୨ କୋଟିର ଫେରୋକ୍ରୋମ ଜବତ, ୬ ଗିରଫ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ଓଡ଼ିଶାରୁ କୋଟି କୋଟି ଟଙ୍କାର ଫେରୋକ୍ରୋମ ଚୋରି କରାଯାଇ ବାହାର ରାଜ୍ୟକୁ ଚାଲାଣ ହେଉଛି। ଏଥିରେ ସମ୍ପୃକ୍ତ ଏକ ଆନ୍ତଃରାଜ୍ୟ ର଼୍ୟାକେଟକୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଧରିଛି। କଟକର ଟାଙ୍ଗୀ, ମଙ୍ଗୁଳି ସମେତ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଫେରୋକ୍ରୋମ ଜବତ କରିବା ସହ ୩ ମାମଲା ରୁଜୁ କରି ୬ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଅଜିତ୍‌ ଗୁପ୍ତା, ସନ୍ତୋଷ କୁମାର ବର୍ମା, ବବଲି ଗୁପ୍ତା, କୁଣ୍ଡନ ପଶୱାନ୍‌, ନନ୍ଦ କିଶୋର ସିଂହ ଏବଂ ରାଧେଶ୍ୟାମ ଗୁପ୍ତା। ସେମାନଙ୍କ ନିକଟରୁ ପ୍ରାୟ ୨୧୪ ଟନ୍‌ର ଚୋରା ଫେରୋକ୍ରୋମ ଜବତ କରାଯାଇଛି। ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨କୋଟି ଟଙ୍କା ହେବ। ସେହିଭଳି ଏହି କାରବାରରେ ବ୍ୟବହୃତ ତିନୋଟି ଟ୍ରକ୍‌, ଜେନେରେଟର୍‌ ସେଟ୍‌, ଇଲେକ୍ଟ୍ରି ସିୟୁଇଙ୍ଗ୍‌ ମେଶିନ ଆଦି ଜବତ କରାଯାଇଛି। ଏହି ର଼୍ୟାକେଟର ଚେର ଆନ୍ଧ୍ରପଦେଶ, କୋଲକାତା ଓ ଝାଡଖଣ୍ଡକୁ ଲମ୍ବିଥିବା ସେମାନଙ୍କୁ ପଚରାଉଚରାବେଳେ ଜଣାପଡିଛି। ତେବେ ଏହି ର଼୍ୟାକେଟରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଜାଣିବାକୁ ତଦନ୍ତ ଜାରି ରହିଥିବା ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ବନ୍ଦର ଦେଇ ଦେଶ ବାହାରକୁ ଫେରୋକ୍ରୋମ୍‌ ରପ୍ତାନୀ କରାଯାଉଛି। ମୁଖ୍ୟତଃ ଜାପାନ, କୋରିଆ ଆଦି ଦେଶକୁ ଓଡ଼ିଶାରୁ ଯାଉଥିବା ଫେରୋକ୍ରୋମକୁ ଟ୍ରକ୍‌ ମାଧ୍ୟମରେ ବନ୍ଦରରେ ପହଞ୍ଚାଯାଉଛି। ହେଲେ ର଼୍ୟାକେଟରେ ସମ୍ପୃକ୍ତ ଅଭିଯୁକ୍ତମାନେ ଅଧା ରାସ୍ତାରୁ ଟ୍ରକ୍‌ରୁ ଫେରୋକ୍ରମ ଚୋରି କରିନେବା ପରେ ନିଜ ଟ୍ରକ୍‌ରେ ରାଜ୍ୟ ବାହାରକୁ ପଠାଇଥାନ୍ତି। ଏଥିରୁ ବହୁ କୋଟି ଟଙ୍କା ରୋଜଗାର କରିଥାନ୍ତି। କିଛିଦିନ ତଳେ ଏସ୍‌ଟିଏଫ୍‌ ଏହି ଏହି ର଼୍ୟାକେଟ ସମ୍ପର୍କରେ ଜାଣିବାକୁ ପାଇବା ପରେ ଏହା ଉପରେ ନଜର ରଖିଥିଲା। ଗତ ଦୁଇଦିନ ଧରି ଏସ୍‌ଟିଏଫ୍‌ ଟିମ୍‌ କଟକର ଟାଙ୍ଗୀ ଓ ମୁଙ୍ଗୁଳି ଅଞ୍ଚଳରେ ଚଢାଉ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତା ଆଲେକଜାଣ୍ଡର ଦାସ ବିଜେଡିରେ ସାମିଲ

ଭୁବନେଶ୍ୱର,୮।୫: ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ। ଭାଜପା ନେତା ଆଲେକଜାଣ୍ଡର ଦାସ ଶହ ଶହ ସମର୍ଥକ ସହିତ ବୁଧବାର ବିଜେଡିରେ ସାମିଲ ହୋଇଛନ୍ତି। ଦଳଡିଆଁଙ୍କୁ...

ବଢ଼ିଲା ଅନୁଭବଙ୍କ ଅଡୁଆ

କଟକ,୮।୫: ଅଭିନେତା ତଥା ଭାଜପା ନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢିଛି। ବର୍ଷାଙ୍କ ନିର୍ଯାତନା ଅଭିଯୋଗ ମାମଲାରେ କଟକ ଜେଏମଏଫସି କୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ...

ବାଲେଶ୍ୱର କଂଗ୍ରେସରେ ଫାଟ, ଶ୍ରୀକାନ୍ତଙ୍କୁ ବିରୋଧ କରି ଦଳ ଛାଡିଲେ ବଡ଼ ନେତା

ନୀଳଗିରି,୮।୫: ବାଲେଶ୍ୱର କଂଗ୍ରେସରେ ଫାଟ। କଂଗ୍ରେସ ଛାଡିଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ର୍ନିବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ...

ପ୍ରେସମିଟ୍‌ରେ କହିଲେ ପାଣ୍ଡିଆନ, ୨୦୨୪ରେ ବିଜେଡି ହାତେଇବ କେତେ ସିଟ୍‌?

ଭୁବନେଶ୍ୱର,୮।୫: ଆଗାମୀ ନିର୍ବାଚନ ପାଇଁ ରାଜଧାନୀ ରାଜନୀତି ସରଗରମ ରହିଛି। ଦୁଇଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ଖୋଲା ମଞ୍ଚରେ ବିଜେଡିକୁ ଟାର୍ଗେଟ...

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ରାସ୍ତା ପାର୍‌ ହେବାବେଳେ ଘୋଷାଡି ନେଲା ଟ୍ରକ୍‌: ଚାଲିଗଲା ୨ ଜୀବନ

ଭୁବନେଶ୍ୱର,୮।୫:ରାଜଧାନୀ ଭୁବନେଶ୍ୱରରେ ବୁଧବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍‌ ବେଳେ ୨ ଜଣଙ୍କୁ ଘୋଷାଡ଼ି ନେଇଛି ଟ୍ରକ। ଫଳରେ ଘଟଣାସ୍ଥଳରେ...

ଏହି କଥା କହି ଭାବପ୍ରବଣ ହୋଇଗଲେ ପାଣ୍ଡିଆନ୍‌

ଭୁବନେଶ୍ୱର,୮।୫: ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବୁଧବାର ଭୋରରୁ ଏକ ପ୍ରେସ୍‌ମିଟ୍‌ ଡକାଇଛନ୍ତି। ଏହି ପ୍ରେସ୍‌ମିଟ୍‌ରେ ସେ ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି।...

ରାତି ନ ପାହୁଣୁ ପ୍ରେସ୍‌ମିଟ୍‌ ଡକାଇଲେ କାର୍ତ୍ତିକ ପାଣ୍ଡିଆନ୍‌: କହିଲେ ଏସବୁ କଥା…

ଭୁବନେଶ୍ୱର,୮।୫: ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ଭାଜପାର ହେଭିଓ୍ବେଟ୍‌ ନେତା ଓଡ଼ିଶାରେ ଘନ ଘନ ପ୍ରଚାର କରୁଥିବାବେଳେ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri