ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା ମାମଲା: ପୋଲିସ ହାତରେ ରାକେଶର ସାଙ୍ଗ

ଯାଜପୁର/ଭୁବନେଶ୍ୱର,୧୧।୪: ବହୁଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ହତ୍ୟା ମାମଲାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଯାଜପୁର ପୋଲିସ ପ୍ରାୟ ୩ ମାସ ପରେ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଧୀନ ସୁନ୍ଦରପଦାର ଅମରେଶ ରାଉତ। ଏହି ସମ୍ପର୍କରେ ଯାଜପୁର ଏସ୍‌ପି ରାହୁଲ ପି.ଆର୍‌ ରବିବାର ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଜାନୁୟାରୀ ୨୬ରେ ଝରାଫୁଲ ଭୁବନେଶ୍ୱରରୁ ଏକ ବସ୍‌ ଯୋଗେ ଗାଁକୁ ଯାଉଥିଲେ। ହେଲେ ଦେହ ଭଲ ନ ଲାଗିବାରୁ ସେ ବାଣୀବିହାର ଛକରେ ଓହ୍ଲାଇ ପଡିଥିଲେ। ପରେ ସେ ତାଙ୍କ ପୁରୁଷ ବନ୍ଧୁ ରାକେଶଙ୍କୁ ଫୋନ କରି ଡକାଇଥିଲେ। ସେମାନେ ବୁଲାବୁଲି କରି ଏକ ହୋଟେଲରେ ରହିଥିଲେ। ହେଲେ ୨୭ ତାରିଖ ସକାଳୁ ରାକେଶ ଏକ ସ୍କୁଟିରେ ସାଙ୍ଗଙ୍କ ସହ ମିଶି ଝାରାଫୁଲଙ୍କ ମୃତଦେହ ଧରି ଯାଜପୁର ଜିଲା କୁଆଖିଆ ନେଇ ଫିଙ୍ଗି ଦେଇଥିଲେ। ୨୮ ତାରିଖରେ ପୋଲିସ ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶଙ୍କୁ ଗିରଫ କରିଥିଲା। ପୋଲିସ ରାକେଶଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କରିଥିଲା। ସେବେଠାରୁ ହତ୍ୟା ମାମଲାରେ ସମ୍ପୃକ୍ତ ରାକେଶଙ୍କ ସାଙ୍ଗ ଅମରେଶ ଫେରାର ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

ଦୁଇଦିନ ପରେ ଜି.ଉଦୟଗିରିରେ ପୁଣି ତଳମୁହାଁ ପାରଦ, ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ

ଜି.ଉଦୟଗିରି,୧୯/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ଜି.ଉଦୟଗିରିରେ ରାଜ୍ୟର ସବୁଠାରୁ ଅଧିକ ଶୀତ ଅନୁଭୂତ ହେଉଛି । ଦୀର୍ଘ ଏକ ମାସରୁ ଉର୍ଦ୍ଧ ହେବ...

ଗଞ୍ଜେଇ ଚାଷ ପାଇଁ କଠୋର ହେଲା ପୋଲିସ: ଚାଷୀଙ୍କୁ ଦେଲା ଚେତାବନୀ

ଦାରିଙ୍ଗବାଡି,୧୯।୧୨(ଅରୁଣ ସାହୁ):ଏଥର ଆଉ ଗଞ୍ଜେଇ ନୁହେଁ, ପନିପରିବା, ଷ୍ଟ୍ରବେରୀ, ମକା, ଜୈବିକ ହଳଦୀ, କ୍ଷୁଦ୍ରଦାନା ଚାଷକୁ ଅଧିକା ଗୁରୁତ୍ୱ ଦିଅ। ଗଞ୍ଜେଇ ଚାଷ କଲେ ପୋଲିସ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

IND vs SA 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, କେଉଁଠି କେମିତି ଦେଖିବେ ମ୍ୟାଚ ଜାଣନ୍ତୁ

ନୂଆଦିଲ୍ଲୀ,୧୯ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର...

ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି ହେବେ ଓଡ଼ିଶାର ସଙ୍ଗମ କୁମାର ସାହୁ

କଟକ,୧୯ା୧୨: ସୁପ୍ରିମକୋର୍ଟ କଲେଜିୟମ୍ ଓଡିଶା ହାଇକୋର୍ଟ ବିଚାରପତି ସଙ୍ଗମ କୁମାର ସାହୁଙ୍କୁ ପାଟଣା ହାଇକୋର୍ଟ ମୁଖ୍ୟବିଚାରପତି ନିଯୁକ୍ତ ଦେବା ପାଇଁ ଗୁରୁବାର ସୁପାରିଶ କରିଛି। ମୁଖ୍ୟ...

ମହିଳାଙ୍କୁ ଯୌନ ଉତ୍ପୀଡନରୁ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ

ଦିଗପହଣ୍ଡି, ୧୯।୧୨(ଅଶେଷ ନାଥ ମିଶ୍ର): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି-ବ୍ରହ୍ମପୁର ମୂଖ୍ୟ ରାସ୍ତାକଡ଼ରେ ଥିବା ପଦ୍ମନାଭପୁର ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାମନ୍ଦିର ପରିସରରେଠାରେ ଆଇନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri