Posted inଖେଳ

ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ: ଭାରତୀୟ ରିଲେ ଦଳରେ ଦୂତୀ

ଭୁବନେଶ୍ୱର, ୭।୪(କ୍ରୀଡ଼ା ପ୍ରତିନିଧି)- ଟୋକିଓ ଅଲିମ୍ପିକ୍ସ ପାଇଁ ରିଲେ ଟ୍ରାଏଲ ଇଭେଣ୍ଟ ପୋଲାଣ୍ଡର ସିଲେସିଆସ୍ଥିତ ଚୋର୍ଜୋଠାରେ ମେ’ ୧ ଓ ୨ ତାରିଖରେ ଅନୁଷ୍ଠିତ ହେବ। ଏହି ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ ରିଲେରେ ଭାରତର ତିନୋଟି ଟିମ୍‌ ଭାଗନେବ। ତାହାହେଲା ମହିଳା ୪x୧୦୦ ମିଟର, ମହିଳା ୪x୪୦୦ ମିଟର ଏବଂ ପୁରୁଷ ୪x୪୦୦ ମିଟର ରିଲେ। ଅଲିମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟଭାବେ ବିବେଚିତ ହେଉଥିବା ଏହି ପ୍ରତିଯୋଗିତାର ମହିଳା ୪x୧୦୦ ମିଟର ରିଲେ ରେସ୍‌ ଟିମ୍‌ରେ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ସ୍ଥାନ ପାଇଛନ୍ତି। ଆଥ୍‌ଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ପକ୍ଷରୁ ଟୁଇଟ୍‌ କରି ଏହା ସ୍ପଷ୍ଟ କରାଯାଇଛି। ଦୂତୀଙ୍କ ବ୍ୟତୀତ ଏହି ଦଳରେ ସ୍ଥାନ ପାଇଥିବା ଅନ୍ୟ ଆଥ୍‌ଲେଟମାନେ ହେଲେ ଏସ. ଧନଲକ୍ଷ୍ମୀ, ହିମା ଦାସ, ଅର୍ଚ୍ଚନା ସୁସେନ୍ଦ୍ରନ, ହିମାଶ୍ରୀ ରୟ ଓ ଏ.ଟି. ଧନେଶ୍ୱରୀ। ସେହିପରି ୪x ୪୦୦ ମିଟର ଦଳରେ ଏମ.ଆର. ପୁଭମ୍ମା, ଶୁଭ ଭେଙ୍କଟେଶ୍‌, କିରନ, ଅଞ୍ଜଳି ଦେବୀ, ଆର. ରେବତୀ, ଭି.କେ. ବିସ୍ମୟ ଓ ଜିସ୍ନା ମାଥ୍ୟୁ। ପୁରୁଷ ୪x୪୦୦ ମିଟର ରିଲେ ଦଳରେ ଅମୋଜ ଜ୍ୟାକବ, ନାଗାନାଥନ ପାଣ୍ଡି, ମହମ୍ମଦ ଆନାସ ୟାହିୟା, ଆରୋକା ରାଜୀବ, ସାର୍ଥକ ଭାମ୍ବ୍ରି, ଆୟାସାମୀ ଧରୁନ ଓ ନିର୍ମଳ ନୋଆ ଟମ୍‌ ସ୍ଥାନ ପାଇଛନ୍ତି। ”ଆଗାମୀ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ମୁଁ ଅଭ୍ୟାସକୁ ଜୋରଦାର କରିଛି। ନିଜ ଫିଟ୍‌ନେସରେ ମଧ୍ୟ ପର୍ଯ୍ୟାପ୍ତ ଉନ୍ନତି ଆଣିଛି। ଏବେ ସମସ୍ତ ପ୍ରତିଯୋଗୀ ବ୍ୟକ୍ତିଗତଭାବେ ଟ୍ରେନିଂ ନେଉଥିଲେ ହେଁ ଚଳିତ ମାସ ୧୦ ତାରିଖରୁ ପଟିଆଲାରେ ଏକତ୍ରିତ ହୋଇ ମିଳିତଭାବେ ଅଭ୍ୟାସ କରିବେ। ମୁଁ ମଧ୍ୟ ସେହିଦିନ ପଟିଆଲା ଯାଇ ଅନ୍ୟ ୫ ଆଥଲେଟ୍‌ଙ୍କ ସହ ମିଶି ଟ୍ରେନିଂ ନେବି। ଭାରତୀୟ ଦଳ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବା ଆଶା ରଖିଛି“ ବୋଲି ୧୦୦ ମିଟରରେ ଜାତୀୟ ରେକର୍ଡ ଧାରିଣୀ ଦୂତୀ ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଓ୍ବାଲର୍‌ଡ ଆଥଲେଟିକ୍ସ ରିଲେର ଟପ୍‌-୮ ଟିମ୍‌ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ। ୨୦୧୯ରେ ଦୋହାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ଭାରତୀୟ ୪x୪୦୦ ମିଟର ମିକ୍ସଡ ରିଲେ ଦଳ ଟୋକିଓ ଟିକେଟ ପାଇ ସାରିଛି। ୨୦୧୯ ଦୋହା ଏସିଆନ ଆଥଲେଟିକ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ଆଥଲେଟ୍‌ମାନେ ପୋଲାଣ୍ଡରେ ବଡ଼ ଅନ୍ତର୍ଜାତୀୟ ଇଭେଣ୍ଟରେ ଭାଗନେବାକୁ ଯାଉଛନ୍ତି। ଏଥିପାଇଁ ଏଏଫ୍‌ଆଇ ପକ୍ଷରୁ ମୋଟ ୨୦ ଆଥଲେଟ୍‌ଙ୍କ ନାମ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

ଅଶାଳୀନ ମନ୍ତବ୍ୟ ଦେଲେ ଫ୍ୟାନ୍‌: ସମସ୍ତଙ୍କୁ ଚକିତ କଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତିକ୍ରିୟା

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ୍ ଅଲ୍-ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଜଣେ ଫ୍ୟାନ୍‌ଙ୍କ ଅଶାଳୀନ ଆଚରଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖ୍ରୀଷ୍ଟମାସ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri