ବେଆଇନ କଳାପଥର ଖନନର ତଦନ୍ତ କରିବ ଭିଜିଲାନ୍ସ

ଯାଜପୁର ଅଫିସ,୧୮ା୪: ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଛାଖଣ୍ଡି ପାହାଡ଼ରେ ଚାଲିଥିବା ବେଆଇନ କଳାପଥର ଖନନର ତଦନ୍ତ ପାଇଁ ଭିଜିଲାନ୍ସକୁ ଲୋକାୟୁକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି। ଲୋକାୟୁକ୍ତ ୧୨/୨୦୨୧ ନମ୍ବର ମାମଲା ଉପରେ ଗତ ୧୨ ତାରିଖରେ ଶୁଣାଣି କରି ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଭ୍ୟ ଦର୍ଶାଇଛନ୍ତି ଯେ, ବିଛାଖଣ୍ଡି ପାହାଡ଼ ଏବଂ ଜଙ୍ଗଲ ଜମି ଅଞ୍ଚଳର ଅନେକ ସ୍ଥାନରେ ଅବାଧ ଖଣି କାର୍ଯ୍ୟକଳାପ ଚାଲିଛି, ଯାହାକୁ ତୁରନ୍ତ ଧ୍ୟାନ ଦିଆଯିବା ଆବଶ୍ୟକ। ବର୍ତ୍ତମାନ କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ପ୍ରତିକୂଳ ମନ୍ତବ୍ୟ ଦେଉନାହୁଁ। ପୂର୍ବରୁ ଯାଜପୁର ଜିଲାପାଳଙ୍କ ଉତ୍ତର ନିଶ୍ଚିତ କରିଛି ଯେ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ କଳାପଥର ଚୋରି, ଚୋରାଚାଲାଣ, ବେଆଇନ ଉତ୍ତୋଳନ ଏବଂ ପରିବହନ କରାଯାଇଛି। ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ନିଆଯାଉଛି ଏବଂ ଏଥିରେ କୌଣସି ଦୁର୍ନୀତି ନାହିଁ। ଏହି ଉତ୍ତରକୁ ଦୃଷ୍ଟିରେ ରଖି ଲେକାୟୁକ୍ତ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ପ୍ରାଥମିକ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେବା ଉଚିତ ବୋଲି ବିବେଚନା କରୁଛୁ। ଏହି ମାମଲାରେ ଆଗକୁ ବଢ଼ିବା ପାଇଁ କୌଣସି ସରକାରୀ କର୍ମଚାରୀ କିମ୍ବା ବ୍ୟକ୍ତିଙ୍କ ବିରୋଧରେ ମାମଲା ଅଛି କି ନାହିଁ ତାହା ଭିଜିଲାନ୍ସ ନିର୍ଦ୍ଦେଶକ ନିଶ୍ଚିତ କରିବେ ଏବଂ ପ୍ରାଥମିକ ଅନୁସନ୍ଧାନର ରିପୋର୍ଟ ୨ ମାସ ମଧ୍ୟରେ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଗତ ଫେବୃୟାରୀ ୯ରେ ଲୋକାୟୁକ୍ତରେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଅଭିଯୋଗ କରିଥିଲେ ଯେ, ବିଛାଖଣ୍ଡି ପାହାଡ଼ରେ ପ୍ରଶାସନ ସହାୟତାରେ ଖଣି ମାଫିଆମାନେ ବିନା ଲିଜ୍‌ରେ ବିପୁଳ ପରିମାଣର ଖଣିଜ ପଥର ଲୁଟ୍‌ କରି ଚାଲିଛନ୍ତି। ଖଣିଜ ପଥର ଲୁଟ୍‌ ଯୋଗୁ ଆଖପାଖ ଅଞ୍ଚଳର ପରିବେଶ ନଷ୍ଟ ସହ ଲୋକଙ୍କ ଜୀବନ ଯାଉଛି। ଏହାଦ୍ୱାରା ସରକାର ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି। ଏଣୁ ବେଆଇନ ଖଣି ଉତ୍ତୋଳନ ବନ୍ଦ କରିବା ସହିତ ଏହି ଖଣି ଚୋରିରେ ସମ୍ପୃକ୍ତ ଅଧିକାରୀ ଓ ଖଣି ମାଫିଆଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଲୋକାଯୁକ୍ତଙ୍କ ନିକଟରେ ଦାବି କରିଥିଲେ। ସୂଚନାଯୋଗ୍ୟ, ଏହି ବେଆଇନ ଖଣି ଉତ୍ତୋଳନ ବିରୋଧରେ ଅଭିଯୋଗ ଯୋଗୁ ତାଙ୍କ ଜୀବନ ପ୍ରତି ବିପଦ ଥିବାର ଅଭିଯୋଗରେ ସେ କହିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ ବୋମାମାଡ଼ କରି ହତ୍ୟା କରିବାକୁ ଷଡଯନ୍ତ୍ର ହୋଇଥିଲା।
କଟକ ବନଖଣ୍ଡ ଅନ୍ତର୍ଗତ ଡାଲିଯୋଡ଼ା ରେଞ୍ଜ ଅନ୍ତର୍ଗତ ୪୫ ଏକର ବିଶିଷ୍ଟ ବିଛାଖଣ୍ଡି ଜଙ୍ଗଲ ଜମିକୁ ୧୯୮୪ରୁ ୨୦୦୭ ପର୍ଯ୍ୟନ୍ତ ଅଞ୍ଚଳବାସୀ ସୁରକ୍ଷା ଦେଇ ଆସୁଥିଲେ। ବିଛାଖଣ୍ଡି ପାଇକରାପୁର, ପାଟପୁର, କଲାଣ୍ଡ, ଏଣ୍ଡଲବା, ରଖିଦେଇପୁର, ମାଳ, ରାଇଛନ୍ଦା, କଣ୍ଟାପାଟଣା ପ୍ରଭୃତି ଗ୍ରାମକୁ ନେଇ ବନସୁରକ୍ଷା ସମିତି ଗଠନ କରାଯାଇଥିଲା। ତେବେ ପ୍ରାକୃତିକ ଶୋଭାରେ ଭରପୂର ଏହି ଜଙ୍ଗଲ କିସମ ଜମି ଏବେ ପଥର ମାଫିଆଙ୍କ ଚରାଭୂମି ପାଲଟିଛି। କେତେଜଣ ପ୍ରଭାବଶାଳୀଙ୍କ ପ୍ରୋତ୍ସାହନରେ ଗତ ପ୍ରାୟ ୧୦ ବର୍ଷ ହେବ ବେଆଇନ ଖନନ ଆରମ୍ଭ ହୋଇଛି। ଏନେଇ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ପୂର୍ବରୁ କଟକ ଡିଏଫ୍‌ଓ, ଯାଜପୁର ଜିଲାପାଳ, ଧର୍ମଶାଳା ତହସିଲଦାର, ଜେନାପୁର ଥାନା ପୋଲିସର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡ଼ ପ୍ରାର୍ଥୀ ବଦଳାଇଲା ବିଜେଡି, ଜାଣନ୍ତୁ କାହାକୁ ମିଳିଲା ଟିକେଟ୍‌…

ଭୁବନେଶ୍ୱର,୨।୫: ଦେବଗଡ଼ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ବଦଳାଇଛି ବିଜୁ ଜନତା ଦଳ(ବିଜେଡି)। ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଦଳ ପ୍ରାର୍ଥୀ କରିଛି। ସେ ଅରୁନ୍ଧତୀ ଦେବୀଙ୍କ...

କୋରେଇରୁ ଲଢ଼ିବେ ବବିଙ୍କ ମା’ ସନ୍ଧ୍ୟାରାଣୀ ଦାସ

ଭୁବନେଶ୍ୱର,୨।୫: ବିଜେଡି ପକ୍ଷରୁ ଏହାର ଶେଷ ତିନି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ପାଇଁ...

୩ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କାହାକୁ କେଉଁଠୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨ା୫: ଗୁରୁବାର ବିଜେଡି ତା’ର ବାକି ଥିବା ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ଆସନରେ...

ନାମାଙ୍କନପତ୍ର ଦାଖଲ କଲେ ଅପରାଜିତା

ଖୋର୍ଦ୍ଧା,୨ା୫: ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଗୁରୁବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସହ ଆସି ଖୋର୍ଦ୍ଧା...

ନଦୀରେ ବୁଡ଼ି ଶିଶୁକନ୍ୟାଙ୍କ ଜୀବନ ଗଲା

ଯାଜପୁର,୨ା୫: ଗୁରୁବାର ମା’ଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଜଣେ ଶିଶୁକନ୍ୟାଙ୍କ ଜୀବନ ଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ଯାଜପୁର...

ନାମାଙ୍କନ ଦାଖଲ ବେଳେ ଅପରାଜିତା-ମନ୍ମଥଙ୍କ ସମର୍ଥକ ମୁହାଁମୁହିଁ

ଖୋର୍ଦ୍ଧା,୨ା୫: ଗୁରୁବାର ନାମାଙ୍କନପତ୍ର ଦାଖଲ ବେଳେ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟରେ ମୁହାଁମୁହିଁ ହୋଇଛନ୍ତି ଏମ୍‌ପି ତଥା ଭାଜପା ଲୋକ ସଭା ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ଏବଂ...

ପୁଣି ଏକ ମାଈ ହାତୀର ଜୀବନ ଗଲା

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମ ନିକଟରେ ଗୁରୁବାର ଏକ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ପ୍ରସବ ବେଦନା ଯୋଗୁ...

ନାମାଙ୍କନପତ୍ର ଦାଖଲ କଲେ ନବକୁମାର, ସରୋଜ

ବୌଦ୍ଧ,୨ା୫(ଅଜିତ କୁମାର ବାରିକ): ବୌଦ୍ଧ କଂଗ୍ରେସ ପକ୍ଷରୁ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସରୋଜ ପ୍ରଧାନ ଏବଂ ବୌଦ୍ଧ କଂଗ୍ରେସ ପ୍ରାର୍ଥୀ ନବକୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri