ପିପିଲି ଲଢ଼େଇରେ ୧୦ ପ୍ରାର୍ଥୀ, ୧୦୨ ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ

ପୁରୀ ଅଫିସ,୪।୪: ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ୨ଜଣ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିନେଇଛନ୍ତି। ସେମାନେ ହେଲେ ଦୀପକ କୁମାର ଦାସ ଓ ସମ୍ବିତ ପଟ୍ଟନାୟକ। ଶନିବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା। ପୂର୍ବରୁ ୩ଜଣଙ୍କ ପ୍ରାର୍ଥତ୍ପତ୍ର ନାକଚ ମଧ୍ୟ ହୋଇଛି। ତେଣୁ ମୋଟ ୧୫ ଜଣଙ୍କ ମଧ୍ୟରୁ ୧୦ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିତ୍ୱ ଚୂଡ଼ାନ୍ତ ରହିଥିବା ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି। ଅନ୍ୟପକ୍ଷରେ ମୁକ୍ତ ଓ ଅବାଧ ନିର୍ବାଚନକୁ ନିଶ୍ଚିତ କରିବା ଉପରେ ଜିଲା ପ୍ରଶାସନ ଜୋର ଦେଉଛି। କୌଣସି ସ୍ଥାନରେ ଅପ୍ରୀତିକର ପରିବେଶ ଦେଖାଦେଲେ ପିପିଲି ବିଡିଓ ଓ ସାଧାରଣ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ନିର୍ବାଚନ କମିଶନ କାର୍ଯ୍ୟକର୍ତ୍ତା ଏନେଇ ତ୍ୱରିତ ପଦକ୍ଷେପ ନେଉଛନ୍ତି। ସେହିଭଳି ପୋଲିସ ପ୍ରଶାସନ ନିର୍ବାଚନ ମଣ୍ଡଳୀରେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ସେହିଭଳି ଚୂଡ଼ାନ୍ତ ୧୦ପ୍ରାର୍ଥୀଙ୍କ ପୋଷ୍ଟାଲ୍‌ ବାଲଟ୍‌ ପେପର ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଫର୍ମ ନମ୍ବର-୭ ଏ’ରେ ପ୍ରତିଯୋଗୀଙ୍କ ତାଲିକା ଏସ୍‌ପିଙ୍କ ଅଫିସକୁ ପଠାଯାଇଛି। ଏହାପରେ ବାଲଟ୍‌ ପେପର ତିଆରି ହେବ। ଅନ୍ୟପକ୍ଷରେ ପୋଲିଂ ଦାୟିତ୍ୱରେ ଥିବା କର୍ମଚାରୀ ଓ ନୋଡାଲ୍‌ ଅଫିସରଙ୍କ ତାଲିମ ମଧ୍ୟ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟ ତାଲିମ ଶିବିରରେ ୮୩୫ଜଣ କର୍ମଚାରୀ ଯୋଗ ଦେଇଛନ୍ତି। ନିର୍ବାଚନକୁ ସୁରୁଖୁରୁରେ ଚଳାଇବାନେଇ ସମସ୍ତ ପ୍ରସଙ୍ଗ ଉପରେ ନୋଡାଲ୍‌ ଅଫିସରଙ୍କୁ ସୂଚନା ଦିଆଯାଇଛି। ବୁଥ୍‌ରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନଜରକୁ ଆସିଲେ ତୁରନ୍ତ ଜିଲା ପ୍ରଶାସନ ସହ ଯୋଗାଯୋଗ କରିବା ନେଇ ମଧ୍ୟ ଷ୍ଟ୍ରଙ୍ଗ ରୁମ୍‌ ପ୍ରସ୍ତୁତ ହୋଇଛି। ଉପନିର୍ବାଚନ ଦାୟିତ୍ୱରେ ଥିବା ୮୩୫ ସରକାରୀ କର୍ମଚାରୀଙ୍କ ଟିକାକରଣ କରାଯାଇଛି। ଅନ୍ୟପକ୍ଷରେ ନିର୍ବାଚନ ମଣ୍ଡଳୀରେ ଭୋଟିଂ ଦିନ କୋଭିଡ୍‌ ନିୟମ ମାନିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି। ଭୋଟରମାନେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରକ୍ଷା କରି ଭୋଟଦାନ କେନ୍ଦ୍ରକୁ ଆସନ୍ତୁ ବୋଲି ଅତିରିକ୍ତ ଜିଲାପାଳ ନିବେଦନ କରିଛନ୍ତି।

ପିପିଲି ନିର୍ବାଚନମଣ୍ଡଳୀରେ ୧୦୨ଟି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ କରାଯାଇଛି। ୧୭୪ ବୁଥ୍‌ରେ ଓ୍ବେବ୍‌କାଷ୍ଟିଂ, ୨୬ ବୁଥ୍‌ରେ ମାଇକ୍ରୋ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ। ଶନିବାର ଏଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପିପିଲି ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନିମନ୍ତେ ମୋଟ ୧୭୪୦ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। କୋଭିଡ୍‌ ମହାମାରୀ ସମୟରେ ନିର୍ବାଚନ କାର୍ଯ୍ୟ ପରିଚାଳନା କରୁଥିବାରୁ ସମ୍ମୁଖ କର୍ମୀଭାବେ ସମସ୍ତଙ୍କୁ କୋଭିଡ୍‌ ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି। ସେମାନଙ୍କୁ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ତାଲିମ ପ୍ରଦାନ କରାଯାଇଛି। ୮୦ବର୍ଷରୁ ଊର୍ଦ୍ଧ୍ୱ, ଦିବ୍ୟାଙ୍ଗ ଭୋଟର ଏବଂ ସନ୍ଦିଗ୍ଧ କୋଭିଡ୍‌ ଆକ୍ରାନ୍ତ ଭୋଟରଙ୍କ ନିମନ୍ତେ ପୋଷ୍ଟାଲ ବାଲଟ୍‌ ମାଧ୍ୟମରେ ଭୋଟ ଗ୍ରହଣର ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୧୦୭୭ ଜଣ ଭୋଟର ପୋଷ୍ଟାଲ ବାଲଟ୍‌ ମାଧ୍ୟମରେ ଭୋଟ ଦେବାକୁ ଆବେଦନ କରିଛନ୍ତି। ସେଥିରୁ ୮୦ ବର୍ଷରୁ ଊର୍ଦ୍ଧ୍ୱ ୯୦୯ ଜଣ ଓ ୧୬୮ଜଣ ଦିବ୍ୟାଙ୍ଗ ଭୋଟର ଅଛନ୍ତି। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ପୋଷ୍ଟାଲ ବାଲଟ୍‌ ନିମନ୍ତେ ଜଣେ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଲୋହାନୀ କହିଛନ୍ତି।

ଏହି ଉପନିର୍ବାଚନରେ ୩,୦୦୬ ଜଣ ଦିବ୍ୟାଙ୍ଗ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କୁ ଭୋଟଗ୍ରହଣ କେନ୍ଦ୍ରକୁ ନେବାଆଣିବା କରିବା ନିମନ୍ତେ ୧୦୨ଟି ଅଟୋରିକ୍ସାର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ୩୪୮ଟି ହୁଇଲଚେୟାର ସହ ଜଣେ ଲେଖାଏ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ଦୃଷ୍ଟିବାଧିତ ଭୋଟରଙ୍କ ପାଇଁ ସମସ୍ତ ମତଦାନ କେନ୍ଦ୍ରରେ ବ୍ରେଲି ଡମି ବାଲଟ୍‌ ପେପର ରଖାଯିବାର ବ୍ୟବସ୍ଥା ହୋଇଛି। ପିପିଲି ଉପନିର୍ବାଚନ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ଆଇଏଏସ ଏମ. ଭୀରା ବ୍ରହ୍ମାୟା ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ କୁଲଓ୍ବନ୍ତ ସିଂ ଜିଲା ସଦର ମହକୁମାରେ ରହି ନିର୍ବାଚନ କାର୍ଯ୍ୟ ତଦାରଖ କରୁଛନ୍ତି। ନିର୍ବାଚନ ନିମନ୍ତେ ୩ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ବଳଙ୍କୁ ମୁତୟନ କରାଯିବ। କୋଭିଡ୍‌ ପରିପ୍ରେକ୍ଷୀରେ ସର୍ବାଧିକ ନିରାପଦ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବ୍ଲକ୍‌ସ୍ତରୀୟ ମତ୍ସ୍ୟ, ପ୍ରାଣିସମ୍ପଦ ମେଳା

ନୂଆପଡ଼ା,୨୩ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆଠାରେ ମଙ୍ଗଳବାର ବ୍ଲକ୍‌ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲା ଉପନିର୍ଦ୍ଦେଶକ ଡା. କୋଟନି ପାର୍ଥସାରଥି...

ବଡଦିନ ପାଇଁ ବ୍ୟାପକ ପ୍ରସ୍ତୁତି: ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ, ୨୪।୧୨(ପ୍ରଦୀପ ବେହେରା)- ଆଉ ଗୋଟିଏ ଦିନ ପରେ ବଡଦିନ। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ବ୍ୟାପକ...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri