କରୋନା ମୁକାବିଲା କରିବାକୁ ଏହି ଜିନ୍‌ ଚିହ୍ନଟ, ଜାଣନ୍ତୁ ଗବେଷଣାରୁ ଜଣାପଡ଼ିଲା ଏପରି ତଥ୍ୟ

ଓ୍ବାଶିଂଟନ,୧୭।୪: ଭାରତୀୟ ମୂଳ ବୈଜ୍ଞାନିକଙ୍କ ନେତୃତ୍ୱରେ ଆମେରିକୀୟ ଅନୁସନ୍ଧାନକାରୀଙ୍କ ଏକ ଦଳ କରୋନା ଭୂତାଣୁର ମୁକାବିଲା କରିବାରେ ଏକ ସଫଳତା ହାସଲ କରିଛନ୍ତି। ସେମାନେ ମାନବ ଜିନ୍‌ର ଏକ ଗୋଷ୍ଠୀ ଚିହ୍ନଟ କରିଛନ୍ତି। ଯାହା କରୋନା ସୃଷ୍ଟି କରୁଥିବା SARS-Cove-2 ଭୂତାଣୁ ସହିତ ମୁକାବିଲା କରିବାରେ ସକ୍ଷମ ବୋଲି କୁହାଯାଉଛି। ଏହି ଅଧ୍ୟୟନ କେବଳ ରୋଗର ଗମ୍ଭୀରତାକୁ ପ୍ରଭାବିତ କରୁଥିବା କାରଣଗୁଡିକ ବୁଝିବାରେ ସାହାଯ୍ୟ କରିବ ନାହିଁ ବରଂ ନୂତନ ଚିକିତ୍ସା ବିକଳ୍ପଗୁଡ଼ିକର ବିକାଶ ପାଇଁ ବାଟ ବି ଖୋଲିପାରେ।

ଆମେରିକାର ସାନଫୋର୍ଡ ବର୍ନହାଇମ ପ୍ରିବିସ ମେଡିକାଲ ଆବିଷ୍କାର ପ୍ରତିଷ୍ଠାନର ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନ ମଲିକୁଲାର ସେଲ ପତ୍ରିକାରେ ପ୍ରକାଶ ପାଇଛି। ଅନୁଷ୍ଠାନର ପ୍ରଫେସର ତଥା ଇମ୍ୟୁନିଟି ଆଣ୍ଡ୍‌ ପାଥୋଜେନେସିସ ପ୍ରୋଗ୍ରାମର ନିର୍ଦ୍ଦେଶକ ସୁମିତ କେ ଚନ୍ଦା କହିଛନ୍ତି ଯେ, ଆମେ SARS-Cove-2ର ସେଲୁଲାର୍‌ ପ୍ରତିକ୍ରିୟାକୁ ଭଲ ଭାବରେ ବୁଝିବାକୁ ଚାହୁଁଛୁ। ଏହି ଅଧ୍ୟୟନରେ ଜୀବାଣୁ କିପରି ମାନବ କୋଷ ଉପରେ ଆକ୍ରମଣ କରେ ସେ ବିଷୟରେ ମଧ୍ୟ ଆମେ ନୂତନ ସୂଚନା ପାଇଛୁ।

ଚନ୍ଦା ଏବଂ ତାଙ୍କ ଟିମ୍‌ ଏମିତି ଏକ ଇଣ୍ଟରଫେରନ-ଷ୍ଟିମ୍ୟୁଲେଟେଡ୍‌ ଜିନ୍‌(ଆଇଏସ୍‌ଜି) ଚିହ୍ନଟ କରିଛନ୍ତି ଯାହା କରୋନା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବ। ସେ କହିଛନ୍ତି, ୬୫ ଆଇଏସ୍‌ଜି ସାର୍ସ କୋଭ୍‌-୨ ସଂକ୍ରମଣକୁ ନିୟନ୍ତ୍ରଣ କରନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କର ଭୂତାଣୁ ରୋକିବାର କ୍ଷମତା ରହିଛି। ଏହି ଅଧ୍ୟୟନ ସହିତ ଜଡ଼ିତ ଅନୁସନ୍ଧାନକାରୀମାନେ ପରବର୍ତ୍ତୀ ସମୟରେ କରୋନା ପ୍ରକାରର ଜୀବବିଜ୍ଞାନକୁ ଦେଖିବେ। କରୋନାର ନୂଆ ଷ୍ଟ୍ରେନ୍‌ ଅଧିକ ସଂକ୍ରାମକ ହେଉଛି। ଏହି କାରଣରୁ ଟିକାକରଣକୁ ନେଇ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ରୁଷିଆ ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାରତୀୟ ଯୁବକ: ମୋଦିଙ୍କୁ କଲେ ଏମିତି ନିବେଦନ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି।...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

ପାର୍କରେ ବସିଥିଲେ ପ୍ରେମୀଯୁଗଳ, ହଠାତ୍‌ ଆସିଲେ ୨ ଯୁବକ: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ଆଇଜି ପାର୍କରେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୌରୀନଗରର ଆଶିଷ...

ସ୍ଥାନୀୟ ପ୍ରଶାସନକୁ କଥା ଦେଇ କଥା ରଖିଲାନି ଠିକାସଂସ୍ଥା: ମରାମତି ନୋହିଲା ଷ୍ଟ୍ରିଟ୍‌ ଲାଇଟ୍‌, ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଆଉ କିଛି ଦିନ ପରେ ପାଳିବ ଶୀତ ମହୋତ୍ସବ। ଏଥିପାଇଁ ପ୍ରଶାସନ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri