ବାଫ୍‌ଟାରେ ‘ନୋମାଡ୍‌ଲାଣ୍ଡ’ର ଯାଦୁ

ଲଣ୍ଡନ, ୧୩।୪: ନିର୍ଦ୍ଦେଶକ କ୍ଲୋ ଜାଓଙ୍କ ଫିଲ୍କ ‘ନୋମାଡଲାଣ୍ଡ’ ସର୍ବଶ୍ରେଷ୍ଟ ଫିଲ୍ମ ସମେତ ୪ ପୁରସ୍କାର ଜିତି ବିଏଏଫ୍‌ଟିଏ ବା ବାଫ୍‌ଟା ଫିଲ୍ମ ପୁରସ୍କାର-୨୦୨୧ରେ ଶୀର୍ଷ ସ୍ଥାନ ହାସଲ କରିଛି। ଫିଲ୍ମର ମୁଖ୍ୟ କଳାକାର ଫ୍ରାନ୍‌ସେସ୍‌ ମାକ୍‌ଡରମାଣ୍ଡ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ହାସଲ କରିଥିବାବେଳେ ଶ୍ରେଷ୍ଠ ନିର୍ଦ୍ଦେଶକ ଆଓ୍ବାର୍ଡ ପାଇଛନ୍ତି କ୍ଲୋ ଜାଓ। ଏଥିସହ ଏହି ଚଳଚ୍ଚିତ୍ର ସିନେମାଟୋଗ୍ରାଫି ବର୍ଗରେ ମଧ୍ୟ ବିଜେତା ହୋଇଛି। ଚଳିତ ମାସ ଶେଷ ଆଡ଼କୁ ଓସ୍କାର ପୁରସ୍କାର ଘୋଷଣା କରାଯିବାକୁ ଥିବାବେଳେ ‘ନୋମାଡଲାଣ୍ଡ’ ଏହି ବିଜେତା ଦୌଡ଼ରେ ଆଗୁଆ ରହିଛି। ଏମରାଲ୍ଡ ଫେନେଲଙ୍କ #ମି ଟୁ ଡ୍ରାମା ‘ପ୍ରମିଜିଙ୍ଗ୍‌ ୟଙ୍ଗ ଓମ୍ୟାନ’କୁ ସର୍ବଶ୍ରେଷ୍ଠ ବ୍ରିଟିଶ ଫିଲ୍ମ ଘୋଷଣା କରାଯାଇଛି। ହିଟ୍‌ ନେଟ୍‌ଫ୍ଲିକ୍ସ ଡ୍ରାମା ‘ଦି କ୍ରାଉନ୍‌’ କାମିଲା ପାକର୍ମର ବାଉଲ୍‌ସ ଭୂମିକାରେ ଥିବା ଫେନେଲ ସ୍କ୍ରିନ ପ୍ଲେ ବର୍ଗରେ ବିଜେତା ହୋଇଛନ୍ତି। କୌଣସି ବ୍ରିଟିଶ ଲେଖକ, ନିର୍ଦ୍ଦେଶକ, ପ୍ରଯୋଜକଙ୍କ ପ୍ରଥମ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ରେମି ଓ୍ବିକ୍ସଙ୍କ ‘ହିଜ୍‌ ହାଉସ୍‌’କୁ ଯାଇଛି। ସେହିପରି ଥୋମାନ ଓ୍ବିଣ୍ଟବର୍ଗଙ୍କ ‘ଆନାଦର ରାଉଣ୍ଡ’ ଇଂଲିଶ ଭାଷାରେ ନିର୍ମିତ ହୋଇ ନ ଥିବା ସର୍ବଶ୍ରେଷ୍ଠ ଫିଲ୍ମ ବର୍ଗରେ ପୁରସ୍କୃତ ହୋଇଛି। ଡକ୍ୟୁମେଣ୍ଟାରୀ ଫିଲ୍ମ ବର୍ଗରେ ‘ମାଇ ଅକ୍ଟୋପସ୍‌ ଟିଚର’ ବାଫଟା ପୁରସ୍କାର ହାତେଇଛି। ଆନ୍ଥୋନି ହପ୍‌କିନ୍ସଙ୍କ ‘ଦି ଫାଦର’ ସର୍ବଶ୍ରେଷ୍ଠ ଅଭିନେତା ବର୍ଗରେ ବିଜେତା ଘୋଷିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri