Posted inଖେଳ

ଟୋକିଓ ଅଲିମ୍ପିକ୍ସ: ୧୦୦ ଦିନିଆ କାଉଣ୍ଟ ଡାଉନ୍‌ ଆରମ୍ଭ

ଟୋକିଓ,୧୫।୪(ଏପି): ଆଗାମୀ ଟୋକିଓ ଅଲିମ୍ପିକ୍ସର ୧୦୦ ଦିନିଆ କାଉଣ୍ଟ ଡାଉନ ବା ଅବଗଣନା ବୁଧବାର ଆରମ୍ଭ ହୋଇଛି। କୋଭିଡ୍‌-୧୯ ପାଇଁ ଏହି ମେଗା ଇଭେଣ୍ଟ ଗୋଟିଏ ବର୍ଷ ଘୁଞ୍ଚାଯାଇଥିଲେ ମଧ୍ୟ ଏହାର ଆୟୋଜନ ନେଇ ଅନିଶ୍ଚୟତା ଦୂର ହୋଇନି। ତେବେ ଏହାର ସଫଳ ଆୟୋଜନ ପାଇଁ ଆୟୋଜକମାନ ପ୍ରୟାସ ଜାରି ରଖିଛନ୍ତି। କୋଭିଡ୍‌-୧୯ ମାମଲା ବଢିବାରେ ଲାଗିଛି। ଏହି ମେଗା ଇଭେଣ୍ଟର ଆୟୋଜନକୁ ମଧ୍ୟ ଜାପାନରେ ଜନସାଧାରଣ ବିରୋଧ କରୁଛନ୍ତି। ପୁଣି ବହୁ ଦୁର୍ନୀତି ଓ ଅର୍ଥ ତୋସରପାତ ଅଭିଯୋଗ ମଧ୍ୟ ଆୟୋଜକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ବିଭିନ୍ନ ସମସ୍ୟାରେ ଛନ୍ଦିହୋଇପଡିଛି ଅଲିମ୍ପିକ୍ସ। ଆୟୋଜକଙ୍କ ସମ୍ମୁଖରେ ବହୁ ସଂଖ୍ୟାରେ ପ୍ରତିବନ୍ଧକ ଓ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପରାସ୍ତ ହୋଇଥିଲେ ମଧ୍ୟ ୧୯୬୪ ଅଲିମ୍ପିକ୍ସକୁ ସଫଳ ଭାବେ ଆୟୋଜନ କରି ଜାପାନ ବିପର୍ଯ୍ୟୟରୁ ମୁକୁଳିଥିବାର ପ୍ରମାଣ ଦେଇଥିଲା। ଏଥର କିନ୍ତୁ କଥା ଅଲଗା ହୋଇଛି। ଜାପାନକୁ ସାରା ବିଶ୍ୱ କେଉଁ ନଜରରେ ଦେଖୁଛି ସେ ନେଇ ଅବଶ୍ୟ ସରକାର ଅବଗତ ରହିଛନ୍ତି। ଏବେ ଅଲିମ୍ପିକ ବାତିଲ ହେବା ସମ୍ଭାବନା ସୃଷ୍ଟି ହୋଇଛି ବୋଲି କେତେକ ମତ ଦେଇଛନ୍ତି। ଜୁଲାଇ ୨୩ରୁ ଅଲିମ୍ପିକ୍ସ ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି।
ଅଲିମ୍ପିକ ଆୟୋଜନରେ ୧୫.୪ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହେବ ବୋଲି ଆନୁଷ୍ଠାନିକ ଭାବେ ଆକଳନ କରାଯାଇଛି। କିନ୍ତୁ ଅଲିମ୍ପିକ ଆୟୋଜନରେ ଏହାର ଦୁଇଗୁଣା ଖର୍ଚ୍ଚ ହେବ ବୋଲି କେତେକ ସରକାରୀ ଅଡିଟ୍‌ରୁ ଜଣାପଡିଛି। ଅବଶ୍ୟ ପ୍ରସାରଣ ଅଧିକାର ଓ ପ୍ରାୟୋଜନ ବିକ୍ରିରୁ ୯୧ ପ୍ରତିଶତ ଅର୍ଥ ଉପାର୍ଜନ ହେବ ବୋଲି କୁହାଯାଇଛି।
ବିଦେଶୀ ପ୍ରଶଂସକଙ୍କୁ ବାରଣ
ବିଦେଶରୁ ପ୍ରଶଂସକଙ୍କୁ ଜାପାନରେ ପ୍ରବେଶ କରିବାରୁ ବାରଣ କରାଯାଇଛି। ପର୍ଯ୍ୟଟନ ଏକପ୍ରକାର ବନ୍ଦହୋଇଛି ବୋଲି କୁହାଯାଇପାରେ। କୌଣସି ଜନ ସମାଗମକୁ ବାତିଲ କରାଯାଇଛି। ଆଥ୍‌ଲେଟଙ୍କୁ ଡେରିରେ ଆସିବା ଓ ଶୀଘ୍ର ଯିବାକୁ ସୂଚନା ଦିଆଯାଇଛି। ବିଭିନ୍ନ ସମସ୍ୟାରେ ଆୟୋଜକ ଓ ଅଲିମ୍ପିକ୍ସ ଛନ୍ଦି ହୋଇଯାଇଛନ୍ତି। ଟୋକିଓ ଅଲିମ୍ପିକ୍ସ ନେତୃତ୍ୱରେ ମହିଳାଙ୍କୁ ଅବହେଳା ନେଇ ବେଶ୍‌ ବିବାଦ ସୃଷ୍ଟି ହୋଇଥିଲା। ଲାଞ୍ଚ କାରବାର ଓ ଅସଫଳ ଯୋଜନା ଅଲିମ୍ପିକ୍ସ ଆୟୋଜନକୁ ପ୍ରଭାବିତ କରିଛି। ଜାପାନର ୮୦ ପ୍ରତିଶତ ଲୋକ ଅଲିମ୍ପିକ ବାତିଲ ହେଉ ବୋଲି ମତ ଦେଇଛନ୍ତି। ବିଭିନ୍ନ ପୁଲ୍‌ରୁ ଏହା ଜଣାପଡିଛି। ଏହାକୁ ବୈଜ୍ଞାନିକମାନେ ମଧ୍ୟ ବିରୋଧ କରିଛନ୍ତି। ପୁଣି ଜାପାନରେ ୧ ପ୍ରତିଶତରୁ କମ୍‌ ଲୋକେ ଟିକା ନେଇଛନ୍ତି। କରୋନା ମହାମାରୀ କାରଣରୁ ଜାପାନରେ ୯,୫୦୦ ମୃତ୍ୟୁବରଣ କରିଛନ୍ତି। କୋଭିଡ୍‌-୧୯ ମୁକାବିଲାରେ ଜାପାନ ଏସିଆରେ ପଛରେ ପଡିଛି ଓ ସଫଳ ହୋଇପାରିନାହିଁ। ୨୦୦ଟି ଦେଶରୁ ୧୫, ୪୦୦ ଅଲିମ୍ପିକ ଓ ପାରା ଅଲିମ୍ପିକ ଆଥ୍‌ଲେଟ ଜାପାନରେ ପ୍ରବେଶ କରିବେ। ପୁଣି ୧୦ ହଜାର ଅଫିସିଆଲ, ଜଜ୍‌, ଗଣମାଧ୍ୟମ ଓ ପ୍ରସାରଣ ପ୍ରତିନିଧି ମଧ୍ୟ ଜାପାନ ଆସିବେ। କରୋନା କାରଣରୁ ଅଲିମ୍ପିକ ମଶାଲ ରାଲି ମଧ୍ୟ ପ୍ରଭାବିତ ହୋଇଥିଲା। ରାଲି ଓସାକା ସହରର ସର୍ବସାଧାଣ ସଡକରେ ଆୟୋଜନ ନ ହୋଇ ପାର୍କରେ ସୀମିତ ଧାବକଙ୍କୁ ନେଇ ଆୟୋଜିତ ହୋଇଥିଲା। ଅଲିମ୍ପିକ ପାଇଁ କରୋନ ମୁକବିଲାରେ ସରକାର ପଛରେ ପଡିଛନ୍ତି ବୋଲି କେତେକ ଅଭିଯୋଗ କରିଛନ୍ତି।
ବର୍ଷେ ତଳେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଓ ଜାପାନ ସରକାର ମିଳିତ ଭାବେ ଅଲିମ୍ପିକ୍‌କୁ ବାତିଲ ନ କରି ଗୋଟିଏ ବର୍ଷ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ। ବିଭିନ୍ସ ସମସ୍ୟା ସତ୍ତ୍ୱେ ଅଲିମ୍ପିକ ସଫଳତାର ସହ ଆୟୋଜନ ହେବ ବୋଲି ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା ଆଶାପ୍ରକାଶ କରି କହିଛନ୍ତି। ଅଲିମ୍ପିକ ଉପରେ ତାଙ୍କ ପଦ ନିର୍ଭର କରୁଛି। ମହାମାରୀ ସତ୍ତ୍ୱେ ଅଲିମ୍ପିକ ପାଇଁ ଟୋକିଓର ପ୍ରସ୍ତୁତି ଶ୍ରେଷ୍ଠ ବୋଲି ଆଇଓସି ଅଧ୍ୟକ୍ଷ ଥୋମାସ ବାକ ବାରମ୍ବାର କହି ଆସୁଛନ୍ତି। ତେବେ ଅଲିମ୍ପିକ ଆୟୋଜନ ସଫଳ ହେଉଛି କି ନା ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ଟିମ୍‌ ଇଣ୍ଡିଆ ଚୟନ ପୂର୍ବରୁ ବଡ଼ ଖବର: ଈଶାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ; ଜାଣନ୍ତୁ ମାମଲା…

ନୂଆଦିଲ୍ଲୀ,୨୮।୪: ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଚୟନ କେବେ ବି ହୋଇପାରେ। ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକାରେ ହେବାକୁ ଥିବା ଏହି ଆଇସିସି ଟୁର୍ନାମେଣ୍ଟ...

ଟି-୨୦ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ପ୍ରଥମ ବୋଲର୍‌ ଭାବେ ହାସଲ କଲେ ବଡ଼ କାରନାମା

ଇସଲାମାବାଦ୍‌,୨୮।୪:ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚରେ ପାକିସ୍ତାନ ପେସ୍‌ ଶାହିନ ଆଫ୍ରିଦି ଏକ ଚମତ୍କାର ରେକର୍ଡ ସୃଷ୍ଟି କରି ଟି -୨୦ କ୍ରିକେଟ ରେ ଇତିହାସ...

ପରିବାର ସହ ପ୍ରଥମ ଆଇପିଏଲ ଫିଫ୍ଟିର ଉତ୍ସବ ପାଳିଲେ ଧ୍ରୁବ, ଭିଡିଓକୁ ମିଳୁଛି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୨୮।୪: ଶନିବାର ଆଇପିଏଲ ୨୦୨୪ର ୪୪ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୱିକେଟ କିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ଲକ୍ଷ୍ନୌ ସୁପରଜିଆଣ୍ଟସ ବିପକ୍ଷରେ ଆଇପିଏଲ କ୍ୟାରିୟରର...

ଲଜ୍ଜାଜନକ ରେକର୍ଡ ହାସଲ କଲେ ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ୪୩ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇକୁ ୧୦...

ଭାରତକୁ ଓ୍ବାର୍ଲଡ କପ ଜିତାଇ ଥିବା ଏବେ ପାକିସ୍ତାନର କୋଚ, ପିସିବି ଦେଲା ଏହି ଦାୟିତ୍ୱ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ପୂର୍ବରୁ ପାକିସ୍ତାନ ଦଳ ତା’ର କୋଚ ବଦଳାଇଛି । ହ୍ବାଇଟ ବଲ ଫର୍ମାଟ (ଓ୍ବାନଡେ ଏବଂ ଟି ୨୦) ରେ...

ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଏପର୍ଯ୍ୟନ୍ତ ସମସ୍ତ ଦଳ ପାଇଁ ରାସ୍ତା ଖୋଲା

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରୁଥିବା ଦଳର ଚିତ୍ର ସ୍ପଷ୍ଟ ହୋଇନାହିଁ। ୧୬ ପଏଣ୍ଟ ସହ ଏକ ନମ୍ବରରେ ଥିବା...

ଟି-୨୦ ଓ୍ବାର୍ଲଡ କପ ପାଇଁ ଭାରତୀୟ ଟିମ ଚୟନ କଲେ ହରଭଜନ, ମୟଙ୍କ ଯାଦବଙ୍କୁ ସାମିଲ କରି ସମସ୍ତଙ୍କୁ ଚମକାଇ ଦେଲେ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ମେଗା ଇଭେଣ୍ଟ ଜୁନ ୧ ରୁ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆରମ୍ଭ...

ଦିଲ୍ଲୀ ବିପକ୍ଷ ମ୍ୟାଚରେ ପରାଜୟ ପାଇଁ ତିଳକ ବର୍ମା ଦାୟୀ ବୋଲି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଉଠାଇଲେ ବଡ଼ ପ୍ରଶ୍ନ

ଭୁବନେଶ୍ୱର, ୨୭।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୭ ତମ ସିଜନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଦର୍ଶନ ଏତେ ଭଲ ନାହିଁ। ୨୮ ଏପ୍ରିଲରେ ଦିଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri