ଶ୍ରୀରାମ ନବମୀ ମହୋତ୍ସବ, କଟକଣାରେ ମହାଯଜ୍ଞ

ଭଦ୍ରକ ଅଫିସ,୨୨।୪- କରୋନା ମହାମାରୀ ଯୋଗୁ ଚଳିତବର୍ଷ ମଧ୍ୟ ଭଦ୍ରକର ପ୍ରସିଦ୍ଧ ଶ୍ରୀରାମ ନବମୀ ମହୋତ୍ସବ ଫିକା ପଡ଼ିଛି। ୩ ଦିନର ହୋମଯଜ୍ଞ, ହନୁମାନ ଚାଳିଶା ପାଠ, ଶ୍ରୀରାମ ମହାନବମୀ ଯଜ୍ଞ ଆଦି କଟକଣା ମଧ୍ୟରେ ସମ୍ପନ୍ନ ହୋଇଛି। ବୁଧବାର ଏହି ମହୋତ୍ସବ ନିରାଡ଼ମ୍ବରରେ ଉଦ୍‌ଯାପିତ ହୋଇଯାଇଛି। ଭଦ୍ରକ ଗାନ୍ଧୀପଡ଼ିଆଠାରେ ୩ ଦିନ ଧରି ଚାଲିଥିବା ଯଜ୍ଞର ପୂର୍ଣ୍ଣାହୁତି ଦିଆଯାଇଥିଲା।
ବିଭିନ୍ନ ଗଁାରେ ମୋଟ ୪୨ ମେଢ଼ ପୂଜା ପାଇଥିଲା। ଏଥର ୧୦୮ ଜଣ ମହିଳାଙ୍କୁ ୩ ଭାଗରେ ବିଭକ୍ତ କରି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଆର୍‌ଏନ୍‌ ବେତରା ଗ୍ରାମଠାରେ ଗୋମାତା ଓ ସାଧୁସନ୍ଥ ପୂଜନ କରାଯାଇଥିଲା। ଆରଡ଼ି ଆଖଣ୍ଡଳମଣି ପୀଠ, ବିରଜା କ୍ଷେତ୍ର ଓ ଭଦ୍ରକାଳୀଙ୍କ ପୀଠରୁ ଆଜ୍ଞାମାଳ ଅଣାଯାଇ ଯଜ୍ଞକର୍ମ ହୋଇଥିଲା। ପ୍ରତ୍ୟେହ ହୁନମାନ ଚାଳିଶା ପାଠ କରାଯାଇଥିଲା। ବୁଧବାର ଯଜ୍ଞର ପୂର୍ଣ୍ଣାହୁତି ସହ ସନ୍ଧ୍ୟାରେ ଜିଲା ବ୍ୟାପୀ ଘରେ ଘରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। କରୋନା ପାଇଁ ଚଳିତବର୍ଷ ସଂକୀର୍ତ୍ତନ ଶୋଭଯାତ୍ରା, ମେଢ଼ ପରିକ୍ରମା ବାତିଲ୍‌ ହୋଇଥିଲା। ଗ୍ରାମରେ ବିଭିନ୍ନ ସଂକୀର୍ତ୍ତନ କମିଟି ପକ୍ଷରୁ କରାଯାଇଥିବା ଶ୍ରୀରାମ ମେଢ଼କୁ ନିରାଡ଼ମ୍ବରରେ ପୂଜା କରାଯାଇଥିଲା। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିଲା ପୋଲିସ।
ପୂର୍ବତନ ମନ୍ତ୍ରୀ ତଥା ମହାଯଜ୍ଞ ସମିତିର ବରିଷ୍ଠ ଉପଦେଷ୍ଟା ମନମୋହନ ସାମଲ, ସଭାପତି ଆଇନଜୀବୀ ରାୟ ରାମାନନ୍ଦ ମହାପାତ୍ର, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସମ୍ପାଦକ ଶରତ ପଢ଼ିଆରୀ, ସଂଯୋଜକ ଗୋବିନ୍ଦ ରାଉତ, ଉପସଭାପତି ଅମ୍ବିକା ଦାସ, ପ୍ରଦୀପ୍ତ ବିଶ୍ୱାଳ, ଯୁଗ୍ମ ସମ୍ପାଦକ ତପନ ମହାନ୍ତି, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ବିଶ୍ୱ ହିନ୍ଦୁ ପରିଷଦର ଜିଲା ସଭାପତି ବିଜୟ ସିହ୍ନା, ସ୍ବାଧୀନ ସୁନ୍ଦର ଦାସ, ସୂର୍ଯ୍ୟବଂଶୀ ସୂରଜ, ମଦନ ବାରିକ ପ୍ରମୁଖ ମହୋତ୍ସବରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri