Posted inରାଜ୍ୟ

‘ସାମୂହିକ ପ୍ରଚେଷ୍ଟା, ସ୍ବଚ୍ଛ ବ୍ୟବସ୍ଥା ପ୍ରଗତି ଆଣିଛି’

ଭୁବନେଶ୍ୱର,୭ା୪(ବ୍ୟୁରୋ): ଜାତୀୟ ପ୍ରତିରକ୍ଷା ପ୍ରତିଷ୍ଠାନର ଏକ ପ୍ରତିନିଧି ଦଳଙ୍କ ସହ ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, କାଜାଖସ୍ତାନ, ଇଜିପ୍ଟ, କେନିଆର ବରିଷ୍ଠ ସାମରିକ ଅଧିକାରୀମାନେ ମଙ୍ଗଳବାର ୪ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ଖାରବେଳ ଭବନଠାରେ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସଂଯୋଜନାରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ। ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇ ରାଜ୍ୟର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ।
ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ମହାପାତ୍ର ଓଡ଼ିଶାର ଆର୍ଥିକ ପ୍ରଗତି, ଗମନାଗମନ ସୁବିଧା, ଭିତ୍ତିଭୂମି, ଶିଳ୍ପାନ୍ବୟନ, ଦକ୍ଷ ଓ କୁଶଳୀ ମାନବ ସମ୍ବଳ ସୃଷ୍ଟି ଆଦି କ୍ଷେତ୍ରରେ ହୋଇଥିବା ଦ୍ରୁତ ବିକାଶ ସମ୍ପର୍କରେ ପ୍ରତିନିଧିମଣ୍ଡଳୀଙ୍କୁ ଅବଗତ କରାଇଥିଲେ । ଗତ ଶତାବ୍ଦୀର ଶେଷ ଭାଗରେ ମହାବାତ୍ୟା ଓଡ଼ିଶାର ମେରୁଦଣ୍ଡ ଦୋହଲାଇ ଦେଇଥିଲା । ପ୍ରଭୂତ କ୍ଷୟକ୍ଷତି ସତ୍ତ୍ୱେ ରାଜ୍ୟ ସରକାରଙ୍କ ଦୃଢ଼ ନିଷ୍ପତ୍ତି, ସାମୂହିକ ପ୍ରଚେଷ୍ଟା ଏବଂ ସ୍ବଚ୍ଛ ଓ ତ୍ୱରିତ ପ୍ରଶାସନିକ ବ୍ୟବସ୍ଥା ଯୋଗୁ ଓଡ଼ିଶା ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, ଗମନାଗମନ ଓ ସାମାଜିକ ନିରାପତ୍ତା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିପାରିଛି ବୋଲି ମହାପାତ୍ର କହିଥିଲେ। ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ୧୯୯୯ ଏବଂ ୨୦୨୦ରେ ଓଡ଼ିଶାର ଏକ ତୁଳନାତ୍ମକ ତଥ୍ୟ ପ୍ରଦାନ କରିଥିଲେ । ମହାବାତ୍ୟାରୁ ମିଳିଥିବା ଶିକ୍ଷା ପ୍ରଗତିର ସହାୟକ ହୋଇଛି। ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଅନେକ ଆନ୍ତର୍ଜାତିକ ସ୍ବୀକୃତି ହାସଲ କରିବା ସହ ଅନ୍ୟ ପଡ଼ୋଶୀ ରାଜ୍ୟମାନଙ୍କୁ ସହାୟତା ଯୋଗାଇବାରେ ସମର୍ଥ ହୋଇଛି ବୋଲି କହିଥିଲେ। ଇପିକଲ୍‌ ପରିଚାଳନା ନିର୍ଦ୍ଦେଶକ ନୀତୀନ ଭାନୁଦାସ ଜାଓ୍ବଲେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠାର ପର୍ଯ୍ୟାପ୍ତ ସୁଯୋଗ ଏବଂ ବ୍ୟବସାୟ ଅନୁକୂଳ ପ୍ରଶାସନିକ ବ୍ୟବସ୍ଥା ବିଷୟରେ ସବିଶେଷ ତଥ୍ୟ ଦେଇଥିଲେ। ବୈଷୟିକ ଶିକ୍ଷା ଏବଂ କୌଶଳ ବିକାଶ ବିଭାଗ ସଚିବ ସଞ୍ଜୟ ସିଂ କୁଶଳୀ ମାନବସମ୍ବଳ ଏବଂ କୌଶଳ ବିକାଶ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ବ୍ୟବସ୍ଥା ବିଷୟରେ ଶିକ୍ଷାନବିସଙ୍କୁ ଅବଗତ କରାଇଥିଲେ। ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ରନ୍‌ ଓଡ଼ିଶାର ପର୍ଯ୍ୟଟନ ପ୍ରାଚୁର୍ଯ୍ୟ, ପର୍ଯ୍ୟଟନ ଶିଳ୍ପ ଆଦି ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ସୂଚନାଯୋଗ୍ୟ, ଜାତୀୟ ପ୍ରତିରକ୍ଷା ପ୍ରତିଷ୍ଠାନର ୨୦ଜଣ ଶିକ୍ଷାନବିସ ଓଡ଼ିଶା ଆସିଛନ୍ତି ା ଓଡ଼ିଶାର ପ୍ରଗତି ଏବଂ ପ୍ରଶାସନିକ ବ୍ୟବସ୍ଥା ସେମାନଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିଛି ା ସେମାନେ ଓଡ଼ିଶାରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରହିବେ ଏବଂ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ବହୁ ବରିଷ୍ଠ ଅଧିତ୍କାରୀମାନଙ୍କ ସହ ଆଲୋଚନା କରିବେ। ମେଜର ଜେନେରାଲ୍‌ ଏଚ୍‌. ବି. ପିଲାଇ ଏହି ଦଳର ନେତୃତ୍ୱ ନେଉଥିବାବେଳେ ବରିଷ୍ଠ ପୋଲିସ ଅଧିକାରୀ ସୁନିତା କାକରନ୍‌ ଏହାର ସଂଯୋଜନା କରୁଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri