କଡ଼ା ହେଉନି ରାତ୍ରି କର୍ଫ୍ୟୁ

ଭୁବନେଶ୍ୱର,୧୯ା୪(ବ୍ୟୁରୋ):ସଂକ୍ରମଣ ରୋକିବାକୁ କଟକ ଓ ଭୁବନେଶ୍ୱର ରାତ୍ର କର୍ଫ୍ୟୁ ସହ ୧୪୪ ଧାରା ଲାଗୁ କରାଯାଇଛି। ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ଦ୍ୱୈତନଗରୀର ପୂରା କମିଶନରେଟ ପୋଲିସ ହାତରେ ରହୁଛି। ଶନିବାର ପ୍ରଥମ ରାତିରେ କର୍ଫ୍ୟୁ କଟକଣା ଅପେକ୍ଷା ପୋଲିସ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦେଇଥିଲା। ହେଲେ ରବିବାର ଦ୍ୱିତୀୟ ରାତିରେ ମଧ୍ୟ ସେପରି କଡ଼ା ନ ଥିଲା। ଭୁବନେଶ୍ୱର ପିଏମଜି, ମାଷ୍ଟରକ୍ୟାଣ୍ଟିନ, କଳ୍ପନା ଛକ, ସାମନ୍ତରାପୁର, ରସୁଲଗଡ, ପଳାଶୁଣୀ, ପାହାଳ, ଶହୀଦନଗର, ଜୟଦେବ ବିହାର, ସିଆରପି, ଗଙ୍ଗନଗର, ଗୋପବନ୍ଧୁ ଛକ, ଖଣ୍ଡଗିରି, ବରମୁଣ୍ଡା, ପଟିଆ, ଡମଣା, କିଟ ଛକରେ ପୋଲିସ ବ୍ଲକିଂ କରି ଯାଞ୍ଚ କରୁଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ଢ଼ିଲା ଥିଲା। ଅମାନିଆ ଭାବେ ନାନା ବାହାନାରେ ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଥିଲା। ଅଧିକାଂଶ ଛକରେ ଯାଞ୍ଚ ନ ଥିବାରୁ ଏହା ସେମାନଙ୍କ ପାଇଁ ସୁଯୋଗ ପାଲଟିଥିଲା। ସେହିପରି ରବିବାର ରାତିରେ ସିଡ଼ିଏ ବେଲ୍‌ଭ୍ୟୁ ଛକରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯାଞ୍ଚ ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ସହ କୌଣସି କାମ ନ ଥିଲେ ଗାଡ଼ି ଚାଳକଙ୍କୁ ବାହାରେ ନ ବୁଲିବା ପାଇଁ କହିଥିଲେ।
ସକାଳ, ସନ୍ଧ୍ୟାରେ
ବଜାରରେ ଗହଳି
ରାତିରେ କର୍ଫ୍ୟୁ ଥିବାରୁ ଲୋକେ ସକାଳୁ ରାତି ପର୍ଯ୍ୟନ୍ତ ଖୁଲମ୍‌ଖୁଲା ବୁଲୁଛନ୍ତି। ବିଶେଷକରି ସନ୍ଧ୍ୟାରେ ହାଟ, ବଜାରରେ ଭିଡ଼ ଜମାଉଛନ୍ତି। ସଂକ୍ରମଣ ରୋକିବା ପାଇଁ ସରକାର ଓ ପ୍ରଶାସନର ସବୁ ଉଦ୍ୟମ ବେକାର ହେଉଛି। ରବିବାର ଥିବାରୁ ସକାଳେ ଆମିଷ ବଜାରରେ ଭିଡ଼ ହୋଇଥିଲା। ସେହିପରି ଅପରାହ୍ନରୁ ବିଭିନ୍ନ ହାଟ, ବଜାର, ମଲ୍‌ରେ ଭିଡ଼ ହୋଇଥିଲା। ବିଏମ୍‌ସି କିମ୍ବା ପୋଲିସ ପକ୍ଷରୁ ସେପରି ଯାଞ୍ଚ ହୋଇ ନ ଥିଲା।
ଆଚାର୍ଯ୍ୟବିହାର ମୁକୁଳା
ଆଚାର୍ଯ୍ୟ ବିହାର ଛକ ପୂରା ମୁକୁଳା ପଡିଥିଲା। କୌଣସି ପୋଲିସ କର୍ମଚାରୀ ନ ଥିଲେ କି ଯାଞ୍ଚ ବି ନ ଥିଲା। ପୋଲିସ ମୁତୟନ ହୋଇ ନ ଥିଲେ ନା କର୍ମଚାରୀ ବିରତି ନେଇ ଯାଇଥିଲେ, ସେ ସମ୍ପର୍କରେ କାହା ପାଖରେ ଖବର ନ ଥିଲା।
ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ବିଗ୍‌ବଜାର ଅନ୍ଧାର
ମାଷ୍ଟର କ୍ୟାଣ୍ଟିନ ଛକରେ ୨ଜଣ ପୋଲିସ ଚେକିଂ ଚାଲିଥିବାବେଳେ ତାରିଣୀ ମନ୍ଦିର ନିକଟରେ କୌଣସି ଲାଇଟ ନ ଥିଲା। ଏଠାରୁ ବିଗ୍‌ ବଜାର ଛକ ପର୍ଯ୍ୟନ୍ତ ରାସ୍ତାରେ ଷ୍ଟ୍ରିଟ ଲାଇଟ ଜଳୁ ନ ଥିବାରୁ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବ୍ୟକ୍ତିମାନେ ଯିବା ଆସିବାରେ ସମସ୍ୟାର ସମ୍ମୁଖୀନ ହେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri