Posted inଫୁରସତ

କାଳିଆ ପାଇଁ ଲୋଡ଼ା ରାଉତପଡ଼ାର ପାଟ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାକୁ ନେଇ ସ୍ବତନ୍ତ୍ର ପ୍ରଥା, ପରମ୍ପରା ରହିଛି। ଏଥିପାଇଁ ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି ସେବକ ଓ ଭକ୍ତଗଣ। ତେବେ ବିଭୁ କୃପାରେ ଆନନ୍ଦିତ ହେଉଥିବା ଭକ୍ତ ବର୍ଷର ଅନ୍ୟ ଦିନ ଅପେକ୍ଷା ରଥଯାତ୍ରା ପାଇଁ ଶ୍ରୀଜୀଉଙ୍କ ନିମନ୍ତେ ପଠାଇଥାନ୍ତି ସ୍ବତନ୍ତ୍ର ପାଟବସ୍ତ୍ର। ମହାପ୍ରଭୁଙ୍କ ସେବାରେ ନିଜକୁ ସମର୍ପି ଧନ୍ୟ ମନେକରନ୍ତି ଏମାନେ। ଏଥିପାଇଁ ଏହି ଗାଁ ନିଆରା ପରିଚୟ ବହନ କରିଥାଏ।

ଗାଁର ନାଁ ରାଉତପଡ଼ା: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅନ୍ତର୍ଗତ ରାଉତପଡ଼ା ଗ୍ରାମପଞ୍ଚାୟତର ରାଉତପଡ଼ା ଗାଁ। ଏହି ଗ୍ରାମର ଅଧିକାଂଶ ବାସିନ୍ଦା ବୁଣାକାର ସମ୍ପ୍ରଦାୟର। ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ପାଟବସ୍ତ୍ର ଯୋଗାଇ ଆସୁଛନ୍ତି ଏହି ଗାଁର ବୁଣାକାର ସେବକମାନେ।

କେବେଠାରୁ: ପ୍ରାୟ ୧୯୯୨ ମସିହା ଅର୍ଥାତ୍‌ ଦୀର୍ଘ ୨୭ ବର୍ଷ ଧରି ଏହି ଗାଁର ପ୍ରାୟ ୨୫ଟି ବୁଣାକାର ପରିବାରର ୧୨୦ ଜଣ ସଦସ୍ୟ ଶ୍ରୀମନ୍ଦିରକୁ ବର୍ଷର ବିଭିନ୍ନ ପର୍ବ ସମୟରେ ଶ୍ରୀଜୀଉଙ୍କ ସେବାଲାଗି ପାଟବସ୍ତ୍ର, ଲୁଗା, ଘୋଡ଼ଣି ପରି ବିଭିନ୍ନ ପୂଜାବିଧିର ବସ୍ତ୍ର ଯୋଗାଇ ଆସୁଛନ୍ତି। ୨୦୧୫ରେ ମହାପ୍ରଭୁଙ୍କ ନବକଳେବର ବେଶ ପାଇଁ ୩ ହାତ ଓସାର ୮ ହାତ ଲମ୍ବ, ୨ ହାତ ଓସାର ୧୨ ହାତ ଲମ୍ବ ଏବଂ ୨ ହାତ ଓସାର ୧୪ ହାତ ଲମ୍ବର ୩ ମୂର୍ତ୍ତି ଲେଖାଏଁ(୩ଖଣ୍ଡ)ଏବଂ ୨ ହାତ ଓସାର ୨୪ ହାତ ଲମ୍ବର ୨ ମୂର୍ତ୍ତି(୨ଖଣ୍ଡ), ୨ ହାତ ଲମ୍ବ ସାଢ଼େ ୨ଫୁଟ ଓସାରର ୪ ମୂର୍ତ୍ତି(୪ଖଣ୍ଡ)ର ୨ ସେଟ୍‌ ଲେଖାଏଁ ତାରାବଳି ପାଟ ପଠାଇବାର ସୁଯୋଗ ପାଇଥିଲେ।

କି ପ୍ରକାରର ବସ୍ତ୍ର ପଠାଯାଏ: ମହାପ୍ରଭୁଙ୍କ ପବିତ୍ର ସେବା ଉଦ୍ଦେଶ୍ୟରେ ପୂର୍ବରୁ ଗଜପତି ମହାରାଜାଙ୍କ ନିର୍ଦ୍ଦେଶ ରହିଥିବାବେଳେ ଏହି ଗାଁର ବୁଣାକାର ନିଜକୁ ଧନ୍ୟ ମନେକରନ୍ତି। ରଥଯାତ୍ରାର ପ୍ରାୟ ୬ମାସ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନଠାରୁ ତାଲିକା ମିଳିବା ପରେ ଗାଁର ସେବକମାନେ ପାଟ ବୁଣିବା ପାଇଁ ନିଷ୍ଠାର ସହ ପ୍ରସ୍ତୁତ ହୋଇଥାନ୍ତି। ପ୍ରତିବର୍ଷ ରାମନବମୀଠାରୁ ମହାପ୍ରଭୁଙ୍କ ଲାଗି ପାରମ୍ପରିକ ରୀତିନୀତିରେ ରଙ୍ଗ, ସୂତାର ସ୍ବତନ୍ତ୍ର ମାପରେ ବସ୍ତ୍ର ତିଆରି କରାଯାଇଥାଏ। ଚଳିତବର୍ଷ ରଥଯାତ୍ରା ପାଇଁ ଚେହେଲି ପାଟ, ବଡ଼ସିଂହାର ବେଶ ପାଇଁ ଗୀତଗୋବିନ୍ଦ ପାଟ, ସାତବାର ପାଇଁ ୭ ରଙ୍ଗର ଖଣ୍ଡୁଆ ପାଟ, ସୂତାରେ ପ୍ରସ୍ତୁତ ୨ ପ୍ରକାରର ଘୋଡ଼ଣି, ୩୫ ପ୍ରକାର ଲୁଗା, ଦେବସ୍ନାନ ପୂର୍ଣ୍ଣମୀରେ ୧୦୮ ଗରାବଡ଼ୁ ଜଳ ପାଇଁ ଗାମୁଛା ପଠାଯାଇଛି। ସେହିପରି ୨ ହାତ ଓସାର ୪୦ ଗଜ ଲମ୍ବ ନାଲି ରଙ୍ଗର ୧ ସେଟ୍‌, ୨ ହାତ ଓସାର ୧୪ ଗଜ ଲମ୍ବ ସବୁଜ ରଙ୍ଗ ୧ ସେଟ୍‌ ଏବଂ ୨ ହାତ ଓସାର ୨୦ ଗଜ ଲମ୍ବ ହଳଦିଆ ରଙ୍ଗର ୧ ସେଟ୍‌ ପାଟ ମହାପ୍ରଭୁଙ୍କ ଗୁପ୍ତ ସେବାରେ ଲାଗି ପାଇଁ ଯାଇଛି। କଂସାରି ରପି ସଂସାର, ବାସନାବଦ୍ଧ ଶୃଙ୍ଖଳା, ରାଧାମାଧାୟ ହୃଦୟେ, ତ୍ୟୋଜ ବ୍ରଜସୁନ୍ଦରୀଃ ଲେଖାଥିବା ଗୀତଗୋବିନ୍ଦ ନାମକ ଏକପ୍ରକାରର ପାଟ ଠାକୁରଙ୍କ ନିତିଦିନିଆ ରାତି ବଡ଼ସିଂହାର ବେଶ ପାଇଁ ମଧ୍ୟ ଯାଇଛି। ଚନ୍ଦନଚର୍ଚ୍ଚିତ ନୀଳକଳେବର ପୀତବସନ ବନମାଳୀ କେଳ ଚଳନ୍ମଣି କୁଣ୍ଡଳ ମଣ୍ଡିତ ଗଣ୍ଡଯୁଗ ସ୍ମିତଶାଳୀ ଲେଖାଥିବା ଠାକୁରଙ୍କ ବଡ଼ସିଂହାର ବେଶ ପାଇଁ ଗୀତଗୋବିନ୍ଦ ପାଟ ମଧ୍ୟ ପଠାଯାଇଛି। ଏହି ପାଟର ଲମ୍ବ ୧୬ ହାତ ଥିବାବେଳେ ଓସାର ୬୦ ଇଞ୍ଚ ା ସେହିପରି ସପ୍ତବିଗ୍ରହ ମାଧବ, ସୁଦର୍ଶନ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଭୂଦେବୀ ଏବଂ ସୁଦେବୀଙ୍କ ପାଇଁ ସୂତାର ୨ ପ୍ରକାରର ଘୋଡ଼ଣି ପଠାଯାଇଛି। ଅନ୍ୟପକ୍ଷେ ମହାପ୍ରଭୁଙ୍କ ସେବା ଲାଗି ବର୍ଷର ଅନ୍ୟ ସମୟ ପାଇଁ ୩୦ରୁ ୩୫ ପ୍ରକାରର ଲୁଗା ଯଥା-ନେତୁଟା, ବୋଇରାଣୀ, ପତନୀ, ଟଣାଖୋସା, ମଲମଲ, ଶ୍ରୀମୁଖ ଓତା, ଗଦିଫୁଟା ଆଦି ବସ୍ତ୍ର ପୁରୀକୁ ପଠାଯାଇଛି।

ସେବାରେ ଆନନ୍ଦ ମିଳେ : ରାଉତପଡ଼ା ଗାଁର ଗୋବିନ୍ଦଚନ୍ଦ୍ର ଦାସ, ଅଶୋକ ଦାସ, କୈଳାସଚନ୍ଦ୍ର ଦାସ, ରବୀନ୍ଦ୍ର ଦାସ ଓ ଅରକ୍ଷିତ କୁଣ୍ଡୁ ପ୍ରମୁଖ କୁହନ୍ତି, ମହାପ୍ରଭୁଙ୍କ ସେବାରେ ପାଟ, ଲୁଗା ଓ ଗାମୁଛା ଆଦି ବସ୍ତ୍ରକୁ ଯୋଗାଇବାରେ ଖଞ୍ଜା ବ୍ୟବସ୍ଥା ରହିଛି। ଏହି ଗାଁର ପାଟ ସମେତ ଅନ୍ୟାନ୍ୟ ବସ୍ତ୍ରରେ ବୁଣାକାରଙ୍କ କାର୍ଯ୍ୟର ଖର୍ଚ୍ଚ ତୁଳନାରେ ପାରିଶ୍ରମିକ ମିଳୁନାହିଁ। କଞ୍ଚାମାଲ୍‌ର ଅଭାବ ରହୁଥିଲେ ବି ଠାକୁରଙ୍କ ସେବାରେ ଆନନ୍ଦ ମିଳିଥାଏ।

-ଲୋକନାଥ ମିଶ୍ର, ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri