କରନ୍‌ଙ୍କ ସହ ବ୍ରେକ୍‌ଅପ୍‌ ପରେ ଅନୁଷାଙ୍କ ଜୀବନରେ ନୂଆ ପ୍ରେମିକଙ୍କ ଏଣ୍ଟ୍ରି: ଏହି ଅଭିନେତାଙ୍କୁ କରୁଛନ୍ତି ଡେଟ୍‌

ବମ୍ବେ: ଗତ ଡିସେମ୍ବରରେ ପ୍ରେମିକ କରନ କୁନ୍ଦ୍ରାଙ୍କଠାରୁ ଅଲଗା ହୋଇଥିଲେ ଭିଜେ ତଥା ଅଭିନେତ୍ରୀ ଅନୁଷା ଦାଣ୍ଡେକର। ଉଭୟଙ୍କ ସମ୍ପର୍କ ତୁଟିବା ପଛର କାରଣ ପ୍ରତାରଣା ବୋଲି ଅନୁଷା କହିଥିଲେ। ଏବେ ତାଙ୍କ ଜୀବନରେ ପୁଣି ଥରେ ପ୍ରେମର ବା’ ବୋହିବାରେ ଲାଗିଛି। କହିବାର ତାତ୍ପର୍ଯ୍ୟ ଟେଲି ଅଭିନେତା ଜେସନ ଶାହଙ୍କ ସହ ଯୋଡ଼ି ହୋଇଛି ଅନୁଷାଙ୍କ ମନ। ଉଭୟ ଏବେ ଏକାଠି ସମୟ ବିତାଇବାକୁ ପସନ୍ଦ କରୁଛନ୍ତି।

ବିଗ୍‌ବସ୍‌ରେ ନଜର ଆସିଥିବା ଜେସନ ଏକ ସାକ୍ଷାତକାରରେ ଅନୁଷାଙ୍କୁ ଏକ ମ୍ୟୁଜିକ୍‌ ଭିଡିଓ ଶୁଟିଂ ସେଟ୍‌ରେ ଭେଟିଥିବା କହିଛନ୍ତି। ସେଠାରୁ ଉଭୟ ପ୍ରଥମେ ବନ୍ଧୁ, ଆଉ ଏବେ ଡେଟ୍‌ କରୁଛନ୍ତି। କିଛି ସପ୍ତାହ ଭିତରେ ସେମାନେ ପରସ୍ପରର ନିକଟତର ହୋଇଛନ୍ତି। ଅନୁଷା ବହୁତ ସୁନ୍ଦର, ଦୟାଳୁ ଏବଂ ସ୍ବତନ୍ତ୍ର ମହିଳା। ନିଜ ଇଚ୍ଛା ଅନୁଯାୟୀ ବଞ୍ଚିବା ତାଙ୍କୁ ପସନ୍ଦ। ଏହି ଗୁଣଟି ଜେସନଙ୍କୁ ପସନ୍ଦ ଆସିଛି। ସେ ଏବେ ପ୍ରେମରେ ପଡ଼ିଥିବା ଅନୁଭବ ମଧ୍ୟ କରୁଥିବା କହିଛନ୍ତି। ହେଲେ ଉଭୟ ବିବାହ ବିଷୟରେ କିଛି ବି ଭାବି ନାହାନ୍ତି। ଯଦି ସବୁକିଛି ଠିକ୍‌ ରୁହେ ତେବେ ସେମାନେ ବିବାହ କରିବା କଥା ଚିନ୍ତା କରିବେ ବୋଲି କହିଛନ୍ତି ଜେସନ।

ଅପରପକ୍ଷେ ଅନୁଷା ମାର୍ଚ୍ଚରେ ଜେସନଙ୍କ ସହ ରୋମାଣ୍ଟିକ ଫଟୋଟିଏ ଶେୟାର କରିଥିଲେ। ଏହା ଏକ ଫଟୋଶୁଟ୍‌ ସମୟର ଥିଲା। ସେଥିରେ ଜେସନ ଶର୍ଟଲେସ୍‌ ଥିବା ବେଳେ ଅନୁଷା ତାଙ୍କୁ ଆଲିଙ୍ଗନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri