Posted inଖେଳ

ଆଇପିଏଲ୍‌:ରେକର୍ଡ ବ୍ରେକର ବିରାଟ

କ୍ରିକେଟ ଇତିହାସର ସମସ୍ତ ଫର୍ମାଟରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଜଣେ ବିଚକ୍ଷଣ ବ୍ୟାଟ୍ସମ୍ୟାନ ଭାବେ ପରିଚିତ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ମଧ୍ୟ ତାଙ୍କ ରେକର୍ଡ ଅତି ଚମତ୍କାର। ସେ ଏ ପର୍ଯ୍ୟନ୍ତ ୧୮୪ ଇନିଂସ ଖେଳି ୩୮.୧୬ ଆଭରେଜ ଏବଂ ୧୩୦.୭୩ ଷ୍ଟ୍ରାଇକ୍‌ରେଟ୍‌ରେ ୫୮୭୮ ରନ ସଂଗ୍ରହ କରିସାରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳର ନେତୃତ୍ୱ ନେଉଥିବା କୋହଲିଙ୍କ କ୍ୟାରିୟରରେ ଏକମାତ୍ର ଅବସୋସ ରହିଛି, ତାହା ହେଉଛି ଆଇପିଏଲ ଟାଇଟଲ। ଏଥର କୋହଲି ସ୍ବପ୍ନ ସାକାର କରିବା ଲକ୍ଷ୍ୟରେ ଅଛନ୍ତି। ଏହା ବ୍ୟତୀତ ଆଗାମୀ ଆଇପିଏଲରେ କେତେକ ରେକର୍ଡ ଭାଙ୍ଗିବା ଅପେକ୍ଷାରେ ଅଛନ୍ତି ଏହି ଷ୍ଟାର ବ୍ୟାଟ୍ସମ୍ୟାନ।
୧୨୨: ବିରାଟ ଆଉ ୧୨୨ ରନ କରିପାରିଲେ ପ୍ରଥମ ଖେଳାଳି ଭାବେ ଆଇପିଏଲ୍‌ରେ ୬୦୦୦ ରନ ପୂରଣ କରିବେ। କୋହଲି ୫୮୭୮ ରନ କରି ଟପ୍‌ ସ୍କୋରର ତାଲିକାର ଶୀର୍ଷରେ ଥିବାବେଳେ ସୁରେଶ ରାଇନା ଓ ଡେଭିଡ ଓ୍ବାର୍ନର ପଛକୁପଛ ରହିଛନ୍ତି।
୨୬୯: ଓଭରଅଲ୍‌ ଟି୨୦ କ୍ରିକେଟରେ କୋହଲି ୨୮୯ ଇନିଂସରୁ ୯୭୩୧ ରନ ସଂଗ୍ରହ କରିଛନ୍ତି। ଏହି ଫର୍ମାଟରେ ୧୦,୦୦୦ କ୍ଲବରେ ପହଞ୍ଚତ୍ବା ପାଇଁ ସେ ଆଉ ୨୬୯ ରନ ଆବଶ୍ୟକ କରୁଛନ୍ତି। ବର୍ତ୍ତମାନ କେବଳ ୩ ଖେଳାଳି ଏହି କ୍ଲବର ସଦସ୍ୟ ଅଛନ୍ତି। ସେମାନେ ହେଲେ କ୍ରିସ୍‌ ଗେଲ୍‌, କେରନ ପୋଲାର୍ଡ ଓ ସୋଏବ ମଲିକ। ରନ ଏଗ୍ରିଗେଟ ଚାର୍ଟରେ କୋହଲି ୬ ନମ୍ବରରେ ଅଛନ୍ତି। ୧୦,୦୦୦ ରନ କ୍ଲବରେ ଥିବା ୩ ଖେଳାଳିଙ୍କ ବ୍ୟତୀତ ବ୍ରେଣ୍ଡନ ମ୍ୟାକକୁଲମ ଏବଂ ଡେଭିଡ ଓ୍ବାର୍ନର ତାଙ୍କଠାରୁ ଉଚ୍ଚ ଏଗ୍ରିଗେଟରେ ଅଛନ୍ତି।
୫ ଶତକ: ବିରାଟ ଆଇପିଏଲରେ ୫ଟି ଶତକ ହାସଲ କରି ସାରିଛନ୍ତି। ଏହା ମଧ୍ୟରୁ କେବଳ ୨୦୧୬ରେ ସେ ୪ ଶତକ ଅର୍ଜନ କରିଛନ୍ତି। ଆଇପିଏଲ ଇତିହାସରେ ତାଙ୍କଠାରୁ କେବଳ ଅଧିକ ଶତକ କ୍ରିସ୍‌ ଗେଲ୍‌ ହାସଲ କରିଛନ୍ତି। ଗେଲ୍‌ଙ୍କ ୬ ଶତକ ରେକର୍ଡକୁ କୋହଲି ଆଗାମୀ ଆଇପିଏଲରେ ଅତିକ୍ରମ କରିବା ଆଶା କରାଯାଉଛି।
୨୦୦+ ପାର୍ଟନରଶିପ୍‌(୩): ଆଇପିଏଲ ଇତିହାସରେ ମାତ୍ର ୪ଥର ୨୦୦+ ପାର୍ଟନରଶିପ୍‌ ହୋଇଛି। ଏହା ମଧ୍ୟରୁ ୩ଟିରେ ବିରାଟ କୋହଲିଙ୍କ ଭାଗୀଦାରି ସାମିଲ। ୨୦୧୬ରେ ସେ ଆରସିବି ପକ୍ଷରୁ ଏବି ଡି’ଭିଲର୍ସଙ୍କ ସହିତ ଗୁଜରାଟ ଲାୟନ୍ସ ବିପକ୍ଷରେ ବେଙ୍ଗାଲୁରୁଠାରେ ୨୨୯ ରନର ପାର୍ଟନରଶିପ୍‌ ଗଢ଼ିଥିଲେ। ସେହିପରି ୨୦୧୫ରେ ସେ ମୁମ୍ବାଇଠାରେ ଡିଭିଲର୍ସଙ୍କ ସହ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨୧୫ ଏବଂ ୨୦୧୨ରେ ଦିଲ୍ଲୀ ଡେୟାରଡେଭିଲ୍ସ ବିପକ୍ଷରେ କ୍ରିସ୍‌ ଗେଲ୍‌ଙ୍କ ସହ ଦିଲ୍ଲୀଠାରେ ୨୦୪ ରନର ଭାଗୀଦାରି ସୃଷ୍ଟି କରିଥିଲେ।
୯୭୩: ଆଇପିଏଲର ଗୋଟିଏ ସିଜନରେ ସର୍ବାଧିକ ରନ କରିବାର ରେକର୍ଡ ମଧ୍ୟ ବିରାଟଙ୍କ ନାମରେ ରହିଛି। ୨୦୧୬ ସଂସ୍କରଣରେ ସେ ୧୬ ମ୍ୟାଚରୁ ୧୫୨.୦୩ ଆଭରେଜରେ ୯୭୩ ରନ କରିଥିଲେ। ଏହା ମଧ୍ୟରେ ୪ ଶତକ ଏବଂ ୭ ଅର୍ଦ୍ଧଶତକ ସାମିଲ ଥିଲା। ଏହା ଏପରି ଏକ ରେକର୍ଡ ଯେ ଯେଉଁଠାରେ ପହଞ୍ଚତ୍ବା ପାଇଁ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଲାଗି କଷ୍ଟକର ହେବ ନିଶ୍ଚିତ।
୨୦୦ ମ୍ୟାଚରୁ ୮ ଦୂର: ଆଇପିଏଲରେ ୨୦୦ ମ୍ୟାଚ ଖେଳିବାଠାରୁ କୋହଲି ମାତ୍ର ୮ ସଂଖ୍ୟା ଦୂରରେ ଅଛନ୍ତି। ଏହା ହେଲେ ସେ ମହେନ୍ଦ୍ର ସିଂ ଧୋନୀ (୨୦୪) ଓ ରୋହିତ ଶର୍ମା (୨୦୦)ଙ୍କ କ୍ଲବରେ ସାମିଲ ହୋଇଯିବେ। ଆଇପିଏଲରେ ସର୍ବାଧିକ ମ୍ୟାଚ ଖେଳିବାରେ ସେ ଧୋନୀ, ରୋହିତ, ଦୀନେଶ କାର୍ତ୍ତିକ (୧୯୬) ଓ ସୁରେଶ ରାଇନା (୧୯୩)ଙ୍କ ପଛକୁ ୫ ନମ୍ବର ସ୍ଥାନରେ ଅଛନ୍ତି। ତେବେ କୋହଲି ସମସ୍ତ ମ୍ୟାଚ ଗୋଟିଏ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri