ଝାଉଁଳିଗଲେଣି କ୍ରୋମ୍‌ ଶିଳ୍ପସଂସ୍ଥା

ଯାଜପୁର ଅଫିସ,୧୦।୪: ଯାଜପୁର ଜିଲାର ସୁକିନ୍ଦା ଅଞ୍ଚଳରେ ଏସିଆର ୯୭% କ୍ରୋମାଇଟ୍‌ ଗଚ୍ଛିତ ରହିଛି। ଏହାସତ୍ତ୍ୱେ ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ କ୍ରୋମାଇଟ୍‌ ଉପରେ ନିର୍ଭର କରି ଗଢ଼ିଉଠିଥିବା କାରଖାନାଗୁଡ଼ିକ ବନ୍ଦ ହେବା ପରିସ୍ଥିତିକୁ ଆସିଗଲେଣି। ଏହାର ମୁଖ୍ୟ କାରଣ ହେଉଛି କ୍ରୋମାଇଟ୍‌ର ବ୍ୟାପକ ମୂଲ୍ୟ ବୃଦ୍ଧି। କଳିଙ୍ଗନଗର ଇଣ୍ଡଷ୍ଟ୍ରିଜ୍‌ ଆସୋସିଏଶନ (କେଏନ୍‌ଆଇଏ) ପକ୍ଷରୁ ମୁଖ୍ୟମନ୍ତ୍ରୀ, ଓଡିଶା ଖଣି ନିଗମ (ଓଏମ୍‌ସି) ନିକଟରେ ପୁଣିଥରେ ଲିଖିତ ଭାବେ ଦାବି ଜଣାଇଛନ୍ତି। ନିଗମର ୧୦ତାରିଖ ମୂଲ୍ୟ ନିର୍ଦ୍ଧାରଣ ବୈଠକ ଉପରେ ଶିଳ୍ପ ଗୋଷ୍ଠୀଙ୍କ ନଜର ରହିଛି। ପରାମର୍ଶଦାତା ସଂସ୍ଥା ପ୍ରାଇସ୍‌ ଓ୍ବାଟର କୁପର୍ସ (ପିଡବ୍ଲ୍ୟୁସି) ପ୍ରସ୍ତାବିତ ମୂଲ୍ୟ ନିର୍ଦ୍ଧାରଣ ନୀତିକୁ ନିଗମ ଗ୍ରହଣ ନ କଲେ କ୍ରୋମ୍‌ ଭିତ୍ତିକ ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରୁଥିବା ହଜାର ହଜାର ଶ୍ରମିକ, କର୍ମଚାରୀ ଜୀବିକା ହରାଇବା ନିଶ୍ଚିତ ହୋଇପଡିଛି ବୋଲି ଆସୋସିଏଶନ ପକ୍ଷରୁ କୁହାଯାଇଛି।
ଦୂରଦୃଷ୍ଟି ଅଭାବ ଏବଂ ଭୁଲ୍‌ ମୂଲ୍ୟ ନିର୍ଦ୍ଧାରଣ ନୀତି ପାଇଁ କ୍ରୋମାଇଟ ବିକ୍ରି ହୋଇପାରୁ ନ ଥିବାବେଳେ ଓଏମ୍‌ସି ବେପରୁଆ ଭାବେ ବାରମ୍ବାର ପ୍ରାରମ୍ଭିକ ମୂଲ୍ୟ ବୃଦ୍ଧି କରିଚାଲିଛି। ପରିସ୍ଥିତି ଏପରି ହୋଇଛି ଯେ, ଓଏମ୍‌ସି ମାସିକ ନିଲାମ ଡାକୁଥିବା କ୍ରୋମାଇଟ ନେବାକୁ କ୍ରେତା ଏବେ ଅମଙ୍ଗ ହେଉଛନ୍ତି। ତଥ୍ୟ ମୁତାବକ ଗତ ଫେବୃୟାରୀରେ ଓଏମ୍‌ସି ଦ୍ୱାରା ହୋଇଥିବା ନିଲାମରେ ୩୨,୭୦୦ ଟନ କ୍ରୋମାଇଟ୍‌ ନିଲାମ ପାଇଁ ଧାର୍ଯ୍ୟଲକ୍ଷ୍ୟ ହୋଇଥିଲା। ମାତ୍ର ୨୪୦୦ଟନ (ଯାହାକି ମୋଟ ପରିମାଣର ମାତ୍ର ୭.୩%) ବିକ୍ରି ହୋଇଥିଲା। ସେହିଭଳି ଭାବେ ମାର୍ଚ୍ଚରେ ହୋଇଥିବା ନିଲାମ ପ୍ରକ୍ରିୟାରେ ୩୨,୬୦୦ ଟନ ସ୍ଥାନରେ ମାତ୍ର ୨୫୦୦ ଟନ (୭.୫%)କ୍ରୋମାଇଟ ବିକ୍ରି ହୋଇଥିଲା। ଗତ ଫେବୃୟାରୀ ୧୬ ଠାରୁ ମାର୍ଚ୍ଚ ୧୭ ମଧ୍ୟରେ ଓଏମ୍‌ସି ୮୨,୯୮୩ ଟନ କ୍ରୋମାଇଟ ବିକ୍ରି କରିଥିବା ସ୍ଥଳେ ଗତ ୧୮ ମାର୍ଚ୍ଚରୁ ୩ ଏପ୍ରିଲ ମଧ୍ୟରେ ମାତ୍ର ୩୦୮୦ ମେଟ୍ରିକ ଟନ କ୍ରୋମାଇଟ୍‌ ବିକ୍ରି କରିପାରିଛି। ଅନ୍ୟପକ୍ଷରେ ବିଶ୍ୱ ବଜାରରେ ଫେରୋକ୍ରୋମର ବଜାର ମୂଲ୍ୟ ଟନ ପ୍ରତି ୧,୦୨,୫୦୦ ଟଙ୍କାରୁ ଖସି ଆସି ୯୨,୦୦୦ ଟଙ୍କାରେ ପହଞ୍ଚିଛି। ଫେରୋକ୍ରୋମର ବଜାର ଦର ଆଗାମୀ ଦିନରେ ଅଧିକ ନିମ୍ନଗାମୀ ହେବ ବୋଲି ବଜାର ବିଶେଷଜ୍ଞ ଅନୁମାନ କରୁଛନ୍ତି। ଏପରିସ୍ଥଳେ ଖଣି ନିଗମ ଉପଯୁକ୍ତ ମୂଲ୍ୟ ନିର୍ଦ୍ଧାରଣ ନ କରି ବୈଷୟିକ ପରାମର୍ଶଦାତା ସଂସ୍ଥା କେପିଏମ୍‌ଜି (କ୍ଲିନ୍‌ଭେଲ୍ଡ ପିଟ୍‌ ମାକଓ୍ବିକ୍‌ ଗୋର୍ଡେଲର୍‌)ର ପ୍ରସ୍ତାବ ଅନୁଯାୟୀ ମୂଲ୍ୟ ନିର୍ଦ୍ଧାରଣ କରିଆସୁଛି। ଫେରୋକ୍ରୋମ୍‌ ଶିଳ୍ପସଂସ୍ଥାଗୁଡ଼ିକର ଦୁରବସ୍ଥା ଏବଂ ବଜାରରେ ଉତ୍ପାଦର ମୂଲ୍ୟସୂଚୀକୁ ଅବଲୋକନ କଲେ କେପିଏମ୍‌ଜି ଦ୍ୱାରା ଦିଆଯାଉଥିବା ମୂଲ୍ୟ ଉପରେ ନିଲାମ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି। ଏହାଦ୍ୱାରା ଖଣି ନିଗମ ପ୍ରଭାବିତ ହୋଇଥିବାବେଳେ ଶିଳ୍ପସଂସ୍ଥାଗୁଡ଼ିକରେ ମଧ୍ୟ ଅସ୍ଥିରାବସ୍ଥା ସୃଷ୍ଟି ହୋଇଛି। ଫଳରେ ରାଜ୍ୟ ସରକାରଙ୍କ ଶିଳ୍ପନୀତିକୁ ମଧ୍ୟ ଜୋର୍‌ଦାର ଝଟକା ଲାଗିଛି । କଳିଙ୍ଗନଗରରେ ଅବସ୍ଥିତ ରୋହିତ ଫେରୋଟେକ୍‌ କାରଖାନା କ୍ରୋମାଇଟ ଅଭାବରୁ ୨ ସପ୍ତାହ ତଳେ ବନ୍ଦ ହୋଇଯାଇଥିବାବେଳେ ଭିସା ଷ୍ଟିଲ ଏବଂ ଜିନ୍ଦଲ ଷ୍ଟେନଲେସ୍‌ ପରି ବୃହତ୍‌ ଶିଳ୍ପସଂସ୍ଥାର ଫେରୋକ୍ରୋମ୍‌ ୟୁନିଟର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ଆହ୍ବାନରେ ସ୍ଥାୟୀ ଭାବେ କ୍ରୋମାଇଟ ଭିତ୍ତିକ ଶିଳ୍ପସଂସ୍ଥା ସ୍ଥାପନ କରିଥିବା ଶିଳ୍ପପତିମାନେ ଖଣି ନିଗମରୁ ସୁଲଭ ଭାବେ କ୍ରୋମାଇଟ ପାଇବାରୁ ବଞ୍ଚିତ ହୋଇଛନ୍ତି। ପରିସ୍ଥିତିରେ ସୁଧାର ପାଇଁ ଶିଳ୍ପ ଗୋଷ୍ଠୀ ସମୂହ ଖଣିଜର ମୂଲ୍ୟ ନିର୍ଦ୍ଧାରଣ ପାଇଁ ରହିଥିବା ଅନ୍ୟତମ ପରାମର୍ଶଦାତା ସଂସ୍ଥା ପିଡବ୍ଲ୍ୟୁସିର ନୀତିକୁ ଓଏମ୍‌ସି କାର୍ଯ୍ୟକାରୀ କରିବାକୁ ଆସୋସିଏଶନ ପକ୍ଷରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri