Posted inRasifala

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ
ଆଜି ଆମତ୍ୀୟଙ୍କ ଗହଣରେ ମନର ଦୁଃଖକୁ ସାମୟିକ ପାସୋରି ଦେବେ। ଦ୍ୱିତୀୟଭାବରେ ଏକାଧିକ ଗ୍ରହ ବାକ୍‌ସଂଯମ ଅଭାବରୁ ସମସ୍ୟା ସୃଷ୍ଟି କରିପାରେ। କଳା, ସାହିତ୍ୟ, ଗବେଷଣା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରୁ ଲାଭବାନ ହେବେ। ସାୟାହ୍ନେ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ୍‌ କରିପାରନ୍ତି।
ବୃଷ
ବୃଷ
ଚତୁଃଗ୍ରହଯୋଗ କାରଣରୁ କର୍ମକ୍ଷେତ୍ରରେ ସାହାଯ୍ୟ ଓ ସହଯୋଗର ସୁଅ ଆପଣଙ୍କ ପାଖକୁ ଆପଣାଛାଏଁ ଆସିବ। ଶନି ଦୃଷ୍ଟିରୁ ଅପେକ୍ଷା କରିଥିବା କାମ ବିଳମ୍ବରେ ହେବ। କୌଣସି ବନ୍ଧୁଙ୍କ ପ୍ରତ୍ୟାଗମନ ଯୋଗୁ ମଉଜ ମଜଲିସରୁ ଦୂରେଇ ରହିବାକୁ ବାଧ୍ୟ ହେବେ। ନିଜର କଳାକୃତି ଓ କୃତିତ୍ୱ ହେତୁ ବନ୍ଧୁମହଲରେ ସମ୍ମାନିତ ହେବେ।
ମିଥୁନ
ମିଥୁନ
କିଛି ପାଇବାର ଅଭିଳାଷ ନେଇ ମାନସିକ ସ୍ତରରେ ଉତ୍ସୁକତା ଅନୁଭବ କରିବେ। ସାମାଜିକ ସ୍ତରରେ ପୁରସ୍କୃତ କିମ୍ବା ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ ଆପଣଙ୍କ ଭାଗ୍ୟରେ ଜୁଟିବ। କିନ୍ତୁ ମଙ୍ଗଳଙ୍କ ପ୍ରଭାବରେ ରୁକ୍ଷ ଓ କଠୋରକଥା ପରିସ୍ଥିତିକୁ ଗୋଳମାଳିଆ କରିଦେଇପାରେ। ବ୍ୟବସାୟିକସ୍ଥିତି ପ୍ରାୟତଃ ବହୁତ ଭଲ ରହିବ।
କର୍କଟ
କର୍କଟ
ପାରିବାରିକ ବ୍ୟତିକ୍ରମକୁ ସହୃଦୟତାର ସହ ଗ୍ରହଣ କରିବାକୁ ପ୍ରେରଣା ଦେବେ। କର୍ମକ୍ଷେତ୍ରରେ କୌଣସି ଖବର ପାଇ ବିବ୍ରତ ହୋଇପାରନ୍ତି। ଲେଖାପଢା, ପ୍ରକାଶନ ଓ ପ୍ରଶାସନ, ଆଇନ, ସଭାସମିତି, ଧାର୍ମିକ ତଥା ଆନୁଷ୍ଠାନିକ କାମରେ ଲକ୍ଷ୍ୟ ପୂରଣ ହେବ। ଆଜି ବନ୍ଧୁମାନଙ୍କ ଗହଣରେ ଅଧିକାଂଶ ସମୟ ଅତିବାହିତ କରିବେ।
ସି˚ହ
ସି˚ହ
ଆଜି ଧର୍ମକାର୍ଯ୍ୟ,ବନ୍ଧୁମିଳନ,ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ, ରାଜନୀତି, ଆଇନ, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇବେ। ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକକୁ ଦୂରେଇବାରେ ସମର୍ଥ ହେବେ। କିନ୍ତୁ ଭୁଲ୍‌ ବୁଝାମଣାରୁ ସ୍ତ୍ରୀଙ୍କ ସହ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହେବ। ଯାହା ପାଇବାକୁ ଆଶା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ।
କନ୍ୟା
ଆଜି ଅଧିକାଂଶ ସମୟ ଆଶା ଓ ଆଶଙ୍କା ମଧ୍ୟରେ ବିଶ୍ରାମହୀନ କାମ କରିବାକୁ ପଡିପାରେ। ଅନ୍ୟମାନଙ୍କ ମନ ଧରି ଯେତେ କାମ କଲେ ମଧ୍ୟ ସେମାନଙ୍କୁ ସନ୍ତୁଷ୍ଟ କରି ହେବ ନାହିଁ। ବାଣିଜ୍ୟ, ବ୍ୟବସାୟ, ପରିବହନ, ହୋଟେଲ ଶିଳ୍ପ କ୍ଷେତ୍ରରେ ଶୁଭଫଳ ପାଇବେ। ଗୃହନିର୍ମାଣ, ଜମି କିଣାବିକା, ଗାଡିମୋଟର ସମ୍ପର୍କୀୟ ଦୁଶ୍ଚିନ୍ତା ଆସିବ।
ତୁଳା
ତୁଳା
ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଏକ ପ୍ରକାର ଭଲରେ ଅତିବାହିତ ହେବ। ନୂତନ କର୍ମାରମ୍ଭ, ସଭାସମିତି, ବନ୍ଧୁମିଳନ, ଆନୁଷ୍ଠାନିକ କାମ ଓ ମନୋରଞ୍ଜନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ସାହାହ୍ନେ ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ।
ବିଛା
ବିଛା
ଆଳସ୍ୟ ଓ ଅବହେଳାରୁ କେଉଁ କାମ ଶୃଙ୍ଖଳିତ ହେବ ନାହିଁ। କେତୁ ଆପଣଙ୍କ ନିଷ୍ପତ୍ତିକୁ ସୁନିୟନ୍ତ୍ରିତ କରିବାରେ ବିଫଳ କରିଦେଇପାରନ୍ତି। ପିଲାଙ୍କର କେତେକ ବ୍ୟତିକ୍ରମ ଓ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। ଅବଶ୍ୟ ମାଙ୍ଗଳିକ କାମ, ଅତିଥି ଚର୍ଚ୍ଚା ଓ ବ୍ୟବସାୟିକ ସଫଳତା ହେତୁ କେତେକାଂଶରେ ଉପକୃତ ହେବେ।
ଧନୁ
ଧନୁ
ନିଜ ଲୋକମାନେ ଦୂରେଇ ଯିବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ଶନିଙ୍କ ସ୍ଥିତିଜନିତ ବିବାଦୀୟ ଘଟଣାରେ ନୀରବ ରହିବା ଆପଣଙ୍କ ସକାଶେ ଭଲ ହେବ। ଆର୍ଥିକ ସ୍ଥିତି କୌଣସି ପରିସ୍ଥିତିରେ ମଧ୍ୟ ପ୍ରଭାବିତ ହେବ ନାହିଁ। କୌଣସି ବନ୍ଧୁଙ୍କ ସାହାଯ୍ୟ ଲାଭ କରି ସ୍ଥଗିତ କାମ ହାସଲ କରିବେ।
ମକର
ମକର
କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବା ସକାଶେ ଅନୁତାପ କରିବାକୁ ପଡିପାରେ। ବନ୍ଧୁମାନଙ୍କ ଅସହିଷ୍ଣୁ ମନୋଭାବରୁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ବିଶେଷ କିଛି ଅସୁବିଧା ହେବନାହିଁ। ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଦିନଟି ପ୍ରତିକୂଳ ପ୍ରଭାବ ପକାଇବ।
କୁମ୍ଭ
କୁମ୍ଭ
ଆଜି ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ଯାତ୍ରା, ପ୍ରକାଶନ, ପ୍ରଶାସନ, ଆଇନ, କଳା, ସାହିତ, କ୍ରୀଡ଼ା, ଚଳଚ୍ଚିତ୍ର ପ୍ରଭୃତିରୁ ପ୍ରଶଂସିତ ହେବେ। ଯାନ୍ତ୍ରିକ ଜିନିଷ, ବିଳାସ ବସ୍ତୁ, ଯାନବାହନ ପ୍ରଭୃତି ପାଇଁ ମନ ବଳାଇବେ। ବନ୍ଧୁ ମିଳନ, ମାଙ୍ଗଳିକ କାର୍ଯ୍ୟରେ ନିଜକୁ ସହଭାଗିତା କରାଇପାରନ୍ତି।
ମୀନମୀନ
ଆଜି ଅର୍ଥ, ସମ୍ମାନ, ମାନସିକ ସୁସ୍ଥତା, ବନ୍ଧୁଙ୍କ ସହୃଦୟତା ପାଇବାରେ ପ୍ରତିବନ୍ଧକ ରହିବ ନାହିଁ। ଶୁଭେଚ୍ଛୁମାନେ ଆପଣଙ୍କ କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା କରିବେ। ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଯାନବାହନ, ତର୍କବିତର୍କରେ ସତର୍କ ରହିବା ଭଲ ହେବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri