ମହିଳାଙ୍କ ପାଇଁ ଖାଦ୍ୟ

ମହିଳାଙ୍କ ଉତ୍ତମ ସ୍ବାସ୍ଥ୍ୟ ହିଁ ପରିବାରର ସୁସ୍ଥତାର ପରିଚାୟକ,
କାରଣ ସେମାନେ ହେଉଛନ୍ତି ଗୋଟିଏ ପରିବାରର କେନ୍ଦ୍ରବିନ୍ଦୁ ଏବଂ ମହିଳାମାନେ ସୁସ୍ଥ ରହିଲେ ହିଁ ଗୋଟିଏ ପରିବାର ସୁସ୍ଥ ରହିବ। ହେଲେ ଅଧିକାଂଶ ମହିଳା ଘରର ସମସ୍ତଙ୍କର ଯତ୍ନ ନେଉ ନେଉ ନିଜ ଖାଦ୍ୟପ୍ରତି ଅବହେଳା କରି କ୍ରମେ ରୁଗ୍‌ଣ ହୋଇପଡ଼ନ୍ତି ତଥା ବିଭିନ୍ନ ରୋଗର ଶିକାର ହୋଇଥାନ୍ତି। ତେଣୁ ଆସନ୍ତାକାଲି ବିଶ୍ୱ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ମହିଳାଙ୍କ ସୁସ୍ଥ ଜୀବନ ଲାଗି ଖାଦ୍ୟର
ଆବଶ୍ୟକତାକୁ ନେଇ ବିଶେଷ ଉପସ୍ଥାପନା…

‘ମହିଳାମାନଙ୍କ ସ୍ବାସ୍ଥ୍ୟ’ କଥା କହିଲେ ଶିଶୁ କନ୍ୟା, କିଶୋରୀ କନ୍ୟା, ପ୍ରଜନନକ୍ଷମ ମହିଳା ବା ୧୫ ରୁ ୪୯ ବର୍ଷ ବୟସର ମହିଳାମାନଙ୍କର ସ୍ବାସ୍ଥ୍ୟ ଏବଂ ମାସିକ ଋତୁସ୍ରାବ ବିରତି ପରେ ସ୍ବାସ୍ଥ୍ୟ ଅବସ୍ଥାକୁ ବୁଝାଇଥାଏ। ଏହା ଗୋଟିଏ ନାରୀର ‘ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ସୁରକ୍ଷା’ କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ପ୍ରତିଟି ସମୟରେ ଖାଦ୍ୟ ପ୍ରାଣର ଚାହିଦା ବା ‘ନ୍ୟୁଟ୍ରିଶନାଲ୍‌ ନିଡ୍‌’ ମଧ୍ୟ ପରିବର୍ତ୍ତିତ ହୋଇଥାଏ। ଯେପରି ଶିଶୁକନ୍ୟାର ଶାରୀରିକ ଓ ମାନସିକ ବର୍ଦ୍ଧନ ପାଇଁ ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର ତଥା ଭିଟାମିନ୍‌ସ୍‌ ଓ ମିନେରାଲ୍‌ସ୍‌ ଠିକ୍‌ ପରିମାଣରେ ଆବଶ୍ୟକ। ଏହାଦ୍ୱାରା ତା’ର ‘ଇଣ୍ଟେଲିଜେଣ୍ଟ କୋସେଣ୍ଟ’ ବା ଆଇକ୍ୟୁ ମଧ୍ୟ ବଢ଼ିଥାଏ।
କିଶୋରୀ କନ୍ୟା ଓ ପ୍ରଜନନକ୍ଷମ ମହିଳାଙ୍କୁ ସୁସ୍ଥ ରଖିବା ପାଇଁ ପୁଷ୍ଟିକର ଖାଦ୍ୟଗୁଡ଼ିକ ହେଲା -ଆଇରନ୍‌, କ୍ୟାଲ୍‌ସିୟମ୍‌, ପ୍ରୋଟିନ୍‌ ଓ ଆମିନୋଏସିଡ୍‌ ବା ପୁଷ୍ଟିସାର ଖାଦ୍ୟ। କ୍ୟାଲ୍‌ସିୟମ୍‌, ମ୍ୟାଗ୍‌ନେସିୟମ୍‌ ଓ ଭିଟାମିନ୍‌ ‘ଡି’ ମହିଳାମାନଙ୍କର ମାସିକ ଋତୁସ୍ରାବର ବିରତି ପରେ ହାଡ଼କୁ ଶକ୍ତ କରିଥାଏ। ଓମେଗା ଥ୍ରୀ ଫ୍ୟାଟିଏସିଡ୍‌ ପ୍ରୌଢ ଓ ବୃଦ୍ଧ ବୟସରେ ହୃତ୍‌ପିଣ୍ଡ ଓ ସ୍ନାୟୁଗୁଡ଼ିକୁ ସକ୍ରିୟ ରଖିତ୍ବାରେ ସାହାଯ୍ୟ କରିଥାଏ।
ଏହାଛଡ଼ା ଅନ୍ୟାନ୍ୟ ଭିଟାମିନ୍‌ ଓ ଖାଦ୍ୟପ୍ରାଣ ମଧ୍ୟ ମହିଳାମାନଙ୍କୁ ସୁସ୍ଥ ରଖିଥାଏ।
କିଶୋରୀମାନଙ୍କ ପାଇଁ ଖାଦ୍ୟ ପ୍ରାଣ : କିଶୋରୀ ବା ଯୁବତୀ ବୟସରେ ଝିଅଟିର ଶରୀର ମାତୃତ୍ୱ ପାଇଁ ପ୍ରସ୍ତୁତ ହୋଇଥାଏ ଏବଂ ଝିଅଟି ଖୁବ୍‌ଶୀଘ୍ର ବଢ଼ିଯାଇଥାଏ (ଗ୍ରୋଥ୍‌ସ୍ପର୍ଟ)। ତେଣୁ ତା’ର ଲୌହସାର ଖାଦ୍ୟ ବା ଆଇରନ୍‌ ଓ ପୁଷ୍ଟିସାର ଖାଦ୍ୟ ଦରକାର ହୋଇଥାଏ। ଶରୀରର ପ୍ରତ୍ୟେକଟି ଅନ୍ତଃସ୍ରାବୀରସ ବା ହର୍‌ମୋନ୍‌ରେ ପ୍ରୋଟିନ୍‌ ଥିବାରୁ ଏହା ହର୍‌ମୋନ୍‌ର ସନ୍ତୁଳନ ରକ୍ଷା କରିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ତେଣୁ ସୁସ୍ଥ ଶରୀର ପାଇଁ ଉତ୍ତମ ଗୁଣାମତ୍କମାନର ପ୍ରାଣିଜ ପୁଷ୍ଟିସାର ବା ଫାଷ୍ଟକ୍ଲାସ୍‌ ପ୍ରୋଟିନ୍‌ ଦରକାର। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଅନୁଯାୟୀ ଶତକଡ଼ା ୧୦ ରୁ ୧୫ ଭାଗ ମହିଳା ଓ କିଶୋରୀମାନେ ରକ୍ତହୀନତା ରୋଗ ଭୋଗିଥାନ୍ତି। ତେଣୁ ଏହି ବୟସରେ ଲୌହସାର ପରିମାଣ କମିଗଲେ ଦେହରୁ ହିମୋଗ୍ଲୋବିନ୍‌ କମିଯାଇ ରକ୍ତହୀନତା ହୁଏ। ଏହାଦ୍ୱାରା ମସ୍ତିଷ୍କର ନିୟନ୍ତ୍ରଣ ଶକ୍ତି କମିଯାଏ, ଚିିଡ଼ିଚିଡ଼ା ଲାଗିଥାଏ, ପଢ଼ିବାକୁ ବା କାମ କରିବାକୁ ଇଚ୍ଛା ହୁଏ ନାହିଁ। ତେଣୁ ସେମାନଙ୍କର ଦୈନନ୍ଦିନ ଲୌହସାର ଯୁକ୍ତ ଖାଦ୍ୟ ଖାଇବା ଉଚିତ।
ଦିନସାରା କାର୍ଯ୍ୟବ୍ୟସ୍ତ ରହୁଥିବାରୁ ଶରୀରକୁ ଫିଟ୍‌ ରଖିବା ସହ କାର୍ଯ୍ୟକ୍ଷମତା ବୃଦ୍ଧି ଲାଗି ଖାଦ୍ୟରେ ଶ୍ୱେତସାରଯୁକ୍ତ ଖାଦ୍ୟ ଯଥା ଉଷୁନା ଚାଉଳ, ଚୁଡ଼ା, ଗହମ, ଦଲିଆ, ଯଅ, ବାଜରା ଇତ୍ୟାଦି ଖାଆନ୍ତୁ। ଏହାଛଡ଼ା ଡାଲି ଏବଂ ଅନ୍ୟାନ୍ୟ ଡାଲି ଜାତୀୟ ଖାଦ୍ୟ ସମେତ ମାଛ, ମାଂସ, ଅଣ୍ଡା, ସୋୟାବିନ୍‌ ଇତ୍ୟାଦି ଖାଆନ୍ତୁ। ବିଭିନ୍ନ ପ୍ରକାର ପନିପରିବା ଓ ଫଳ, ଲୋ ଫ୍ୟାଟ୍‌ କ୍ଷୀର କିମ୍ବା ଦହି, ଛେନା ମଧ୍ୟ ଖାଆନ୍ତୁ। ଖାଦ୍ୟରେ ତେଲ ଓ ଘିଅର ପରିମାଣ କମ୍‌ କରି, ଗଜାମୁଗ, ଆଲମଣ୍ଡ, ଫଳ, ପାଳଙ୍ଗ ଶାଗ ଆଦି ଖାଇବା ଭଲ।
ଆଇରନ୍‌ଯୁକ୍ତ ଖାଦ୍ୟ ଯଥା ଆମିଷ ଖାଦ୍ୟ ଯେପରି କି ମାଛ, ମାଂସ, କଲିଜା, ପାଳଙ୍ଗ ଶାଗ ଓ ସଜନା ଶାଗ, ଗଜାମୁଗ, ଗୁଡ଼, କଞ୍ଚା ଓ ପାଚିଲା କଦଳୀ, ଡାଳିମ୍ବ, ଖଜୁରି, କିସ୍‌ମିସ୍‌, ଗାଜର, ଟମାଟୋ, କଖାରୁ ମଧ୍ୟ ଖାଇବା ଉଚିତ। ଆଇରନ୍‌ ସହ ଭିଟାମିନ୍‌ -ସି ଓ ଭିଟାମିନ୍‌-ବି କମ୍ପ୍ଲେକ୍ସ୍‌ ଖାଇବା ଉଚିତ। ଅଁଳା, କମଳା, ପିଜୁଳି, ମୌସୁମ୍ବି, ସେଓ, ବନ୍ଧାକୋବି, ଟମାଟୋ, ବ୍ରୋକୋଲି, ଲେମ୍ବୁ, ଷ୍ଟ୍ରବେରି ଇତ୍ୟାଦିରୁ ଏହା ମିଳିଥାଏ।
ଜରୁରୀ ଭିଟାମିନ୍‌ସ: ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌ ଏ, ସି, ଇ ଏବଂ ବି କମ୍ପ୍ଲେକସ୍‌ ମହିଳାଙ୍କ ଲାଗି ଖୁବ୍‌ ଜରୁରୀ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଭିଟାମିନ୍‌ ‘ଏ’ ଆଖି, ଚମ ଓ ସୂକ୍ଷ୍ମ ତନ୍ତୁମାନଙ୍କର ସ୍ବାସ୍ଥ୍ୟର ଯତ୍ନ ନେବାବେଳେ ଭିଟାମିନ୍‌ ‘ସି’ ଓ ଭିଟାମିନ୍‌ ‘ଇ’ ବୟସ ବୃଦ୍ଧିକୁ ରୋକିବା ସହ ହୃତ୍‌ପିଣ୍ଡର ତନ୍ତୁକୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରିଥାନ୍ତି। ‘ବି’ ଭିଟାମିନ୍‌ ଲୋହିତ ରକ୍ତକଣିକା ତିଆରି କରିବା ସହ ମସ୍ତିଷ୍କକୁ ସୁସ୍ଥ ରଖିଥାଏ, ଏହାଛଡ଼ା ଏଗୁଡ଼ିକ ମଧ୍ୟ ଶରୀରର ସବୁ ସୂକ୍ଷ୍ମକୋଷ ତିଆରି କରିବା ସହ ମଣିଷ ଦେହର ପ୍ରତ୍ୟେକଟି ଅଂଶ ଯଥା ଚର୍ମ, କେଶ ଓ ନଖ ତଥା ସମସ୍ତ ଅଙ୍ଗର ସୌନ୍ଦର୍ଯ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ।
ଏହାର ଅନ୍ୟନାମ ‘ସୌନ୍ଦର୍ଯ୍ୟ ଭିଟାମିନ୍‌’। ପ୍ରାୟ ୩୦ ବର୍ଷ ବେଳକୁ ମଣିଷର ହାଡ଼ର ସାନ୍ଧ୍ରତା ଓ ବର୍ଦ୍ଧନ ଶେଷ ହୋଇଥାଏ। କ୍ୟାଲ୍‌ସିୟମ୍‌, ଭିଟାମିନ୍‌ ଡି, ମ୍ୟାଗ୍‌ନେସିୟମ୍‌ ମହିଳାମାନଙ୍କର ହର୍‌ମୋନ୍‌ ଟେଷ୍ଟୋଷ୍ଟେରୋନ୍‌ ହାଡ଼ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥାନ୍ତି।
ଗର୍ଭାବସ୍ଥାରେ ଖାଦ୍ୟ: ଭରତ ଭଳି ଏକ ବିକାଶୋନ୍ମୁଖୀ ଦେଶରେ ମାତୃ ମୃତ୍ୟୁହାର ଏକ ଉଦ୍‌ବେଗର ବିଷୟ। ସମଗ୍ର ମାତୃ ମୃତ୍ୟୁର ଶତକଡ଼ା ୨୫ ଭାଗ ମୃତ୍ୟୁ ଭାରତରେ ହିଁ ଘଟିଥାଏ। ତେବେ ଏଥିପାଇଁ ବିଭିନ୍ନ କାରଣ ମଧ୍ୟରୁ ଆବଶ୍ୟକ ଖାଦ୍ୟର ଅଭାବ ମଧ୍ୟ ଏକ ପ୍ରମୁଖ କାରଣ। ତେଣୁ ଏ ସମୟରେ ସୁଷମ ଓ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ। ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍‌ ଯଥା ପ୍ରତି ୧ କେ.ଜି ଓଜନରେ ୧ ଗ୍ରା ପ୍ରୋଟିନ୍‌ ଖାଇଲେ ଶିଶୁର ମାନସିକ ଓ ଶାରୀରିକ ବର୍ଦ୍ଧନ ଭଲ ଭାବରେ ହୋଇଥାଏ। ଗର୍ଭାବସ୍ଥାରେ କେତେକ ସୂକ୍ଷ୍ମ ପୋଷକତ୍ବଯୁକ୍ତ ଖାଦ୍ୟ ଯଥା ଫୋଲିକ୍‌ ଏସିଡ୍‌ , ଆଇରନ୍‌ ବା ଲୌହସାର ଖାଦ୍ୟ, କ୍ୟାଲ୍‌ସିୟମ୍‌ ଏବଂ ଭିଟାମିନ୍‌ ଡି ଖାଇଲେ ଶିଶୁ ବିକଳାଙ୍ଗ ହୁଏ ନାହିଁ। ସୁଷମ ଖାଦ୍ୟ ସହ ପ୍ରୋଟିନ୍‌ ଓ ମାଇକ୍ରୋନିଉଟ୍ରିଏଣ୍ଟ ବା ସୂକ୍ଷ୍ମ ପୋଷକତ୍ବ ଖାଇଲେ ଗର୍ଭାବସ୍ଥାରେ ତଥା ସ୍ତନ୍ୟପାନ ସମୟରେ ମା’ ଓ ଶିଶୁ ଦୁହିଁଙ୍କ ସ୍ବାସ୍ଥ୍ୟ ଭଲ ରହିବ।
ବୟସ୍କା ମହିଳାମାନଙ୍କର ସ୍ବାସ୍ଥ୍ୟ : ମେନୋପଜ୍‌ ବା ମାସିକ ଋତୁସ୍ରାବର ବିରତ ପରେ ଆହୁରି ୩୦ ବର୍ଷ (୫୦ ରୁ ୮୦ ବର୍ଷ) ନାରୀଟିଏ ଜୀବନ ଅତିବାହିତ କରୁଛି। ଏହି ସମୟରେ ଉଷ୍ମହୁଳା, ଚିଡ଼ିଚିଡ଼ା, ରାଗ ଓ ଅସହାୟ ଭାବ ଭୋଗିଲେ ମଧ୍ୟ କିଛି ବର୍ଷପରେ ହାଡ଼ପୋରିଆ ବା ଓଷ୍ଟିଓ ପୋରୋସିସ୍‌, ହୃଦ୍‌ରୋଗ ଏବଂ ବେଳେବେଳେ ସ୍ତନକର୍କଟ ରୋଗ, ଜରାୟୁଗ୍ରୀବା କର୍କଟରୋଗ ଭୋଗିବାର ଆଶଙ୍କା ଥାଏ। ତେଣୁ ଏ ବୟସରେ କେବଳ ମହିଳାମାନଙ୍କର ଶାରୀରିକ ସ୍ବାସ୍ଥ୍ୟ ନୁହେଁ ମାନସିକ ଓ ଭାବପ୍ରବଣତାର ସ୍ବାସ୍ଥ୍ୟର ମଧ୍ୟ ଯତ୍ନ ନେବା ଦରକାର।
ସେଥିପାଇଁ ଆଇସୋଫ୍ଲାଭୋନ୍‌ ବା ଫାଇଟୋଇଷ୍ଟ୍ରୋଜେନଗୁଡ଼ିକ ଇଷ୍ଟ୍ରୋଜେନ ହର୍‌ମୋନ ପରି ହୋଇଥିବାରୁ ଏହା ଖାଇଲେ ଉପରୋକ୍ତ ଲକ୍ଷଣଗୁଡ଼ିକ କମିଯାଇଥାଏ। ତେଣୁ କ୍ୟାଲସିୟମ୍‌ ଓ ଭିଟାମିନ୍‌ ‘ଡି’ ଯଥା – ଛେନା, କ୍ଷୀର, ଦହି, ମାଛ, ମାଂସ, ଡାଲି, ସୋୟାବିନ୍‌, ଆଲ୍‌ମଣ୍ଡ ଆଦି ଖାଇବା ଆବଶ୍ୟକ।
ତ୍‌ଗୋଟିଏ ସୁସ୍ଥ ନାରୀ ହିଁ ଗୋଟିଏ ସୁସ୍ଥ ଓ ସୁଖୀ ପରିବାର ଗଢ଼ିତୋଳିଥାଏ। ନିଜ ଖାଦ୍ୟ, ଚାଲିଚଳଣ ଓ ଜୀବନଶୈଳୀରେ ପରିବର୍ତ୍ତନ କଲେ ନାରୀ ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ରହି ସାରା ପରିବାର ତଥା ସମାଜକୁ ସୁସ୍ଥ ରଖିପାରିବ।
ଡା. ସରୋଜିନୀ ଷଡ଼ଙ୍ଗୀ

– ଲିଙ୍କ୍‌ ରୋଡ୍‌, କଟକ
ମୋ- ୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri