୩୩୦୮.୬୯ କୋଟି କୋଭିଡ୍‌ ଋଣ ମଞ୍ଜୁର

ଭୁବନେଶ୍ୱର,୩।୪(ବ୍ୟୁରୋ): କୋଭିଡ୍‌ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ (ଏମ୍‌ଏସ୍‌ଏମ୍‌ଇ) ଉଦ୍ୟୋଗକୁ ଚଳଚଞ୍ଚଳ କରିବାକୁ ନିଆଯାଇଥିବା ପଦକ୍ଷେପ ସ୍ବରୂପ ଋଣ ପ୍ରଦାନରେ ଉଲ୍ଲେଖନୀୟ ସଫଳତା ମିଳିଛି। କୋଭିଡ୍‌-୧୯ ଭଳି ପ୍ରତିକୂଳ ସମୟରେ ବ୍ୟାଙ୍କଗୁଡ଼ିକର ସହଯୋଗ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ଋଣ ପ୍ରଦାନରେ ଏହି ସଫଳତା ମିଳିପାରିଥିବା ବିଭାଗ ତରଫରୁ ସୂଚନା ଦିଆଯାଇଛି। ଇସିଏଲ୍‌ଜିଏସ୍‌ (କୋଭିଡ୍‌ ଋଣ) ଅଧୀନରେ ୩୪୧୭.୦୨ କୋଟି ଟଙ୍କା ଋଣ ପ୍ରଦାନଯୋଗ୍ୟ ଅର୍ଥରୁ ୩୩୦୮.୬୯ କୋଟି ଟଙ୍କାର ମଞ୍ଜୁରୀ ଦିଆଯାଇଛି। ତନ୍ମଧ୍ୟରୁ ୩୧୦୭.୮୨ କୋଟି ଟଙ୍କା ଉଦ୍ୟୋଗୀଙ୍କୁ ଦିଆସରିଛି। ପୂର୍ବରୁ ଏତେ ପରିମାଣରେ ଋଣ ପ୍ରଦାନ କରାଯାଇ ନ ଥିଲା। ପିଏମ୍‌ଇଜିପି ଅଧୀନରେ ସର୍ବମୋଟ ୪,୩୫୮ ଉଦ୍ୟୋଗ ମଧ୍ୟରୁ ୩,୬୯୪ଟିକୁ ପ୍ରାୟ ୧୧୫ କୋଟି ଟଙ୍କାର ଋଣ ଦିଆଯାଇଛି। ସେହିପରି ପିଏମ୍‌ଏଫ୍‌ଏମ୍‌ଇ ଅଧୀନରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ୨୮୧୪ ସଦସ୍ୟଙ୍କୁ ୪୦ ହଜାର ଟଙ୍କା ହିସାବରେ ସିଡ୍‌ମନି ଭାବେ ପ୍ରାୟ ୭୭୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହାଛଡ଼ା ୨୧ ଏସ୍‌ଏଚ୍‌ଜିକୁ ମୋଟ ୫୩.୯୬ ଲକ୍ଷ ଟଙ୍କା ସବ୍‌ସିଡି ପ୍ରଦାନ କରାଯାଇଛି। ୩ଟି ଏଫ୍‌ପିଓକୁ ସବ୍‌ସିଡି ପ୍ରଦାନ ନିମନ୍ତେ ପ୍ରସ୍ତାବ ମଞ୍ଜୁରୀ ସକାଶେ କେନ୍ଦ୍ର ସରକାରଙ୍କୁ ଚିଠି କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗଞ୍ଜାମର ରଙ୍ଗେଇଲୁଣ୍ଡାଠାରେ ମତ୍ସ୍ୟ ଉତ୍ପାଦନ ଲାଗି ସାଧାରଣ ଇନ୍‌କ୍ୟୁବେଶନ କେନ୍ଦ୍ର ସ୍ଥାପନ ସକାଶେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟକୁ ୧୬୩ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି। ଉପଯୁକ୍ତ ପ୍ୟାକେଜିଂର ବିକାଶ ସହ ଓଡ଼ିଶାର ଉତ୍ପାଦିତ ଖାଦ୍ୟ ସାମଗ୍ରୀର ବ୍ରାଣ୍ଡିଂ ସୃଷ୍ଟି କରିବାକୁ ଓର୍‌ମାସ୍‌କୁ ୮.୫୦ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି। ଏହାଛଡ଼ା ଅତିବେଶିରେ ୧୦ ଲକ୍ଷ ଟଙ୍କା ସବ୍‌ସିଡି ପ୍ରାବଧାନ ସହ ବ୍ୟକ୍ତିଗତ ଅଣୁ ଉଦ୍ୟୋଗଗୁଡ଼ିକୁ ଋଣ ମଞ୍ଜୁର କରିବା ଓ ୫୦ ପ୍ରତିଶତ ସବ୍‌ସିଡି ଦେବା ନିମନ୍ତେ ୩୮୩ଟି ଆବେଦନକୁ ବିଭିନ୍ନ ବ୍ୟାଙ୍କକୁ ପଠାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ୨୮୯ କୋଟି ଟଙ୍କା କୋଭିଡ୍‌ ସହାୟତା ପ୍ୟାକେଜର ଆକର୍ଷଣୀୟ ରିହାତି ବ୍ୟବସ୍ଥା ଯୋଗୁ ଋଣ ଯୋଗାଣରେ ଏହି ରେକର୍ଡ ସୃଷ୍ଟି ହୋଇପାରିଛି। କୋଭିଡ୍‌ ମହାମାରୀ ସମୟରେ କ୍ଷେତ୍ର କର୍ମଚାରୀ ଓ ବ୍ୟାଙ୍କଗୁଡ଼ିକର ସହଯୋଗ ପାଇଁ ଏହା ସମ୍ଭବ ହୋଇପାରିଛି। ଆଗାମୀ ଦିନରେ ଏପରି ସହଯୋଗ ଜାରି ରଖିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri