Posted inଖେଳ

ଧୋନୀଙ୍କ ମାଇଲଷ୍ଟୋନ ମ୍ୟାଚ୍‌, ଜିତିଲା ସିଏସ୍‌କେ

ମୁମ୍ବାଇ,୧୬।୪: ମହେନ୍ଦ୍ର ସିଂ ଧୋନୀ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ପ୍ରଥମ ଖେଳାଳି ଭାବେ ୨୦୦ ତମ ମ୍ୟାଚ୍‌ ଖେଳିଛନ୍ତି। ଧୋନୀଙ୍କ ଏହି ମାଇଲଷ୍ଟୋନ ମ୍ୟାଚ୍‌ରେ ସିଏସ୍‌କେ ୨୨ ବଲ ବାକି ଥାଇ ୬ ଉଇକେଟରେ ପଞ୍ଜାବ କିଙ୍ଗ୍ସକୁ ହରାଇ ଦେଇଛି।

ଦୀପକ ଚହରଙ୍କ ଘାତକ ବୋଲିଂ ଓ ରବୀନ୍ଦ୍ର ଜାଡେଜାଙ୍କ ଫିଲ୍ଡିଂ ଯୋଗୁ ପଞ୍ଜାବ ଦଳ ୨୦ ଓଭରରେ ୮ ଉଇକେଟ ହରାଇ ୧୦୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଶାହାରୁଖ ଖାନ (୪୭ ରନ୍‌, ୪ ଚୌକା ଓ ୨ ଛକା)ଙ୍କୁ ଛାଡ଼ି ଦେଲେ ଫେଲ୍‌ ମାରିଲେ ସମସ୍ତ ବ୍ୟାଟ୍ସମ୍ୟାନ। ଦୀପକ ୪ ଉଇକେଟ ନେଇଥିବାବେଳେ ମୋଇନ ଅଲି, ଡ୍ବେନ ବ୍ରାଭୋ ଓ ସାମ କୁରାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ଛୋଟିଆ ସ୍କୋରକୁ ସିଏସ୍‌କେ ୧୫.୪ ଓଭରରେ ୪ ଉଇକେଟ ହରାଇ ହାସଲ କରି ନେଇଥିଲା। ଦଳ ପାଇଁ ଫାଫ୍‌ ଡୁ’ପ୍ଲେସି ୩୬* (୩ ଚୌକା ଓ ୧ ଛକା) ଓ ମୋଇନ ଅଲି ୪୬ (୭ ଚୌକା ଓ ୧ ଛକା) ରନ୍‌ କରିଥିଲେ। ବୋଲିଂରେ ୨ ଉଇକେଟ ହାତେଇଥିଲେ ମହମ୍ମଦ ଶାମି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭାରେ ବଦଳିବ ନମ୍ବର ଗେମ, ୨୦୨୬ରେ ୭୫ ଆସନରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୨୩।୧୨: ୨୦୨୬ ମସିହାରେ ସାରା ଦେଶରେ ବଡ଼ ଧରଣର ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। କେରଳ, ତାମିଲନାଡୁ, ଆସାମ ଏବଂ ପଶ୍ଚିମବଙ୍ଗ ଭଳି ପ୍ରମୁଖ ରାଜ୍ୟରେ...

ରଙ୍ଗୋଲିରେ ବରଗଡ଼ ଧନୁଯାତ୍ରା ମହୋତ୍ସବ

ବରଗଡ଼,୨୩।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଏଥର ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପରିକଳ୍ପନା କରାଯାଇଛି। ଏହି କ୍ରମରେ ବିଗତ ବର୍ଷଭଳି ଏଥର ମଧ୍ୟ...

ନିଜ ସରକାରଙ୍କୁ ଚେତାବନୀ ଦେଲେ ଭାଜପା ବିଧାୟକ

ଜୟପୁର,୨୩।୧୨: ରାଜସ୍ଥାନ ଯୋଧପୁରର ସୁରସାଗର ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଦେବେନ୍ଦ୍ର ଯୋଶୀଙ୍କ ଏକ ବୟାନ ଏବେ ଶିରୋନାମାରେ ପରିଣତ ହେଉଛି। ତାଙ୍କ ବୟାନ ପରେ ବିରୋଧୀ...

ଛାତ ଉପରକୁ ଯାଇଥିବାବେଳେ ମାଙ୍କଡ କଲା ଆକ୍ରମଣ, ଉପରୁ ତଳକୁ ଖସି ପଡି ମହିଳା ଗୁରୁତର

ଦେବଗଡ,୨୩।୧୨(ଶଶାଙ୍କ ଶେଖର ଝାଙ୍କର): ମାଙ୍କଡ ଆକ୍ରମଣରେ ଦେବଗଡ ପୌରାଞ୍ଚଳର ଜଣେ ମହିଲା ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଦେବଗଡ଼ ପୌରାଞ୍ଚଳ ଖପର...

ଜାନୁଆରୀ ୩୧ ସୁଦ୍ଧା ଟଙ୍କା ଫେରିପାଇବେ ୫ ଲକ୍ଷ କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀ

ଭୁବନେଶ୍ୱର, ୨୩।୧୨(ସୁନିତ୍‌ ମିଶ୍ର): ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ ପାଇବା ଲାଗି ଆବେଦନ କରିବାକୁ ଅର୍ଥ ବିଭାଗ ବିଜ୍ଞପ୍ତି ଜାରି...

ହେବକି ତୃତୀୟ ବିଶ୍ବଯୁଦ୍ଧ, ଆମେରିକା ନିର୍ମାଣ କରୁଛି ସବୁଠି ଘାତକ ଯୁଦ୍ଧଜାହାଜ

ନୂଆଦିଲ୍ଲୀ,୨୩।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେକୌଣସି ପରିସ୍ଥିତିରେ ରେକର୍ଡ ପରେ ରେକର୍ଡ କରିବାକୁ ଚାହାନ୍ତି । ଏହି ଲକ୍ଷ୍ୟରେ ଟ୍ରମ୍ପ ପ୍ରାୟତଃ ନାର୍ସିସିଜିମର ଚରମ...

କ୍ଷମତାରୁ ଯିବା ପରେ ବିଜେଡିକୁ ଆଉ ମିଳୁନି ଚାନ୍ଦା, ଆୟ ସମ୍ପର୍କିତ ସତ୍ୟପାଠରୁ ସାମ୍ନାକୁ ଆସିଲା ବଡ଼ ତଥ୍ୟ

ଭୁବନେଶ୍ୱର, ୨୩।୧୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ବାଚନରେ ପରାଜୟ ପରେ ବିଜେଡିକୁ ଆଉ ଚାନ୍ଦା(ଡୋନେଶନ) ମିଳୁନାହିଁ। କ୍ଷମତାରୁ ଯିବା ପରେ ବିଜେଡିକୁ ଆଉ ଚାନ୍ଦା ଦେବାକୁ କେହି...

ଦକ୍ଷିଣ ଏସିଆ ପିଲାଙ୍କ ବିକାଶରେ ବାଧକ ଜଳବାୟୁ ପରିବର୍ତ୍ତନ

ନୂଆଦିଲ୍ଲୀ,୨୩ା୧୨: ଜଳବାୟୁ ପରିବର୍ତ୍ତନ ଯୋଗୁ ଉତ୍ତାପ ଏବଂ ଆର୍ଦ୍ରତା ବଢ଼ୁଥିବାବେଳେ ଏହା ଦକ୍ଷିଣ ଏସୀୟ ପିଲାମାନଙ୍କ ଉପଯୁକ୍ତ ବିକାଶକୁ ପ୍ରଭାବିତ କରୁଛି। ୨୦୫୦ ସୁଦ୍ଧା ଉପଯୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri