁତାବକ ଅନୂ୍ୟନ ୭୫ % ଅଙ୍କ ପାଉଥିବେ। ଏଭଳି ସର୍ତ୍ତ ଯୋଗୁ କୌଣସି ଓଡ଼ିଆ ସଂସ୍ଥା ଟେଣ୍ଡର ପାଇଁ ଯୋଗ୍ୟ ହୋଇପାରି ନ ଥିଲେ ବୋଲି ଅଭିଯୋଗ ହୋଇଛି। ଏପରି କି ଆକ୍ରୋଶର ଶିକାର ହେବା ଭୟରେ କୌଣସି ଓଡ଼ିଆ ସଂସ୍ଥା ଖୋଲାଖୋଲି ବିରୋଧ କରିପାରୁନାହାନ୍ତି।
ଉପରୋକ୍ତ ପ୍ରକଳ୍ପଗୁଡ଼ିକ ନିମନ୍ତେ ଏଯାଏ ୪୩୫.୨୧ କୋଟି ଟଙ୍କା ସମ୍ପୃକ୍ତ ଠିକାସଂସ୍ଥାଗୁଡିକୁ ପ୍ରଦାନ କରାଯାଇଛି। ୨୦୨୦ ଫେବୃୟାରୀରେ କାର୍ଯ୍ୟ ଶେଷ ପାଇଁ ସମୟ ଧାର୍ଯ୍ୟ ହୋଇଥିବାବେଳେ ତାହା ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇପାରିନାହିଁ। ତେଣୁ ଏହି ପ୍ରକଳ୍ପଗୁଡିକର ଭବିଷ୍ୟତ କ’ଣ ହେବ ଏବଂ କେତେଦୂର ଲୋକଙ୍କୁ ପିଇବା ପାଣି ଦେଇପାରିବ, ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି। କାରଣ ୨୦୧୯ରେ ସୁକିନ୍ଦା ପ୍ରକଳ୍ପ-୧ରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଯନ୍ତ୍ରୀ ପ୍ରାଧିକରଣ(ଅଥରିଟି ଇଞ୍ଜିନିୟର୍ସ) ରିପୋର୍ଟ ଦେଇଥିଲା। ଏଥିରେ ବ୍ୟବହୃତ ଷ୍ଟିଲ୍‌୍‌୍‌ ସାମଗ୍ରୀର ଗୁଣବତ୍ତା ନିମ୍ନମାନର ବୋଲି ଯନ୍ତ୍ରୀ ପ୍ରାଧିକରଣ ଦର୍ଶାଇବା ପରେ ପୁନଃ ପରୀକ୍ଷା କରି ଉକ୍ତ ଷ୍ଟିଲ୍‌୍‌୍‌ ସାମଗ୍ରୀକୁ ପୁଣି ବ୍ୟବହାର ଉପଯୋଗୀ କରାଯାଇଥିଲା।
ଏ ସଂକ୍ରାନ୍ତରେ ଯାଜପୁର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଳ୍ୟୁଏସ୍‌ଏସ୍‌)ର ନିର୍ବାହୀ ଯନ୍ତ୍ରୀ ମୋତିଲାଲ ତିୱାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଓଏମ୍‌ବିଏଡିସି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ମେଗା ଜଳଯୋଗାଣ ପ୍ରକଳ୍ପର ଗ୍ଲୋବାଲ ଟେଣ୍ଡର ହୋଇଛି। ଏହା ବିଭାଗୀୟ ଉପରସ୍ତରରେ ନିଷ୍ପତ୍ତି ନିଆଯାଇଛି। ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ସମୟରେ ସେ ଏଠାରେ କାର୍ଯ୍ୟରତ ନ ଥିଲେ ବୋଲି ତିଓ୍ବାରୀ କହିଛନ୍ତି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri