କରୋନା ଟିକା ନେବା ପରେ ଅମିତାଭ କହିଲେ ଏମିତି…

ମୁମ୍ବାଇ: ବିଗ୍‌-ବି ଅମିତାଭ ବଚ୍ଚନ ଶନିବାର କରୋନା ଟିକା ନେଇଛନ୍ତି। ଅଭିଷେକ ବଚ୍ଚନଙ୍କୁ ଛାଡ଼ି ପରିବାର ଅନ୍ୟ ସଦସ୍ୟମାନେ ବି ଏହି ଟିକା ନେଇଛନ୍ତି। ତେବେ ଟିକା ନେବା ପରେ ବିଗ୍‌-ବି ତାଙ୍କ ଅଭିଜ୍ଞତା ଲୋକଙ୍କ ସହ ଶେୟାର କରିଛନ୍ତି। ଏହି ଟିକା ତାଙ୍କୁ ପୂର୍ବରୁ ନେବାର ଥିଲା। ମାତ୍ର ଆଖି ଅପରେଶନ ହୋଇଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ସେ କୋଭିଡ ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି।

ଅମିତାଭ ଏହି ଟିକାକରଣ ସମ୍ପର୍କରେ ନିଜ ବ୍ଲଗରେ ଲେଖିଛନ୍ତି, ମୋତେ ହସ୍ପିଟାଲ ବେଡ୍‌ରେ ବସାଯାଇଛି। ଯେଉଁଠି ଟିକା ଦିଆଯାଉଛି। ଯେଉଁଠି ଅନେକ କାଗଜପତ୍ର ଏବଂ ଚାରିପାଖରେ ଲୋକ ନାମ, ଠିକଣା, ମୋବାଇଲ, ପୂର୍ବ ମେଡିକାଲ ହିଷ୍ଟ୍ରି, ଆଧାରକାର୍ଡ ଦେଖାଯାଇଥିଲା। ଅଧ ଘଣ୍ଟା ପର୍ଯ୍ୟନ୍ତ ବସିବାକୁ ପଡ଼ିଥିଲା। ଟିକା ନେବାର ୬ ସପ୍ତାହ ପରେ ପରବର୍ତ୍ତୀ ଡୋଜ୍‌ ନେବାକୁ ପଡ଼ିବ। ସାର୍ଟିଫିକେଟରେ ପ୍ରଥମ ଦେଖାଯିବ। ଦ୍ୱିତୀୟ ପରେ ସାର୍ଟିଫିକେଟ ବୈଧତା ମିଳିବ।

ଅମିତାଭ ଏକଥା ମଧ୍ୟ ଲେଖିଛନ୍ତି କି, ଲୋକମାନେ ମୋତେ ପଚାରୁଥିଲେ କିଛି ଅସୁବିଧା ହେଲା ନାହିଁ ତ। ସେ ସବୁକିଛି ଭଲ ବୋଲି ଲେଖିଛନ୍ତି। ବିଗ୍‌ ବି ଲେଖିଛନ୍ତି, ଟିକା ସହିତ ଜଡ଼ିତ ଅନେକ କଣ୍ଟ୍ରୋଭର୍ସି ଚାଲିଛି। ଏହା ଏତେ ଶୀଘ୍ର କିପରି ହେଲା। ଏହାର ପ୍ରଭାବ ନିଶ୍ଚିତ ନୁହେଁ, ଏହା ଭଲ ଆଦି ବିଷୟରେ ଅନେକ ଅନୁସନ୍ଧାନ ଚାଲିଛି।

ଶେଷରେ ସେ ଲେଖିଛନ୍ତି, କରୋନାଠାରୁ ଦୂରେଇ ରହିବା ପାଇଁ ଆଇସୋଲେଶନରେ ରୁହ, ସାବଧାନ ଏବଂ ସୁରକ୍ଷିତ ରୁହ। ଆଉ ଏହାକୁ ତା’ ବାଟରେ ଯିବାକୁ ଦିଅ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଏସିଆ ପିଲାଙ୍କ ବିକାଶରେ ବାଧକ ଜଳବାୟୁ ପରିବର୍ତ୍ତନ

ନୂଆଦିଲ୍ଲୀ,୨୩ା୧୨: ଜଳବାୟୁ ପରିବର୍ତ୍ତନ ଯୋଗୁ ଉତ୍ତାପ ଏବଂ ଆର୍ଦ୍ରତା ବଢ଼ୁଥିବାବେଳେ ଏହା ଦକ୍ଷିଣ ଏସୀୟ ପିଲାମାନଙ୍କ ଉପଯୁକ୍ତ ବିକାଶକୁ ପ୍ରଭାବିତ କରୁଛି। ୨୦୫୦ ସୁଦ୍ଧା ଉପଯୁକ୍ତ...

ବଡ଼ଦିନରୁ ବଢ଼ିବ ଶୀତ: କୁହୁଡ଼ି ପାଇଁ ଏହି ୧୨ ଜିଲାକୁ ସତର୍କତା

ଭୁବନେଶ୍ୱର,୨୩ା୧୨(ବନ୍ଦନା ସେଠୀ): ବଡଦିନରୁ ଆହୁରି ବଢିବ ଶୀତ। ରାଜ୍ୟରେ ଏବେ ଶୀତର ଲହରି ଜାରି ରହିଥିବାବେଳେ ଆସନ୍ତା ୨୫ରୁ ଶୀତ ପ୍ରକୋପ ଅସମ୍ଭାଳ ହେବ। ପଶ୍ଚିମା...

ମଧ୍ୟପ୍ରଦେଶରୁ ଏୟାରଲିଫ୍ଟ ହେଲା ବାଘୁଣୀ

ସେଓନି,୨୩ା୧୨: ମଧ୍ୟପ୍ରଦେଶର ସେଓନିସ୍ଥିତ ପେଞ୍ଚ ରିଜର୍ଭର ଏକ ବାଘୁଣୀ ୨୪ ଦିନ ପରେ ବନ ବିଭାଗ ଅଧିକାରୀଙ୍କ ହାତରେ ଧରାଦେଇଛି। ରବିବାର ଏହାକୁ ବାୟୁସେନାର ଏମ୍‌ଆଇ-୧୭ ହେଲିକପ୍ଟର...

Bangladesh Violence: ବାଂଲାଦେଶ ହିଂସା ଭିତରେ ବଡ଼ ଘୋଷଣା କଲେ ୟୁନୁସ୍, କହିଲେ ନିର୍ବାଚନ…

ନୂଆଦିଲ୍ଲୀ,୨୩।୧୨: ଦୁଇ ଦୁଇଟି ହତ୍ୟା ପରେ ଜଳୁଛି ବାଂଲାଦେଶ । ଏହାରି ଭିତରେ  ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଫେବୃଆରୀ ୧୨ ତାରିଖରେ ସାଧାରଣ...

ବାଂଲାଦେଶର ଆଉଜଣେ ଛାତ୍ରନେତାଙ୍କ ମୁଣ୍ଡକୁ ଗୁଳି

ଢାକା,୨୩ା୧୨(ପି.ଟି.): ବାଂଲାଦେଶର ଖ୍ୟାତନାମା ଯୁବନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ହତ୍ୟା ଘଟଣାର ୪ ଦିନ ପରେ ସୋମବାର ଆଉ ଜଣେ ଛାତ୍ରନେତାଙ୍କ ମୁଣ୍ଡକୁ ଗୁଳି କରାଯାଇଛି। ମୋତାଲେବ...

ଆଜି ପାଇଁ ମେଷ ସମେତ ଏହି 3 ରାଶି ଲକି, ମିଳିପାରେ ଖୁସି ଖବର

ନୂଆଦିଲ୍ଲୀ,୨୩/୧୨: ଆଜି ମକର ରାଶିରେ ଚନ୍ଦ୍ର ଗଠନ, ଦାୟିତ୍ୱ ଏବଂ ଦୀର୍ଘକାଳୀନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ ଏବଂ ଶୁକ୍ର ଆତ୍ମବିଶ୍ୱାସ...

୨୪ ନୂଆ ଏନଏସି, ୫ ମ୍ୟୁନିସିପାଲଟି ପାଇଁ ବିଜ୍ଞପ୍ତି ପ୍ରକାଶ: ଗଞ୍ଜାମ ଜିଲାର ଏହି ସବୁ ଅଞ୍ଚଳ…

ଛତ୍ରପୁର, ୨୩।୧୨ (ଦିଲ୍ଲୀପ ସାମଲ): ରାଜ୍ୟର ୨୪ ନୂଆ ଏନଏସି ଓ ୫ ମ୍ୟୁନିସିପାଲଟି ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ପାଲଲହଡା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri