କୋଲକାତାରେ ବିକ୍ରି ହେଉଛି ଦିଦି ସନ୍ଦେଶ, ମୋଦି ମିଠାଇ

କୋଲକାତା,୩।୪: ପଶ୍ଚିମବଙ୍ଗ ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ନାନା ବାଦବିବାଦ ଦେଖାଦେଇଛି। ଏହି ନିର୍ବାଚନରେ ଜିତିବା ପାଇଁ ଟିଏମ୍‌ସି ଏବଂ ଭାଜପା କଠିନ ପରିଶ୍ରମ କରୁଛନ୍ତି। ମମତା ବାନାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରସ୍ପର ପ୍ରତି ଆକ୍ଷେପ ପ୍ରତି ଆକ୍ଷେପ ଜାରି ରଖିଛନ୍ତି। କିନ୍ତୁ ଏହି ରାଜନୈତିକ ତିକ୍ତତାକୁ ହଟାଇବା ପାଇଁ ଏକ ମିଠା ଦୋକାନ ମାଧ୍ୟମରେ ଚେଷ୍ଟା କରାଯାଉଛି।

ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଏବଂ ପିଏମ୍‌ ମୋଦିଙ୍କ ନାମରେ ମିଠା ପ୍ରସ୍ତୁତ କରାଯାଉଛି। ଲୋକମାନେ ମଧ୍ୟ ଏହାକୁ ବହୁ ସଂଖ୍ୟାରେ କିଣୁଛନ୍ତି। କେବଳ ଏତିକି ନୁହେଁ ଉଷ୍ଣ ପରିବେଶରେ ନିର୍ବାଚନ ରାଜନୈତିକ ଦୂରତା ହ୍ରାସ କରିବାକୁ ମଧ୍ୟ ଉଦ୍ୟମ କରାଯାଉଛି।

ବଳରାମ ମଲ୍ଲିକ ଏବଂ ରାଧାରମଣ ମଲ୍ଲିକ ୧୮୮୫ ମସିହାରେ କୋଲାକାତାଠାରେ ମିଠା ବ୍ୟବସାୟ ଆରମ୍ଭ କରିଥିଲେ। ସେମାନଙ୍କର ମିଠା ସମଗ୍ର ବଙ୍ଗଳାରେ ପ୍ରସିଦ୍ଧ। କିନ୍ତୁ ବିଧାନସଭା ନିର୍ବାଚନ ସମୟରେ ତାଙ୍କ ମିଠାକୁ ନେଇ ସବୁଆଡ଼େ ଚର୍ଚ୍ଚା ହେଉଛି। ବର୍ତ୍ତମାନ ସୁଦୀପ ମଲ୍ଲିକ ଏହି ବ୍ୟବସାୟ ପରିଚାଳନା କରୁଛନ୍ତି।

ସୁଦୀପ କହିଛନ୍ତି, ବଙ୍ଗଳାରେ ଏବେ ନିର୍ବାଚନ ମାହୋଲ ରହିଛି। ଏହା ସୋସିଆଲ ମିଡିଆରେ ଖୁବ୍‌ ଟ୍ରେଣ୍ଡ କରୁଛି। ତେଣୁ ଆମେ ମଧ୍ୟ ଏହା ପ୍ରତି ଅଧିକ ଧ୍ୟାନ ଦେଇ ଆମର ମିଠାର ଡିଜାଇନ କରୁଛୁ। ତେଣୁ ଆମେ ରାଜନୈତିକ ଦଳ ନିର୍ବାଚନ ପ୍ରତୀକ ସହିତ ମିଠା ତିଆରି କରୁଛୁ। ଏଥିରେ ‘ଖେଲା ହବେ’ ଏବଂ ‘ଜୟ ଶ୍ରୀରାମ’ ସ୍ଲୋଗାନ ବାର୍ତ୍ତା ରହିଛି।

ସୁଦୀପ କହିଛନ୍ତି, ତୃଣମୂଳ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଭାଜପାର ସବୁଠୁ ବଡ଼ ପ୍ରଚାରକ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ପ୍ରଦର୍ଶନ କରିବେ। ମମତା ସନ୍ଦେଶ ଏବଂ ମୋଦି ସନ୍ଦେଶ ବିକ୍ରି କରାଯାଉଛି। ଏହାକୁ କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri