Posted inଖେଳ

ଓଡ଼ିଶା ଓମେନ୍ସ ଲିଗ୍‌: ରାଇଜିଂ ଷ୍ଟୁଡେଣ୍ଟ ଚାମ୍ପିୟନ, ଆଇଡବ୍ଲ୍ୟୁଏଲ୍‌ ଲାଗି ଯୋଗ୍ୟତା ହାସଲ

ଭୁବନେଶ୍ୱର,୨୮।୩(ସ୍ପୋର୍ଟ୍ସ ବ୍ୟୁରୋ): ଓଡ଼ିଶା ଓମେନ୍ସ ଲିଗ୍‌ ଶନିବାର ଉଦ୍‌ଯାପିତ ହୋଇଛି। ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ଏହି ଫୁଟ୍‌ବଲ ଲିଗ୍‌ରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଏଥିସହିତ ରାଇଜିଂ ଷ୍ଟୁଡେଣ୍ଟ ଆଗାମୀ ୨୦୨୦-୨୧ ଇଣ୍ଡିଆନ ଓମେନ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌) ଖେଳିବାକୁ ଯୋଗ୍ୟତା ହାସଲ କରିଛି। ଲିଗ୍‌ ଶେଷରେ ରାଇଜିଂ ଷ୍ଟୁଡେଣ୍ଟ ୧୦ଟି ମ୍ୟାଚ୍‌ ଖେଳି ୯ ବିଜୟ ଓ ୧ ପରାଜୟ ସହ ୨୭ ପଏଣ୍ଟ ହାସଲ କରିଥିଲା। ସେହିପରି ଇଷ୍ଟ କୋଷ୍ଟ ରେଲଓ୍ବେ ମଧ୍ୟ ୧୦ଟି ମ୍ୟାଚ୍‌ ଖେଳି ୯ ବିଜୟ ଓ ୧ ପରାଜୟ ସହ ସମାନ ୨୭ ପଏଣ୍ଟ ହାସଲ କରିଥିଲା। ତେବେ ଗୋଲ ବ୍ୟବଧାନକୁ ଦୃଷ୍ଟିରେ ରଖି ରାଇଜିଂ ଷ୍ଟୁଡେଣ୍ଟକୁ ଚାମ୍ପିୟନ ବୋଲି ଘୋଷଣା କରାଯାଇଛି। ରାଇଜିଂର ଗୋଲ ବ୍ୟବଧାନ ୨୧ ଥିବାବେଳେ ରେଲଓ୍ବେର ୨୦ ରହିଥିଲା। ମାତ୍ର ଏକ ପଏଣ୍ଟ ପାଇଁ ଇଷ୍ଟକୋଷ୍ଟ ରେଲଓ୍ବେ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲା। ସେହିପରି ସ୍ପୋଟର୍‌ସ ହଷ୍ଟେଲ ୧୬, ସାଇ- ଏସ୍‌ଟିସି ୧୧, ଓଡ଼ିଶା ପୋଲିସ ୪ ଓ ଓଜିପି-କ୍ଲବ ୩ ପଏଣ୍ଟ ହାସଲ କରି ଯଥାକ୍ରମେ ତାଲିକାରେ ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି।
ଶନିବାର ଲିଗ୍‌ର ଶେଷ ୩ଟି ମ୍ୟାଚ ଖେଳାଯାଇଥିଲା। ୨୮ ନମ୍ବର ମ୍ୟାଚ୍‌ରେ ଓଜିପି କ୍ଲବ ୧-୦ ଗୋଲରେ ଓଡ଼ିଶା ପୋଲିସ୍‌କୁ ହରାଇଥିଲା। ବିଜୟୀ ଦଳ ତରଫରୁ ପ୍ରଜ୍ଞା କିଷାନ ୫୫ତମ ମିନିଟ୍‌ରେ ମ୍ୟାଚ୍‌ର ଏକମାତ୍ର ଗୋଲ ସ୍କୋର କରିଥିଲେ। ସେହିପରି ୨୯ ନମ୍ବର ମ୍ୟାଚ୍‌ରେ ଇଷ୍ଟକୋଷ୍ଟ ରେଲଓ୍ବେ ୩-୧ ଗୋଲରେ ସ୍ପୋଟର୍‌ସ ହଷ୍ଟେଲକୁ ହରାଇଥିଲା। ରେଲଓ୍ବେ ତରଫରୁ ସରୋଜିନୀ ତିର୍କୀ ୪୯ ଓ ୭୮ତମ ମିନିଟ୍‌ରେ ଦୁଇଟି ଗୋଲ ଦେଇଥିଲେ। ସେହିପରି ଲହରୀ ମଙ୍ଗରାଜ ୫୨ତମ ମିନିଟ୍‌ରେ ଗୋଟିଏ ଗୋଲ ଦେଇଥିଲେ। ସ୍ପୋଟର୍‌ସ ହଷ୍ଟେଲ ତରଫରୁ ସୁସ୍ମିତା ତନ୍ତୀ ୯୩ତମ ମିନିଟ୍‌ରେ ଗୋଟିଏ ଗୋଲ ଦେଇଥିଲେ। ଅନ୍ୟପଟେ ୩୦ ନମ୍ବର ମ୍ୟାଚ୍‌ରେ ରାଇଜିଂ ଷ୍ଟୁଡେଣ୍ଟ ୩-୦ ଗୋଲରେ ସାଇ-ଏସ୍‌ଟିସିକୁ ହରାଇଥିଲା। ରାଇଜିଂ ତରଫରୁ ଯଶୋଦା ମୁଣ୍ଡା ୧୨, ୪୮ ଓ ୫୩ତମ ମିନିଟ୍‌ରେ ୩ଟି ଗୋଲ ଦେଇ ହ୍ୟାଟ୍ରିକ ଅର୍ଜନ କରିଛନ୍ତି।
ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସେହିପରି ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ଉତ୍ସବରେ ସଭାପତିତ୍ୱ କରିଥିଲେ। ଫାଓ ଉପସଭାପତି ଦିଲୀପ କୁମାର ସାହୁ, କୋଷାଧ୍ୟକ୍ଷ ଭକ୍ତ ବଲ୍ଲଭ ଦାସ, ଉପସଭାପତି ହୃଦୟ ରଞ୍ଜନ ବେହେରା, ଯୁଗ୍ମ ସମ୍ପାଦକ ଅଭିଜିତ ପଲ ଓ ୧୫ ବର୍ଷରୁ କମ୍‌ ଜାତୀୟ ଟିମ୍‌ କୋଚ୍‌ ଶୁଭେନ୍ଦୁ ପଣ୍ଡା ଏହି ଅବସରରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri