Posted inଖେଳ

ଆଇପିଏଲ୍‌-୧୪: ବାଙ୍ଗାଲୋର- ଚେନ୍ନାଇ ହାଇଭୋଲ୍‌ଟେଜ ଲଢ଼େଇ

ମୁମ୍ବାଇ,୨୫।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଏକ ହାଇଭୋଲ୍‌ଟେଜ ଲଢେଇ ହେବାକୁ ଯାଉଛି। ରବିବାର ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ପରସ୍ପରକୁ ଭେଟିବେ। ପଏଣ୍ଟ ତାଲିକାରେ ଦୁଇ ଦଳ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ବାଙ୍ଗାଲୋର ତା’ର ପ୍ରଥମ ୪ଟି ମ୍ୟାଚ୍‌ ଜିତି ୮ ପଏଣ୍ଟ ହାସଲ କରି ତାଲିକାର ଶୀର୍ଷରେ ରହିଛି। ଅନ୍ୟପଟେ ଚେନ୍ନାଇ ତା’ର ପ୍ରଥମ ମ୍ୟାଚ୍‌ରେ ପରାଜୟ ବରଣ କରିବା ପରେ ପ୍ରତ୍ୟାବର୍ତ୍ତନ କରି ୩ଟି ମ୍ୟାଚ୍‌ ଜିତି ୬ ପଏଣ୍ଟ ହାସଲ କରିବା ସହ ଦ୍ୱିତୀୟ ସ୍ଥାନରେ ରହିଛି। ଗତ ମ୍ୟାଚ୍‌ରେ ବାଙ୍ଗାଲୋର ୧୦ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଆତ୍ମବିଶ୍ୱାସକୁ ଆହୁରି ଦୃଢ଼କରିଛି। ଏବେ ବାଙ୍ଗାଲୋର ତା’ର ବିଜୟ ଧାରାକୁ ବଜାୟ ରଖିବାକୁ ଚାହିଁବ। ରାଜସ୍ଥାନ ବିପକ୍ଷରେ କୋହଲି ଓ ଦେବଦତ୍ତ ପଡିକାଲ ପ୍ରଥମ ଉଇକେଟରେ ୧୮୧ ରନ କରି ବିନା କ୍ଷତିରେ ଦଳକୁ ବିଜୟୀ କରାଇଥିଲେ ଓ ଏହା ଦଳର ବ୍ୟାଟିଂ ବିଭାଗର ଗଭୀରତାକୁ ସୂଚାଉଛି। ଓ୍ବାଙ୍ଖଡେରେ ଚେନ୍ନାଇର ବୋଲିଂକୁ ବାଙ୍ଗାଲୋର ସଫଳତା ସହ ମୁକାବିଲା କରିବ ବୋଲି ଆଶା କରାଯାଉଛ।
ବାଙ୍ଗାଲୋରକୁ ପୂର୍ବରୁ ଅଣ୍ଡର ପରଫର୍ମ ଦଳ ବୋଲି କୁହାଯାଇଥିଲା। ଅର୍ଥାତ୍‌ ଦଳ ଦକ୍ଷତା ଅନୁସାରେ ପୂର୍ବର ସଂସ୍କରଣଗୁଡିକରେ ପ୍ରଦର୍ଶନ କରିପାରି ନ ଥିଲା। ଏଥର ବାଙ୍ଗାଲୋର କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛି। ଦୀର୍ଘ ଦିନ ଧରି ଏହି ଲିଗ୍‌ ଚାଲିବ। ତେଣୁ ଏହି ମୁମେଣ୍ଟମ ତଥା ବିଜୟଧାରାକୁ ବଜାୟ ରଖିବା ଏକ ଚ୍ୟାଲେଞ୍ଜ ହୋଇଥିଲେ ମଧ୍ୟ କୋହଲି ଏ ନେଇ ପ୍ରୟାସ ଜାରି ରଖିବେ। କୋହଲି, ଅଭିଜ୍ଞ ଏ.ବି. ଡିଭିଲର୍ସ ଓ ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ଉପରେ ଦଳର ବ୍ୟାଟିଂ ନିର୍ଭରଶୀଳ। ଏବେ ପଡିକାଲ ଫର୍ମକୁ ଫେରିବା ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। ତେବେ ବ୍ୟାଟ୍ସମ୍ୟାନଙ୍କୁ ଶୀଘ୍ର ଆଉଟ କରୁଥିବା ଦୀପକ ଚହରଙ୍କୁ ଦଳ କିଭଳି ସମ୍ମୁଖୀନ ହେଉଛି ତାହା ଦେଖିବାକୁ ବାକି ରହିଲା। ଶୀଘ୍ର ଉଇକେଟର ପତନ ହୋଇଥିଲେ ମଧ୍ୟ ବାଙ୍ଗାଲୋର ଏଥର ପ୍ରତ୍ୟାବର୍ତ୍ତନ କରିବାର ଉଦାହରଣ ସୃଷ୍ଟି କରିଛି। ବାଙ୍ଗାଲୋରର ବୋଲିଂ ମଧ୍ୟ ପ୍ରଭାବୀ ସାବ୍ୟସ୍ତ ହୋଇଛି। ଦ୍ରୁତ ବୋଲର ମହମ୍ମଦ ସିରାଜ ଭଲ ପ୍ରଦର୍ଶନ କରିଛନ୍ତି। ଚେନ୍ନାଇ ଏକ ଦୃଢ ଦଳ ହୋଇଥିବାରୁ ବାଙ୍ଗାଲୋର ବୋଲିଂ ବିଭାଗ ପରୀକ୍ଷାର ସମ୍ମୁଖୀନ ହେବ।
ଅପରପକ୍ଷରେ ଚେନ୍ନାଇ ଯୁବ ଓପନର ଋତୁରାଜ ଗାଏକ୍ୱାଡ଼ ପ୍ରଥମ ୩ଥର ବିଫଳ ହେବା ପରେ କୋଲକାତା ବିପକ୍ଷରେ ପ୍ରତ୍ୟାବର୍ତ୍ତନ କରି ଫାଫ୍‌ ଡୁପ୍ଲେସିଙ୍କ ସହ ଇନିଂସ ପାଇଁ ଭଲ ଓପନିଂ କରିଛନ୍ତି। ଏକ ଭଲ ଆରମ୍ଭ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ଇନ୍‌ଫର୍ମ ମୋଇନ ଅଲୀ ୩ ଓ ସୁରେଶ ରାଇନା ୪ ନମ୍ବରରେ ବିସ୍ଫୋରକ ବ୍ୟାଟିଂ କରିବାର କ୍ଷମତା ରଖୁଛନ୍ତି। ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏ ପର୍ଯ୍ୟନ୍ତ ଦକ୍ଷତା ଅନୁରୂପ ପ୍ରଦର୍ଶନ କରିନାହାନ୍ତି। ତେବେ ସେ ସମୟକ୍ରମେ ଆହୁରି ଭଲ ଖେଳିବେ ବୋଲି କୋଚ୍‌ ଷ୍ଟିଫାନ ଫ୍ଲେମିଂ ଆଶାପ୍ରକାଶ କରିଛନ୍ତି। ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ ମଧ୍ୟ ଶାର୍ଦ୍ଦୁଳ ଠାକୁର କେତୋଟି ମ୍ୟାଚ୍‌ରେ ଚେନ୍ନାଇ ବୋଲିଂ ବିଭାଗ ପାଇଁ ଅପରିହାର୍ଯ୍ୟ ହୋଇପଡିଛନ୍ତି। ଓ୍ବାଙ୍ଖଡେରେ ପ୍ରାୟ ସବୁ ମ୍ୟାଚ୍‌ ହାଇ ସ୍କୋରିଂ ହେଉଥିବା ଲକ୍ଷ୍ୟ କରାଯାଇଛି। ତେଣୁ ରବିବାର ଆଉ ଏକ ହାଇ ସ୍କୋରିଂ ମ୍ୟାଚ୍‌ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।
ଆରସିବି ଦଳ:
ବିରାଟ କୋହଲି (ଅଧିନାୟକ), ଏବି ଡିଭିଲର୍ସ, ଦେବଦତ୍ତ ପଡିକାଲ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ, କେନ୍‌ ରିଚାର୍ଡସନ, ଓ୍ବାଶିଂଟନ ସୁନ୍ଦର, ପବନ ଦେଶପାଣ୍ଡେ, ଫିନ ଆଲେନ, ଶାହାବାଜ ଅହମଦ, ନବଦୀପ ସଇନି, ଆଡାମ ଜାମ୍ପା, କାଏଲ ଜେମିଶନ, ଗ୍ଲେନ ମ୍ୟାକ୍ସଓ୍ବେଲ, ରଜଦ ପଟିଦାର, ସଚିନ ବେବି, ମହମ୍ମଦ ଆଝାରୁଦ୍ଦିନ, ଡାନିଏଲ କ୍ରିଷ୍ଟିଆନ, କେ.ଏସ. ଭାରତ, ସୂୟାଶ ପ୍ରଭୁଦେଶାଇ, ଡାନିଏଲ ସାମ୍ସ ଓ ହର୍ଶାଲ ପଟେଲ।
ଚେନ୍ନାଇ ସୁପର କିଙ୍ଗ୍ସ ଦଳ:
ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ/ଉଇକେଟ କିପର), ସୁରେଶ ରାଇନା, ଅମ୍ବାତ୍ତି ରାୟୁଡୁ, କେ.ଏମ. ଆସିଫ୍‌, ଦୀପକ ଚହର, ଡ୍ବେନ ବ୍ରାଭୋ, ଫାଫା ଡୁପ୍ଲେସି, ଇମ୍ରାନ ତାହିର, ଏନ୍‌. ଜଗଦୀଶନ, କର୍ନ ଶର୍ମା, ଲୁନ୍‌ଗି ଏନ୍‌ଗିଡି, ମିଚେଲ ସାଣ୍ଟନର, ରବୀନ୍ଦ୍ର ଜାଡେଜା, ଋତୁରାଜ ଗାଏକ୍ୱାଡ, ଶାର୍ଦ୍ଦୁଳ ଠାକୁର, ସାମ କୁରାନ, ଆର, ସାଇ କିଶୋର, ମୋଇନ ଅଲୀ, କେ. ଗୋଥାମ, ଚେତେଶ୍ୱର ପୂଜାରା, ହରିଶଙ୍କର ରେଡ୍ଡୀ, ଭଗତ ବର୍ମା, ସି. ହାରି ନିଶାନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ଆଜି ହୋଇପାରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଏହି ଖେଳାଳିଙ୍କୁ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୩୦।୪: ଟି-୨୦ ବିଶ୍ୱକପ ପାଇଁ ଆଉ ବେଶୀ ଦିନ ବାକି ନାହିଁ। କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ଚୟନ କମିଟି ଖୁବ ଶୀଘ୍ର...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିପାରେ ବଡ଼ ଝଟ୍‌କା: ଏହି କ୍ରିକେଟର୍‌ ହୋଇପାରନ୍ତି ଉପଅଧିନାୟକ

ନୂଆଦିଲ୍ଲୀ,୩୦।୪: କିଛି ମାସ ପୂର୍ବରୁ ରିଷଭ ପନ୍ତ ଆଇପିଏଲ ୨୦୨୪ର ଅଂଶ ହେବେ କି ନାହିଁ ସେ ବିଷୟରେ ଆଲୋଚନା ହୋଇଥିଲା। କିନ୍ତୁ ଟି -୨୦...

ରୋହିତ ଶର୍ମାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରିକେଟ୍‌ କ୍ୟାରିୟର୍‌ରେ ଅନେକ ରେକର୍ଡ ହାସଲ କରିଥିବା ରୋହିତଙ୍କ ସମ୍ପତ୍ତି...

ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଏଣ୍ଟ୍ରି ମାରିଲେ ରିଷଭ ପନ୍ତ: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

କୋଲକାତା,୩୦।୪: କେକେଆର ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ୨୭ ରନର ଏକ ଇନିଂସ ଖେଳିଥିଲେ। ଏହି ଇନିଂସ ପାଇଁ ସେ...

କୋଲକାତାର ଏକପାଖିଆ ବିଜୟ ପରେ ପଏଣ୍ଟ ଟେବୁଲରେ ହେଲା ପରିବର୍ତ୍ତନ: କିଏ କେଉଁ ସ୍ଥାନରେ ରହିଛି ଜାଣନ୍ତୁ

କୋଲକାତା,୩୦।୪: ଆଇପିଏଲ ୨୦୨୪ର ୪୭ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି। ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ମ୍ୟାଚରେ କୋଲକାତା ୭ ଉଇକେଟରେ...

ପ୍ରତ୍ୟେକ ଦିନ ଆମର ନୁହେଁ…କାହିଁକି ଏମିତି କହିଲେ ପନ୍ତ

କୋଲକାତା,୩୦।୪: ଆଇପିଏଲ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଷଷ୍ଠ ପରାଜୟର ସମ୍ମୁଖୀନ ହୋଇଛି। ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ୪୭ତମ ମ୍ୟାଚରେ...

ସାଥୀ କ୍ରିକେଟର୍‌ଙ୍କ ଭଉଣୀଙ୍କୁ ମନ ଦେଇ ବସିଥିଲେ ହିଟ୍‌ମ୍ୟାନ୍‌

ଭାରତୀୟ କ୍ରିକେଟ ଦଳର ‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମା ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ମୁମ୍ବାଇର ଏହି ବିସ୍ଫୋରକ ବ୍ୟାଟମ୍ୟାନ୍‌ ଅନେକ ରେକର୍ଡ ହାସଲ କରିଚନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri